ଭୁବନେଶ୍ବର : ବଲାଙ୍ଗୀରର ମହିଳା ଜ୍ୟୋତିଷ ଶ୍ରୀମତୀ ମିତାଲି ମଧୁମିତା ମିଶ୍ରଙ୍କୁ ‘ଭୃଗୁ ଜ୍ୟୋତିଷ ସଂସ୍ଥାନ’ ପକ୍ଷରୁ ‘ ୧୮ ତମ ଏସିଆନ୍ ଆଷ୍ଟ୍ରୋଲୋଜରସ୍ କନ୍ ଫରେନ୍ ସ- ୨୦୨୫ ‘ ରେ ‘ ଜ୍ୟୋତିଷ ସିଦ୍ଧାନ୍ତସାଗର ‘ ସମ୍ମାନ ପ୍ରଦାନ କରାଯାଇଛି ।
ଗତ ଜାନୁଆରୀ ୪ ଓ ୫ ତାରିଖରେ ଭୁବନେଶ୍ଵରର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ଠାରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମେଳନରେ ଜ୍ୟୋତିଷଶାସ୍ତ୍ରରେ ଉଚ୍ଚସ୍ତରୀୟ ଗବେଷଣା ଓ ଉଲ୍ଲେଖନୀୟସେବା ସକାଶେ ତାଙ୍କୁ ଉପଢୌକନ , ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ଏସିଆ ମହାଦେଶର ଭାରତ ସମେତ ଥାଇଲାଣ୍ଡ , ମିଆଁମାର , ଭୁଟାନ ଇତ୍ୟାଦି ୬ଟିଦେଶ ଓ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ଜ୍ୟୋତିଷ ପଣ୍ଡିତମାନେ ଅଂଶଗ୍ରହଣ କରିଥିଲେ । ସଂସ୍ଥାନର ଅଧ୍ୟକ୍ଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ନେପାଳର ବିଶିଷ୍ଟ ଜ୍ୟୋତିଷ ତଥା ପିରାମିଡ୍ ବାସ୍ତୁବିଦ୍ ମହେନ୍ଦ୍ରନାଥ ମୁନ୍ଦ୍ରା ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବାଂଲାଦେଶର ବିଶିଷ୍ଟ ଜ୍ୟୋତିଷ ମଞ୍ଜୁରୁଆଲ ଆସାନ୍ , ପଞ୍ଜିକାର ରବି ଚରଣ ରଥ , ଡ . ନିରଞ୍ଜନ ମହାପାତ୍ର , ପଣ୍ଡିତ ଶିବ ନାରାୟଣ ମିଶ୍ର ,ରାଞ୍ଚିର ଡ. ନରେନ୍ଦ୍ର କୁମାର , ବିଷ୍ଣୁ ଶର୍ମା , ହଜାରିବାଗର ଦିନେଶ୍ବର ମିଶ୍ରପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ମିଶ୍ର ଦୀର୍ଘ ୨୪ ବର୍ଷ ଧରି ବୈଦିକ ଜ୍ୟୋତିଷ , ନିମରୋଲୋଜି , ଟାରୋକାର୍ଡ , ଲାହିଡୀ ପଦ୍ଧତି , କ୍ରୀଷ୍ଣମୂର୍ତ୍ତି ପଦ୍ଧତି , ଜୈମିନୀ ପଦ୍ଧତିରେ ଗଣନା , ରତ୍ନପଥର ଗବେଷଣା ଓ ପ୍ରତିକାର ବିଧାନ ଇତ୍ୟାଦି ଅନୁସରଣ କରିଆସୁଛନ୍ତି । ବଲାଙ୍ଗୀର ପ୍ୟାଲେସ୍ ଲାଇନ୍ ରେ ତାଙ୍କର ଅଫିସ୍ ରହିଛି । ସେ ଦୀର୍ଘଦିନ ହେଲା ଆନ୍ତର୍ଜାତୀୟ ଆଷ୍ଟ୍ରୋଲୋଜି ଆପ୍ ‘ଆଷ୍ଟ୍ରୋଟକ୍’ ରେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଗତବର୍ଷ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଅନୁଷ୍ଠିତ ସମ୍ମିଳନୀରେ ତାଙ୍କୁ ‘ଜ୍ୟୋତିଷ ଦାରୁବ୍ରହ୍ମ’ ସମ୍ମାନ ସହିତ ବିଭିନ୍ନ ରାଜ୍ୟସ୍ତରୀୟ , ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।

ଶ୍ରୀମତୀ ମିଶ୍ର ତାଙ୍କ ଅଭିଭାଷଣରେ ଜ୍ୟୋତିଷ ଶାସ୍ତ୍ରରେ ରତ୍ନପଥରର ଭୂମିକା ଓ କାର୍ଯ୍ୟକାରିତା , ବିଭିନ୍ନ ପ୍ରତିକାର ବିଧାନରେ ତାଙ୍କର ଅନୁଭୂତ ଗବେଷଣା ଉପରେ ଦେଇଥିବା ବକ୍ତବ୍ଯ ଉଚ୍ଚପ୍ରଶଂସିତ ହୋଇଥିଲା ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।

Chinmaya Satpathy
Many many congratulation.