ଅପରାଧ

ଆଳୁ ଖୋଳୁ ଖୋଳୁ ମହାଦେବ !

Email :3

କେନ୍ଦ୍ରମନ୍ତ୍ରୀଙ୍କ କ୍ଲାସ୍ ମେଟ୍ ଙ୍କର ସନ୍ଦେହଜନକ ଅପମୃତ୍ୟୁ

ଦାୟୀ କିଏ  ?

ବଲାଙ୍ଗୀର  :  ବଲାଙ୍ଗୀର ସହରର ଏକ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସମ୍ପୂର୍ଣ୍ଣା ‘ ର ଅଣସ୍ବୀକୃତିପ୍ରାପ୍ତ ବେସରକାରୀ ‘ମାତୃଛାୟା ବୃଦ୍ଧାଶ୍ରମ’ରେ ଗତ ପ୍ରାୟ ୩ ବର୍ଷ ଧରି ରହୁଥିବା ବୌଦ୍ଧ ଜିଲ୍ଲାର ପୁରୁଣାକଟକ ନିବାସୀ ବୀରେନ୍ ଅଗ୍ରବାଲଙ୍କର ଗତ ୧୬ ତାରିଖ ରାତିରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁ ଘଟିଛି । ସେ ଆଶ୍ରମରୁ ଦିନକ ପୂର୍ବରୁ ନିଖୋଜ୍ ଥିବା ସହ ଗତ ୧୨ ତାରିଖରେ ତାଙ୍କୁ ମୁଣ୍ଡରେ ଆଘାତ ଥାଇ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ କଦମପଡା ନିକଟସ୍ଥ ରେଳଧାରଣାରୁ ଲୋକେ ସ୍ଥାନୀୟ ରେଳବାଇ ପୁଲିସ୍ କୁ ଖବରଦେଇ ନ ଆସିବାରୁ  ‘ ବଲାଙ୍ଗୀର ସ୍ବେଚ୍ଛାସେବୀ ଅନୁଷ୍ଠାନ’ର ସହାୟତାରେ ବଲାଙ୍ଗୀର ଟାଉନ୍ ପୁଲିସ୍ ଦ୍ବାରା ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନାମ ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯିବା ପରେ ସେଠାରେ ଗତ ୧୬ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସେ ଉଦ୍ଧାର ପରଠାରୁ ସଂଜ୍ଞାହୀନ ରହିଥିବାରୁ ସେ ଆଶ୍ରମରୁ ରେଳଧାରଣାକୁ କିପରି ପହଞ୍ଚିଥିଲେ , ଅସ୍ପଷ୍ଟ ରହିଛି । ବୃଦ୍ଧାଶ୍ରମର ସଭାନେତ୍ରୀ ସନ୍ତୋଷୀ ମେହେର ଓ ସମ୍ପାଦିକା ସଞ୍ଜଳୀ ଶତପଥୀ ବଲାଙ୍ଗୀର ହସ୍ପିଟାଲରେ ପହଞ୍ଚି ସେ ସକାଳ ୧୦ ଟାରେ ଜଳଖିଆ ଖାଇ ତାଙ୍କର ବିପି ଔଷଧ ଆଣିବାକୁ ଡାକ୍ତରଖାନାକୁ ଯାଇ ଫେରି ନଥିବା ସଫେଇ ଦେଇଥିଲେ ।  କିନ୍ତୁ ଅନ୍ୟସୂତ୍ରରୁ  ଆହତ ବ୍ୟକ୍ତିଜଣକ ପୂର୍ବରାତିରୁ ନିଖୋଜ୍ ଥିବା ଓ ସେମାନେ ରାତିସାରା ଖୋଜିଥିବା କହିଥିବା ଶୁଣିବାକୁ ମିଳିଛି । ସ୍ଥାନୀୟ ଲୋକେ କେହି ତାଙ୍କୁ ଆକ୍ରମଣ କରି ଫିଙ୍ଗି ଦେଇଥିବା କହିଥିଲେ । ପରେ ଉକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିଥିଲା ।  ସ୍ଥାନୀୟ ରାଧାରାଣୀପଡାର ତାଙ୍କ ପିଉସୀ ଓ ପିଉସୀ ପହଞ୍ଚି ଚିହ୍ନଟ କରିଥିଲେ । ତାଙ୍କର ଟିକେ ମୁଣ୍ଡଦୋଷ ଥିଲା ବୋଲି ମଧ୍ୟ ଆଶ୍ରମ ପକ୍ଷରୁ କୁହାଯାଇଛି । ଯଦି ତାହା ଥିଲା , କାହିଁକି ତାଙ୍କୁ ବାହାରକୁ ଏକଲା ଛାଡିଦିଆଯାଇଥିଲା ? ‘ ପ୍ରଶ୍ନର ଉତ୍ତରରେ ଆଶ୍ରମର କର୍ତ୍ତୃପକ୍ଷ ନିରୁତ୍ତର ରହିଥିଲେ ।

ଏ ସମ୍ପର୍କରେ ଅନୁସନ୍ଧାନ କରାଯିବାରୁ ବଲାଙ୍ଗୀର ଆରପିଏଫର ଜଣେ ଏସ୍ ଆଇ ଏହା ଗତ ୧୨ ତାରିଖର ଦିନପ୍ରାୟ ୧୨ ଟା ପାଖାପାଖି ଏକ ମାଲ୍ ଗାଡି ଧକ୍କାରେ ଘଟିଥିବା କହିଛନ୍ତି ।  କୁଆଡେ ତାଙ୍କୁ ଉକ୍ତ ମାଲ୍ ଗାଡିର ଲୋକୋ ଡ୍ରାଇଭର୍ ଙ୍କର ଷ୍ଟେସନମାଷ୍ଟରଙ୍କୁ ଏତଲାକ୍ରମେ ସେ ଘଟଣାସ୍ଥଳକୁ ପହଞ୍ଚିଲାବେଳକୁ ଦୁଇ ଲାଇନ୍ ରେଳଧାରଣା ମଝିରେ ପଡିଥିବା ଉକ୍ତ ଗୁରୁତର ଆଘାତପ୍ରାପ୍ତ ଅଚିହ୍ନା ପୁରୁଷ ବ୍ୟକ୍ତି ଜଣଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିବା ଶୁଣି ସେଠାରେ ପହଞ୍ଚିଥିଲେ । ତେବେ ଜିଆରପିକୁ କାହିଁକି ଏହି ମାମଲାରେ ମାମଲା ଋଜୁ କଲାନାହିଁ ଓ ସେ କାହିଁକି ଜିଆରପିରେ ଏତଲା କଲେନାହିଁ ? ଏଭଳି ମାମଲା ଜିଆରପିର ତଦନ୍ତାଧୀନ ହୋଇଥିବା ବେଳେ , ଆରପିଏଫର ଉକ୍ତ ଅଧିକାରୀ କିପରି ତଦନ୍ତ କଲେ ? ‘ର ଉତ୍ତରରେ ‘ ଏହା ଏକ ଦୁର୍ଘଟଣା ମାମଲା ହୋଇଥିବାରୁ ଏହା କରାଯାଇ ନଥିବାର ସଫେଇ ଦେଇଛନ୍ତି ।

ଡବଲଇଞ୍ଜିନ୍ ସରକାରର ସୁଶାସନର ନମୁନା  !

ସବୁଠାରୁ ଗୁରୁତର ବିଷୟ ଯେ , ଏହା ଏହି ଆଶ୍ରମର ପ୍ରଥମ ଘଟଣା ନୁହେଁ ।  ଆରମ୍ଭରୁ ମାତ୍ର ୩ / ୪ ଜଣଙ୍କୁ ନେଇ ଚାଲିଥିବା ଏଇ ତଥାକଥିତ ବୃଦ୍ଧାଶ୍ରମ ବିରୋଧରେ ସେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନାମ ଆଶ୍ରମ ଦାୟିତ୍ୱରୁ ନିକଟରେ ବାହାରି ଯାଇ ପୂର୍ବତନ ସମ୍ପାଦିକା ଓ ସଦସ୍ୟାମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଏଠାରେ ଚାଲିଥିବା ବିଭିନ୍ନ ଅନିୟମିତତା ଓ  ଅବ୍ୟବସ୍ଥା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ କରିଥିବାନୁଯାୟୀ , ଏହା ପଛରେ ବହୁ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି ।  ଏଥିମଧ୍ୟରେ ଗତ ପ୍ରାୟ ତିନିବର୍ଷ ଧରି ଅନୁଷ୍ଠାନ ଓ ଆଶ୍ରମ ନାଁ’ରେ ପ୍ରଚୁର ଅର୍ଥ ଆଦାୟ ସହିତ ଅନ୍ତେବାସୀମାନଙ୍କୁ ରୀତିମତ ନିର୍ଯାତନା ଦିଆଯାଇ ଆସୁଥିବା ଉଲ୍ଲେଖ କରାଯାଇଛି ।  ଏଥିମଧ୍ୟରେ ମାସକୁ ୭ ହଜାର ଟଙ୍କା ଭଡାରେ ମାତ୍ର ୪/୫ ଜଣଙ୍କୁ ନେଇ ଚାଲିଥିବା ଏହି ବୃଦ୍ଧାଶ୍ରମରେ ଏବେ ଆଖପାଖର ୩ ଜଣ ବୃଦ୍ଧା ଓ ଜଣେ ବ୍ୟକ୍ତିଙ୍କୁ ରଖାଯାଇଥିବା ଓ ଉକ୍ତ କେୟାର୍ ଟେକର୍ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ ରହିଥିବା ଅନ୍ୟତମ । ସଇଁନ୍ତଳା ଡେଙ୍ଗ୍ ଗ୍ରାମର ଜଣେ ଗୋଳାବାରୁଦ କାରଖାନାରେ ଚାକିରୀ କରି କୌଣସି କାରଣରୁ ବିତାଡିତ ନରହତ୍ୟା ମାମଲାର ଜଣେ ଜେଲ୍ ଫେରନ୍ତା ଆସାମୀର ନିର୍ଯାତନା ପ୍ରମୁଖ କାରଣ । ବିପିନ୍ ନାଗ ନାମକ ଦେଖିବାକୁ ଦୁର୍ବଳ ଓ ବୃଦ୍ଧ ଏହି ବ୍ୟକ୍ତି ଜଣକ ମଦ୍ୟପାନ କରୁଥିବା , ଅନ୍ତେବାସୀ ପୁରୁଷଙ୍କୁ ମାଡପିଟ କରି ଖାଇବାକୁ ପିଇବାକୁ ହଇରାଣ ହରକତ କରୁଥିବା ଓ ବୟସ ନିର୍ବିଶେଷରେ ମଧ୍ୟ ଅନ୍ତେବାସିନୀ ବୃଦ୍ଧାମାନଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବା ଇତ୍ୟାଦି ଅଭିଯୋଗ କରାଯାଇଛି ।  ଏ ସମ୍ପର୍କରେ ଅନୁଷ୍ଠାନର ପୂର୍ବ ସଦସ୍ୟାମାନେ ପ୍ରତ୍ୟେକ୍ଷ କରିବା ପରେ ସଭାନେତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ସେ ହସିଦେଇ ଏହା ଉପରେ ଗୁରୁତ୍ୱ ଦେଇ ନଥିବା ପ୍ରକାଶ । ଯଦିଓ ଏଭଳି ଅଭିଯୋଗକୁ ସଭାନେତ୍ରୀ , ସମ୍ପାଦିକା ଓ ଉକ୍ତ କେୟାର୍ ଟେକର୍ ଅସ୍ବୀକାର କରନ୍ତି ।

ତେବେ ସେ ଯାହାହେଉ , ଏବେ ଏହି ସଂସ୍ଥା ଓ  ଉକ୍ତ ମୃତବ୍ୟକ୍ତି ବୀରେନ୍ ଅଗ୍ରବାଲଙ୍କର ଛତିଶଗଡ ରାୟପୁର କଚନାରେ ରହୁଥିବା ବଡଭାଇ ବିଜୟ କୁମାର ଅଗ୍ରବାଲ ତାଙ୍କ ଭାଇର ଏଭଳି ମୃତ୍ୟୁକୁ ଅତ୍ୟନ୍ତ ସନ୍ଦେହଜନକ ଓ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ନିମନ୍ତେ ଆଜି ଅନ୍ ଲାଇନ୍ ରେ ବଲାଙ୍ଗୀର ଜିଲ୍ଲାପାଳ , ସହକାରୀ ଜିଲ୍ଲାପାଳ , ବଲାଙ୍ଗୀର ପୁଲିସ୍ ଏସ୍ ପି ପ୍ରମୁଖଙ୍କୁ ଏକ ଲିଖିତ ଏତଲା ଦେଇଥିବା ପ୍ରକାଶ । ସେଥିରେ ସେ ତାଙ୍କ ଭାଇ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଓ ପାରିବାରିକ କଳହ ଯୋଗୁଁ ତାଙ୍କୁ ବାରମ୍ବାର ବୁଝାଇଥିବା ସତ୍ତ୍ୱେ ସେ କାହାରିକଥା ନମାନି ପରିବାର ସହ ନ ରହି ଏହି ଆଶ୍ରମରେ ଆସି ରହୁଥିବା ଓ ତାଙ୍କ ପୁଅଝିଅମାନେ ଉଚ୍ଚଶିକ୍ଷିତ ହୋଇଥିବାରୁ ସେ କଦାପି ଆତ୍ମହତ୍ୟା କରିଥାଇ ନପାରନ୍ତି ଏବଂ ତାଙ୍କ ମୃତଦେହକୁ ଦେଖି ଏହା ଆଦୌ ରେଳଦୁର୍ଘଟଣାଜନିତ ନୁହେଁ ଇତ୍ୟାଦି ଉଲ୍ଲେଖ କରିଛନ୍ତି ।

ଆହୁରି ମଧ୍ୟ ଜଣାଯାଇଛି ଯେ , ମୃତ ବୀରେନ୍ ଅଗ୍ରବାଲ କଟକ ରେଭେନ୍ସାର ବିକମ୍ ଓ ଦିଲ୍ଲୀର ଶ୍ରୀରାମ କଲେଜରେ ଏମ୍ କମ୍ ଆଇ ସି ଡବ୍ଲୁ ଏ କରିଥିଲେ । ସେ ମଧ୍ୟ ଏବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଲାସ୍ ମେଟ୍ ଅଟନ୍ତି । ତାଙ୍କର ଏକ ସୁନ୍ଦର ପରିବାର ରହିଛି ଓ ତାଙ୍କ ପତ୍ନୀ ଏବେ ବରଗଡର ତାଙ୍କ ବାପଘରେ ରହୁଛନ୍ତି ।

‘ଯଦିଓ ସେ ଟିକେ କଳିହୁଡା ପ୍ରକୃତିର ଥିଲେ , ତେବେ ସେ ଏତେ ଶରୀର ସଚେତନ ଥିଲେ ଯେ ଗୋଡରେ କଣ୍ଟାଟିଏ ଫୁଟିଲେ ସହିପାରୁ ନଥିଲେ ।  ତେବେ ସେ ହୁଏତ ଆଶ୍ରମରେ କିଛି ଅନୀତିମୂଳକ କାର୍ଯ୍ୟକଳାପର ବିରୋଧ କରିବାରୁ କାହାର ମରଣାନ୍ତକ ଆକ୍ରମଣର ଶୀକାର ହୋଇଥାଇ ପାରନ୍ତି’ ବୋଲି ସେ ତାଙ୍କର ଏହି ଏତଲାରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ଏକ ହତ୍ୟାମାମଲରେ ୧୩ ବର୍ଷ ୬ ମାସ ଜେଲରେ କଟାଇଥିବା ଉକ୍ତ ବୃଦ୍ଧାଶ୍ରମର ତଥାକଥିତ କେୟାର୍ ଟେକର୍ ବିରୁଦ୍ଧରେ ଏବେ ସଂସ୍ଥା ଓ ଆଶ୍ରମର ଦାୟିତ୍ୱରୁ ଅବ୍ୟାହତି ନେଇଥିବା କେତେକ ସଦସ୍ୟା ଓ ତଡାଖାଇଥିବା କେତେକ ବୃଦ୍ଧ ଅନ୍ତବାସୀ ତାଙ୍କ ବିରୋଧରେ ମାଡପିଟ , ଖାଇବାକୁ ଦେଉ ନଥିବା ଓ ମାଡପିଟ କରୁଥିବା  ଓ ଅନ୍ୟାନ୍ୟ ଆପତ୍ତିଜନକ କାର୍ଯ୍ୟକଳାପର ଅଭିଯୋଗ କରିଛନ୍ତି । କିଛିଦିନତଳେ  ଅଗଲାପାଲିର ତ୍ରିପାଠୀ ଦମ୍ପତି ଏଠାରେ ରହୁଥିଲେ ଓ ତାଙ୍କ ସ୍ତ୍ରୀଙ୍କର ଏଠାରେ ମୃତ୍ୟୁ ଘଟିଯିବା ପରେ ତାଙ୍କୁ ଏହି କେୟାର ଟେକର୍ ବରାବର ନିର୍ଯାତନା ଦେଇ ଶେଷକୁ ତଡିଦେବାରେ ସଫଳ ହୋଇଥିଲା । ଥରେ ଜଣେ ବଦାନ୍ୟ ବ୍ୟବସାୟୀ ଆଶ୍ରମକୁ ଦାନ ଦେଇଥିବା ଆଳୁପିଆଜ ଚୋରି କରି ଧରାପଡିଯିବାରୁ ସେ ଜଣେ ବରିଷ୍ଠ ସଦସ୍ୟାଙ୍କୁ ଉଡାଇଦେବାର , ମାରିଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗରୁ ପ୍ରକାଶ । ଏଣୁ ଦେଖିବାକୁ ଦୁର୍ବଳ ଏଇ ଅପରାଧୀ ପ୍ରବୃତ୍ତିର ଜେଲ୍ ଫେରନ୍ତା ଆସାମୀ ଜଣକ ସ୍ଥାନୀୟ ସହରର ତାଙ୍କ ଟେମ୍ପୁଚାଳକ ଭଣଜା ଓ କେତେକ ସମ୍ପର୍କୀୟଙ୍କ ସହାୟତାରେ କିଛି ବି ଘଟାଇପାରିଥାଇ ପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ସଂସ୍ଥାର ପୂର୍ବ ସଦସ୍ୟାମାନେ ।

ଦ୍ୱିତୀୟତଃ ଏସବୁ ଜାଣିସୁଦ୍ଧା ନୀରବ ରହୁଥିବା ଓ ଉକ୍ତ ଅନ୍ତେବାସୀଙ୍କର ଅକାଳମୃତ୍ୟୁ ବନାମ ସନ୍ଦିଗ୍ଧହତ୍ୟା ଅଭିଯୋଗ ନିମନ୍ତେ କିଏ ଦାୟୀ ବୋଲି ଚର୍ଚ୍ଚା ହେଉଛି  ?

ଏଣୁ ଏହି ଅଭିଯୋଗ ଓ ସଂସ୍ଥାର ଅନିୟମିତତା ସମ୍ପର୍କରେ ପୁଲିସ୍ , ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି ।  ଏହାକୁ ନେଇ ସହରରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Related Post