ଅପରାଧ

ଅଲୋଡାଶିଶୁ ବର୍ଜନ ବଲାଙ୍ଗୀରର ପିଛା ଛାଡୁନି

Email :

ହାସପାତାଳରେ ଛୁଆ ଛାଡି ପଳାଇଲା ମାଆ  !

ପାଟଣାଗଡ  : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ସରକାରୀ ହାସପାତାଳରେ ଜଣେ ମାଆ ତା’ର ସଦ୍ୟଜାତ ଶିଶୁକନ୍ୟାଟିକୁ ଛାଡି ପଳାଇଥିବା ଜଣାଯାଇଛି ।  ଗତକାଲି ଚାଇଲ୍ ଡ ଲାଇନ୍ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ପ୍ରକାଶ ।

ତେବେ ଏଠି ପ୍ରସଙ୍ଗ ହେଲା , ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଓ ପାଟଣାଗଡର ଲାଠୋର ଅଞ୍ଚଳରେ ଶିଶୁବିକ୍ରି ମାମଲା ଚର୍ଚ୍ଚାରେ ରହିଛି । ଏଥିରେ ଚାଇଲ୍ଡ ଲାଇନ୍ , ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ସୁରକ୍ଷା ସମିତିର ସକ୍ରିୟତା ଲକ୍ଷ୍ୟ କରାଯାଇ ଆସିଛି । ଏପରିକି ଉପମୁଖ୍ଯମନ୍ତ୍ରୀଙ୍କ ପକ୍ଷରୁ ତଦନ୍ତ ଓ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ଆଲୋଡନ ପରେ ଏଭଳି ଘଟଣାରେ ସମ୍ପୃକ୍ତ କେତେକଙ୍କୁ ଗିରଫ ମଧ୍ୟ କରାଯାଇଛି । ଏସବୁ ଗଣମାଧ୍ୟମରେ ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଏହାପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ନିମନ୍ତେ ସଭାସମିତି କରାଯାଉଥିବା ଦେଖାରାଉଛି । 

ଉଲ୍ଲେଖଯୋଗ୍ଯ ଯେ , ଏଥିପାଇଁ ଡିସିପିୟୁକୁ ବାର୍ଷିକ କୋଟି କୋଟି ଟଙ୍କା ଆସୁଥିବା ପ୍ରକାଶ ।  ଏଥିରୁ ବିପୁଳ ଖର୍ଚ୍ଚ କରାଯାଇ ସଚେତନତା ସୃଷ୍ଟି କରାଯାଇଛି ଓ ଏଥିପାଇଁ ଲୋକେ ଏଭଳି ଘଟଣାର ସୂଚନା ଦେଉଥିବା କିଛିଦିନତଳେ ବଲାଙ୍ଗୀର ଡିସିପିଓ ଲକ୍ଷ୍ମୀ ସିଂ ପ୍ରକାଶ କରିଥିଲେ । କିନ୍ତୁ ପୁଣି ଖୋଦ୍ ଉପମୁଖ୍ଯମନ୍ତ୍ରୀଙ୍କ ସହରର ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ଘଟିବା ଏହି ସଂସ୍ଥାର ଚରମ ବିଫଳତା ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖନୀୟ ଯେ , ଗର୍ଭଧାରିଣୀ ମାଆ ଓ ଜନ୍ମଦାତା ବାପାମାନେ ନିଜ ଜନ୍ମିତ ଶିଶୁଙ୍କୁ ବିକ୍ରିକରି ଦେଉଛନ୍ତି ଅଥବା ରଖୁନାହାଁନ୍ତି ।  ଉପମୁଖ୍ଯମନ୍ତ୍ରୀ ହସ୍ତକ୍ଷେପ କରିଥିବା ଖପ୍ରାଖୋଲ ବ୍ଲକ୍ ର କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟା ପଡାପାଲିର ବିକ୍ରି ହୋଇଥିବା ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଘଟଣାରେ ଜଡିତ କ୍ରେତା , ଦଲାଲ୍ ଓ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ ପୂର୍ବକ ମାଆବାପଙ୍କୁ ସମର୍ପଣ କରିଦିଆଯିବାର କିଛିଦିନ ପରେ ଶିଶୁଟିକୁ ଆଣି ତା’ର ବାପମାଆ ବଲାଙ୍ଗୀର ପ୍ରଶାସନ ହାତରେ ଛାଡି ଦାଦନଶ୍ରମିକ ଭାବେ ଯିବାକୁ କହି ପଳାଇବା ଘଟଣା ପ୍ରକାଶ ପାଇଛି  । ଏଣୁ ଦାଦନ , ଦାରିଦ୍ର୍ଯ ଓ ପିଲାବିକ୍ରିର କୁଖ୍ୟାତ ପରମ୍ପରା ଦଶନ୍ଧି ଦଶନ୍ଧି ଧରି ବଲାଙ୍ଗୀରଜିଲ୍ଲାର ପିଛା ଛାଡୁ ନଥିବା ସହ ଏଥିପାଇଁ ମାଆବାପଙ୍କର ନିଜ ଜନ୍ମିତ ସନ୍ତାନ ପ୍ରତି ଏତାଦୃଶ ମମତା ଚ୍ଛିନ୍ନ ହୋଇଯାଉଥିବା ଘଟଣା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ  ।

ତେବେ ଏ ଖବରଟି ବିଭିନ୍ନ ସମ୍ବାଦପତ୍ରରେ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ପଢିବାପରେ ଡିସିପିଓ ଲକ୍ଷ୍ମୀ ସିଂ ଜଣାଇଛନ୍ତି ଯେ , ଏହି ଅବୈଧ ଶିଶୁଟିକୁ ତା’ର ମାଆ ଜିଲ୍ଲା ପ୍ରଶାସନକୁ ନିଜେ ହସ୍ତାନ୍ତର କରିଥିଲା ଓ ପଳାଇଯାଇ ନଥିଲା ବୋଲି ଆମେ ସିଡିପିଓଙ୍କ ଠାରୁ ସୂଚନା ପାଇଥିଲୁ । କିନ୍ତୁ ଅବୈଧ ମାତୃତ୍ବ ମଧ୍ୟ ଏକ ଗୁରୁତର ସାମାଜିକ ସମସ୍ୟା ରୂପେ ଏବେ ଉଭାହୋଇଛି !

Leave a Reply

Your email address will not be published. Required fields are marked *

Related Post