ଭରତପୁର ଥାନାକାଣ୍ଡର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଘଟଣାକୁ ନେଇ ହାଇକୋର୍ଟଙ୍କ ଉଦ୍ ବେଗ ଓ କ୍ଷୋଭ
ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା
ଭୁବନେଶ୍ବର : ଅବଶେଷରେ ଭରତପୁର ଥାନାକାଣ୍ଡର ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚନ୍ଦକାଥାନାରେ ଝଗଡାର ଅପରପକ୍ଷର ୭ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ , ଭରତପୁର ଥାନାରେ କର୍ତ୍ତବ୍ୟରତ ପୁଲିସ୍ କାମରେ ପ୍ରତିବନ୍ଧକ ନିମନ୍ତେ ଜଣେ ଅଭିଯୁକ୍ତା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ ସହ ଏଇ ମାମଲାର ଅନ୍ୟାନ୍ୟ ଅଭିଯୋଗକୁ ଦୃଷ୍ଟିରେ ରଖି ଥାନାରେ ମହିଳା ହିଂସା ଘଟାଇଥିବା ନିମନ୍ତେ ଅଭିଯୁକ୍ତ ଥାନାଧିକାରୀଙ୍କ ସମେତ ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ ପରେ ରାଜ୍ୟ ସରକାର ବନାମ ମୁଖ୍ୟମନ୍ତ୍ରୀଙ୍କ ରାତିଅଧିଆ ଉଚ୍ଚସ୍ତରୀୟ ବୈଠକ କରାଯାଇ ବିରୋଧୀଦଳଗୁଡିକର ଦାବିକୁ ସରକାର ମାନିନେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ ଘୋଷଣା ଆଦି ତ୍ବରିତ ପଦକ୍ଷେପକୁ ମାନ୍ୟବର ଓଡିଶା ହାଇକୋର୍ଟ ପ୍ରଶଂସା କରିଥିବା ପ୍ରକାଶ । ଏହି ଅନୁଯାୟୀ , ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ବିଚାରପତିଙ୍କ ଦ୍ବାରା ଏହି ତଦନ୍ତ କରାଯାଇ ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।
ତେବେ ଘଟଣାକୁ ନେଇ ହାଇକୋର୍ଟ ଉଦ୍ ବେଗ ସହ କ୍ଷୋଭପ୍ରକାଶ କରିଛନ୍ତି । ଜଣେ ସେନା ଅଧିକାରୀ ବା ଥାନାକୁ ଦୁଇଜଣ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତିଙ୍କୁ ଏଭଳି ବ୍ୟବହାର ଆଦୌ ଠିକ୍ ହୋଇନାହିଁ । ଏହା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରହିବା ସତ୍ତ୍ୱେ ଥାନାରେ ସିସିଟିଭି କ୍ୟାମେରା ଚାଲି ନଥିବାରୁ ରାଜ୍ୟର ସବୁ ଥାନାରେ ସିସିଟିଭି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ଗଣମାଧ୍ୟମରେ ଅଭିଯୁକ୍ତକାରୀଙ୍କ ନାମ ପ୍ରକାଶ ଘଟଣାରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ଅଙ୍କୁଶ ଲଗାଇଛନ୍ତି । ଆହୁରି ମଧ୍ୟ ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବାକୁ କୋର୍ଟ ମନାକରିଦେଇଛନ୍ତି ।
ଏଥି ସହ ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ପ୍ରକାଶ । ଏହାପରେ ଆପାତତଃ ଏଇ ମାମଲାର ଏକ ପ୍ରକାର ସମାଧାନ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଫଳତଃ ଏଇ ଘଟଣାକୁ ପ୍ରସଙ୍ଗ କରି ବିରୋଧୀଦଳମାନଙ୍କର ରାଜନୈତିକ ଆରୋପ ଆକ୍ରମଣ ବସ୍ତୁତଃ ବିଫଳ ହୋଇଛି । ଏହା ସହିତ ସରକାରଙ୍କ ପକ୍ଷରୁ ଭାରତୀୟ ସେନାକୁ ସମ୍ମାନ ସହିତ ମହିଳାଙ୍କ ସମ୍ମାନ , ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ୍ ଅଛନ୍ତି ବୋଲି କୁହାଯାଇଛି । ଆଇନ ଅନୁଯାୟୀ , ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସରକାର ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଝଗଡାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭଣଜା ରହିଥିଲେ ବି କୌଣସି ଉପ୍ରୋଧ ନ ରଖି ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଯଦ୍ୟପି କୋର୍ଟ ସେମାନଙ୍କୁ ଥାନାରେ ଛଡାଯିବା ବଦଳରେ କୋର୍ଟ ଚାଲାଣକୁ ନାପସନ୍ଦ କରିଛନ୍ତି ।
ତେବେ ଏହି ମାମଲାରେ ମାତ୍ର ପ୍ରାୟ ଶହେଦିନର ଶାସନରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସହିତ ପୂର୍ବ ସରକାରଙ୍କ ଦୀର୍ଘ ୨୪ ବର୍ଷର ଶାସନକାଳରେ ଘଟିଥିବା ବିଭିନ୍ନ ବହୁଚର୍ଚ୍ଚିତ ମାମଲାରେ ରାଜ୍ୟବ୍ୟାପି ପ୍ରତିକ୍ରିୟା ଓ ଆନ୍ଦୋଳନ ସତ୍ତ୍ୱେ ଏପରି ତ୍ବରିତ ପଦକ୍ଷେପ ତ ଦୂରର କଥା , ଓଲଟି ସରକାରଙ୍କ ଜନମତକୁ ବେଖାତିର୍ କରିଥିବାର ଅନେକ ଦୃଷ୍ଟ୍ବାନ୍ତ ରହିଛି ।
ଯଦିଓ ଏଇ ସରକାରଙ୍କର ରାଜ୍ୟପାଳଙ୍କ ପୁଅଙ୍କ ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ସମାଲୋଚିତ ହେବାକୁ ପଡିଛି । ଏହାର କାରଣ ଏପଟେ ରାଜ୍ୟର ମହାମହିମ ରାଜ୍ୟପାଳଙ୍କ ମର୍ଯ୍ୟାଦା ଓ ଉପରେ କେନ୍ଦ୍ର ସରକାରଙ୍କ ପ୍ରଚ୍ଛନ୍ନ ଚାପ କୁହାଯାଇପାରେ ! ତେବେ ମାତ୍ର ସେଇ ଗୋଟିଏ ଦୁର୍ଭାଗ୍ୟଜନକ ଘଟଣାର ନିରୁପାୟ କାଣ୍ଡ ସକାଶେ ଓଡିଆଅସ୍ମିତାର ପୁନରୁତ୍ଥାନ ପାଇଁ ଦୀର୍ଘବର୍ଷର ଏକଛତ୍ରବାଦୀ ଅଣଓଡିଆ ଅମଲାତାନ୍ତ୍ରିକ ଅହଂକାରୀ ସରକାରର ପତନ ଘଟାଇ ରାଜ୍ୟବାସୀଙ୍କ ବିସ୍ମୟକର ପରିବର୍ତ୍ତନର ବିପୁଳ ମତଦାନରେ ଗଠିତ ଜଣେ ସଚ୍ଚୋଟ ନିରହଙ୍କାରୀ ଆଦିବାସୀ ପ୍ରବୀଣ ଜନପ୍ରତିନିଧି ମୋହନ ଚରଣ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ବର ନୂତନ ସରକାରକୁ ଲୋକେ ଏତେଶୀଘ୍ର ଭୁଲ୍ ବୁଝିପାରିବେନାହିଁ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବମୁଖ୍ୟମନ୍ତ୍ରୀ ବନାମ ଏବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖି , ଏପରିକି କଟକରେ ନିଜଘରେ ପଡିଥିବା ଦୁଃଖଦୁର୍ଦ୍ଦଶାରେ ସଢି କାନ୍ଦୁଥିବା ନିଜ ବୃଦ୍ଧବୃଦ୍ଧା ଆତ୍ମୀୟସ୍ଵଜନଙ୍କୁ ଆଡଆଖିରେ ଚାହୁଁ ନଥିବା ଲୋକଚକ୍ଷୁରେ ପ୍ରମାଣିତ ଜଣେ ଏକାନ୍ତ ନେତା । ଅତୀତରୁ ଅଦ୍ୟାବଧି ସେ ପ୍ୟାରୀ ଓ ପାଣ୍ଡିୟାନଙ୍କୁ ହାତବାରିସୀ କରି ଜଣତାନ୍ତ୍ରିକ ଶାସକ । ଏପରିକି ନିଜଦଳରେ ମଧ୍ୟ ତାଙ୍କର ଏଇ ଅଗଣତାନ୍ତ୍ରିକ ଏକଚାଟିଆ ପ୍ରଭୁତ୍ବ , ଅସହିଷ୍ଣୁ ପ୍ରତିଶୋଧପରାୟଣତା ଓ ଅମଲା ଅନ୍ଧ ନିର୍ଭରଶୀଳତାର ଚର୍ଚ୍ଚା ହେଉଥିଲା । ଯାହାକି ତାଙ୍କ ପରାଜୟର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ତାଙ୍କ ଶାସନକାଳରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ମୋଡିମକଚି ଜଣତନ୍ତ୍ରରେ ପରିଣତ କରିଦିଆଯାଇଥିବା ରାଜନୈତିକ ବିଶ୍ଳେଷଣକାରୀ କହନ୍ତି । ରାଜ୍ୟରେ ବିକାଶ ହୋଇଛି ନା ରାଜ୍ୟକୁ ବିକ୍ରି କରି ଲୁଣ୍ଠନ, ଏବେ ଗୋଟି ଗୋଟି କରି ଜଣାପଡୁଛି ।
ଯଦି ବିକାଶ ହୋଇଛି , ଆଜି ବି ରାଜ୍ୟର ଲକ୍ଷ ଲକ୍ଷ ଦାଦନଶ୍ରମିକ ରାଜ୍ୟବାହାରକୁ ଯାଉଛନ୍ତି କାହିଁକି ? ଜନତାଙ୍କର ଉନ୍ନତି ହୋଇଛି ନା ତଥାକଥିତ ଜନପ୍ରତିନିଧିଙ୍କର , ତଦନ୍ତସାପେକ୍ଷ । ଏବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବା ଛୋଟମୋଟ ଘଟଣାକୁ ପ୍ରସଙ୍ଗ କରି ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ଯାଦୁଆ ବିକୁଛି ଯାଦୁର ମଲମ । ଏବେ ଯାହା ଘଟୁଛି , ସେସବୁ ପୂର୍ବସରକାରର ସଂକ୍ରାମକ ରୋଗର ଉପସର୍ଗ ନୁହେଁ କି ? କେବଳ ପାଟିବନ୍ଦ କରି ସ୍ବଚ୍ଛ ଭାବମୂର୍ତ୍ତିର ଅଭିନୟ କରି ପରୋକ୍ଷଶାସନ ଚଳାଇଲେ , ରାଜ୍ୟବାସୀଙ୍କର ବିକାଶ ହୁଏନାହିଁ ବା ସାମାଜିକ ନ୍ୟାୟ ମିଳେ ନାହିଁ । ଯଦି ପ୍ରକୃତରେ ରାଜ୍ୟର ବା ରାଜ୍ୟବାସୀଙ୍କର ବିକାଶ ହୋଇଛି ବୋଲି ଲୋକେ ଅନୁଭବ କରିଥା’ନ୍ତେ , ଏତେବର୍ଷ ସହ୍ୟକଲାପରେ ମୋଦୀଙ୍କ ଲହରରେ ଏପରି ଆକସ୍ମିକ ପରିବର୍ତ୍ତନର ଝାସ ଦେଇ ପୂର୍ବ ଶାସନକୁ ବର୍ଜନ କରି ନଥା’ନ୍ତେ ! ଚିଟ୍ ଫଣ୍ଡ୍ , ଖଣିଚୋରି , ୫-ଟି ନାଁ’ ରେ ଏକଚାଟିଆ ଖର୍ଚ୍ଚବାର୍ଚ୍ଚ , ଅମଲାଙ୍କ ହେଲିକେପ୍ଟର ବୁଲା ଓ ଆହୁରି ହଜାର ହଜାର କୋଟିର ଦୁର୍ନୀତି ଅଭିଯୋଗ ର ତଦନ୍ତକୁ ଚପାଇ ଦିଆଗଲା କାହିଁକି ? ମନଇଚ୍ଛା ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଅଭିନବ କୌଶଳର ଲୋକଙ୍କ ଅର୍ଥ ଲୁଣ୍ଠନ ଶେଷଆଡକୁ ରାଜ୍ୟବାସୀ ବୁଝିପାରିଥିଲେ କି ?
ଲୋକଙ୍କ ତୁଳନାନୁଯାୟୀ , ସେ ଜଣେ ଅମଲାକୂଟବୁଦ୍ଧି ପରିଚାଳିତ ନିର୍ଦ୍ଦୟ ହୃଦୟର ଓଡିଆ ଭାଷା ଜାଣି ନଥିବା ବିଲାତି ଢାଞ୍ଚାର ଭାବଲେଶହୀନ ବ୍ୟୁରୋକ୍ରାଟିକ୍ ସିଏମ୍ ଥିବା ଲୋକେ ଚର୍ଚ୍ଚା କରିଆସିଥିବା ବେଳେ ମୋହନ ଚରଣ ମାଝୀ ଲୋକଙ୍କ ସହ ମିଶିବା , ଲୋକଙ୍କ କଥା ଶୁଣୁଥିବା ସରଳ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନିଜକୁ ଜଣେ ପିପୁଲ୍ ସ ସିଏମ୍ ପ୍ରମାଣିତ କରୁଥିବା ଲୋକଙ୍କ ତୁଳନାତ୍ମକ ଆଲୋଚନାରୁ ପ୍ରକାଶ । ପୂର୍ବସରକାରର କାଳିଆ ଯୋଜନା ବା ଅନ୍ୟାନ୍ୟ ଯୋଜନାର ପ୍ରଭାବକୁ ଏ ସରକାରର ନିର୍ବାଚନୀ ପ୍ରତିଶ୍ରୁତିର ପ୍ରତିପାଳନର ପ୍ରଥମ ପର୍ଯ୍ୟାୟ ସ୍ବରୂପ ପୁରୀମନ୍ଦିରର ଲୋକଙ୍କ ଭାବାବେଗ ସହ ଜଡିତ ରତ୍ନଭଣ୍ଡାରର ଗଣତିମଣତି , ଚାରିଦ୍ବାର ଖୋଲିଦେବା ସହିତ ପିଏମ୍ କିଷାନ୍ , ଧାନର ସର୍ବନିମ୍ନ ଦରବୃଦ୍ଧି ଓ ସୁଭଦ୍ରା ଯୋଜନା ସେ ସବୁକୁ ଭସାଇ ନେଇଗଲାଣି । ଆଗକୁ ତାଙ୍କ ଡବଲଇଞ୍ଜିନ୍ ସରକାର ରାଜ୍ୟର କିଭଳି ବିକାଶସାଧନ କରିବେ ବା ଶାସନସଂସ୍କାର କରିବେ , ମର୍ଣିଂ ସୋଜ୍ ଦ ଡେ ପରି ଏହା ତା’ର ଏକ ଆୟମାରମ୍ଭ ବୋଲି କୁହାଯାଉଛି ।
ଅବଶ୍ୟ ଏ ଦେଶରେ ଜଣେ ଶାସକ ରହିଥିବା ଯାଏଁ ଆମଲୋକେ ବିକଳ୍ପର ଚିନ୍ତା କରନ୍ତି ନାଇଁ ଓ ଏକ ସରକାର ଗଲାପରେ ନିନ୍ଦା କରି ନୂତନ ସରକାରର ପ୍ରଶଂସାରେ ଶତମୁଖ ହୋଇପଡିବାର ଆମ ଶାସିତମାନସିକତାର ଲୋକଙ୍କର ଅଭ୍ୟାସ ରହିଛି । ଏଣୁ ଜନମତକୁ ଆଧାର କରି ଏ ତୁଳନା ଓ ତର୍ଜମାର ନିରପେକ୍ଷତା ପ୍ରତି ବିତର୍କର ଅବକାଶ ରହିଛି ।