ଜିଲ୍ଲା

ଏବଠୁଁ ଦାଦନ ବଇନା ଆରମ୍ଭ ହେଲାଣି

Email :

ଏଥର ଡବଲଇଞ୍ଜିନ୍ ଗାଡିରେ ଚାଲାଣ !

ବଲାଙ୍ଗୀର : ନୂଆଖାଇ ପାଖେଇ ଆସିଲାବେଳକୁ ରାଜ୍ଯବାହାରର ଇଟାଭାଟିରେ ଖଟିବାକୁ ଦାଦନଶ୍ରମିକ ଚାଲାଣ ପାଇଁ ଗାଁ’ ଗାଁ’ ରେ ବଇନା ବଣ୍ଟା ଆରମ୍ଭ ହୋଇଗଲାଣି । ତେବେ ଚଳିତଥରର କେନ୍ଦ୍ର ଓ ରାଜ୍ଯରେ ଭାଜପା ବନାମ ତଥାକଥିତ ଡବଲଇଞ୍ଜିନ୍ ସରକାର ଆସିବାପରେ ଏହା ରୋକିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଛି ଓ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଏହାର ଅଧ୍ୟକ୍ଷ ରହିଥିବା ସହିତ ଦାଦନଗଡ କୁହାଯାଉଥିବା କଣ୍ଟାବାଞ୍ଜିର ମାନ୍ୟବରବିଧାୟକ ଭାବେ ନିଜକୁ ଏଥିପାଇଁ ‘ଅନ୍ନଦାତା’ ବୋଲାଉଥିବା ଜଣେ ଦାଦନସର୍ଦ୍ଦାର ଲକ୍ଷ୍ମଣ ବାଗ ଭାଜପା ଟିକେଟରେ ଜାଏଣ୍ଟ୍ କିଲର୍ ପ୍ରମାଣିତ ହୋଇ ଦୀର୍ଘ ଚବିଶବର୍ଷର ବିଜେଡିର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । ତେଣୁ ଏଥର ଦୁଇଗୁଣ ସଂଖ୍ୟାରେ ଡବଲଇଞ୍ଜିନ୍ ରେ ରାଜ୍ଯବାହାରକୁ ପରୋକ୍ଷ ସରକାରୀ ପ୍ରୋତ୍ସାହନରେ ଦାଦନଶ୍ରମିକ ଚାଲାଣ ହେବ ବୋଲି ଲୋକଙ୍କ ମଧ୍ଯରେ ଚର୍ଚ୍ଚା ଯୋର୍ ଧରିଛି । ଏପରିକି ବିଗତ ଶହେବର୍ଷ ଧରି ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାର ଗାଁ’ ଗାଁ’ ଶୂନ୍ଯ କରି ଘରଦୁଆର ମୁହଁରେ କଣ୍ଟାତାଟି ଛାପି ପିଲାଛୁଆ ଧରି ଦାଦନଶ୍ରମିକ ପରିବାରଗୁଡ଼ିକର ପଳାୟନ ବୃଦ୍ଧି ପାଇ ‘ଏଥର ଜିଲ୍ଲା ଖାଲି ହୋଇଯିବ କି ? ‘- ବୋଲି ଆଶଙ୍କା ସୃଷ୍ଟି ହୋଇଛି। ବିଡମ୍ବନାର ବିଷୟ ଯେ ଏତେସତ୍ତ୍ବେ ଜିଲ୍ଲା ଶ୍ରମ ବିଭାଗ ନାହିରେ ତେଲ ଦେଇ ଶୋଇ ପଡିଥିଲେ ହେଁ , ପ୍ରଶାସନର ସେଥିପ୍ରତି ନିଘା ନାହିଁ !

ଦ୍ବିତୀୟତଃ ଦଶନ୍ଧି ଦଶନ୍ଧି ଧରି ମୁନାଫାବେପାର ବା ଏକ ଲାଭଜନକ ମଣିଷବେପାର ଭାବେ ପରମ୍ପରା ପାଲଟି ଯାଇଥିବା ଏହି ଦାଦନଚାଲାଣ ଶ୍ରମଅଧିକାରୀଙ୍କ ଠାରୁ ଥାନାପୁଲିସ , ରେଳବାଇ , ପ୍ରଶାସନ, ସାମ୍ବାଦିକ, ଦଲାଲ, ଗୁଣ୍ଡା , ଋଣଦାତା ମହାଜନ , ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତରୁ ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପୁଣି ଚଳିତବର୍ଷର ଦାଦନଋତୁରେ ଏହା ପ୍ରଚୁର କମିଶନୀ ଓ ବଟି ଆଦାୟର ବାଟ ଖୋଲିଦେଇଛି । ଅନ୍ୟପକ୍ଷରେ ମନରେଗା ପରି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଶ୍ରମଭିତ୍ତିକ ଦୀର୍ଘମିଆଦୀ ଯୋଜନାରେ ମିଛଶ୍ରମିକ ଓ ମିଥ୍ୟା ଶ୍ରମଦିବସର ମିଥ୍ୟାମଜୁରୀର କୋଟି କୋଟି ସରକାରୀ ଅର୍ଥ ଅନୁଦାନର ଜାଲିଆତିରେ ବାଟମାରଣାର ପର୍ବ ଆରମ୍ଭ ହୋଇଛି । ସରକାର ସବୁ ଜାଣନ୍ତି ଓ ସତେ ଯେମିତି ଏଥିପାଇଁ ଏକ ନିୟମିତ ରାଜନୈତିକ ଅସାଧୁ ଷଡଯନ୍ତ୍ର ଲମ୍ବିଚାଲିଛି ? କାରଣ ଅଦ୍ୟାବଧି ଏହାର ମୂଳ ଶ୍ରମବିଭାଗରେ ଜିଲ୍ଲାରୁ ପ୍ରତିବର୍ଷ ପ୍ରକୃତରେ କେତେ ସଂଖ୍ୟକ ଶ୍ରମିକ ବାହାରକୁ ପଳାନ୍ତିର ପ୍ରକୃତ ହିସାବ ସରକାରଙ୍କୁ ଦର୍ଶାଯାଉନାହିଁ । ଉଦାହରଣସ୍ୱରୂପ, ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ଦାଦନଶ୍ରମିକମାନେ ଓ ସେମାନଙ୍କର ପରିବାରର ଶିଶୁ , ମହିଳା ପଳାଉ ଥିଲେ ହେଁ , ଗତବର୍ଷ ବଲାଙ୍ଗୀର ଜିଲ୍ଲା ଶ୍ରମବିଭାଗ ଖାତାରେ ମୋଟ ୨୩ ହଜାର ୭୮୮ ଜଣ ବୋଲି ଉଲ୍ଲେଖ କରାଯାଇଛି । ତେବେ ଏହି ଦାଦନଶ୍ରମିକ ଚାଲାଣ ବା ଗଠିତ ଟାସ୍କଫୋର୍ସ ତାଙ୍କର କାମ ନୁହେଁ ଓ ସମସ୍ତ ସାମ୍ବାଦିକଙ୍କୁ ଏହା ଦିଆଯାଇପାରିବ ନାହିଁ ଓ କେବଳ ଜିଲ୍ଲାପାଳଙ୍କ ପ୍ରଦତ୍ତ ତାଲିକାଭୁକ୍ତ ଚାରି/ ପାଞ୍ଚ ଜଣ ସାମ୍ବାଦିକ କେବଳ ନୂଆବର୍ଷ ଓ ନୂଆଖାଇ ବେଳକୁ ଅଫିସକୁ ଆସନ୍ତି ବୋଲି ବଲାଙ୍ଗୀର ଜିଲ୍ଲା ଶ୍ରମଅଧିକାରୀ ସୁକାନ୍ତ ସେଠୀ ଅଜବ୍ ଉତ୍ତର ଦିଅନ୍ତି !

Leave a Reply

Your email address will not be published. Required fields are marked *

Related Post