ଦୁର୍ନୀତି

ଛତୁଆ ଗହମ ଓ ଚାଉଳର ବାଟମାରଣାର ରାକେଟ୍ !

Email :

କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ ଓ ଚାଉଳର ବାଟମାରଣା

ବଲାଙ୍ଗୀର : ଶିଶୁ ବିକାଶ ପ୍ରକଳ୍ପ ବନାମ ଅଙ୍ଗନବାଡିର ଶିଶୁଖାଦ୍ୟରେ ବ୍ୟବହୃତ ଗହମ ଓ ଚାଉଳ ଯୋଗାଣରେ ନିୟମିତ ଦୁର୍ନୀତି ଜାରୀ ରହିଥିବା ଅଭିଯୋଗ ହେଉଥିଲେ ହେଁ , ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ହେଉନାହିଁ । ସରକାରଙ୍କ ପକ୍ଷରୁ ପ୍ରତିମାସ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ଗୁଡିକୁ ମାଗଣା ଗହମ ଯୋଗାଣ ହୋଇଥାଏ । ଏଥିସହ ଚାଉଳ ମଧ୍ଯ ଯୋଗାଣ ହୁଏ । ତେବେ କେବେ ଷ୍ଟକ୍ ଆସିବାରେ ବିଳମ୍ବ, ଷ୍ଟକ୍ ବାକି ରଖି ପରେ ନ ଦେଇ ସଲାସୁତୁରାରେ ବଳକା ଗହମକୁ କଳାବଜାରରେ ବିକିଦେବା , ରୀତିମତ ବସ୍ତାରୁ ୪/୫ କେଜି ଲେଖାଏଁ କାଟିରଖିବା ଓ ଓଜନରେ ଠକେଇ କରିବା ଇତ୍ୟାଦି କରି ପରିବହନ ଠିକାଦାରଙ୍କ ଦ୍ବାରା କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ ଓ ଚାଉଳର ବାଟମାରଣା ହୋଇଆସୁଥିବା ଅଭିଯୋଗ ହୋଇଆସୁଛି । ଏପରିକି କିଛିଦିନ ତଳେ ପୁଇଁନ୍ତଳାଥାନାରେ ଚୋରାଚାଲାଣ ବେଳେ ଧରାପଡି ପାଟଣାଗଡର ଜଣେ ଏଜେଣ୍ଟ ରାଜା ପାତ୍ରଙ୍କ ବିରୋଧରେ ଏକ ମାମଲା ରହିଥିବା ପ୍ରକାଶ ।

ଷ୍ଟକ୍ ବାକି ରଖି ବଳକା କଳାବଜାର ଓ ଓଜନରେ ଠକେଇ

ଜିଲ୍ଲାର ବ୍ଲକ୍ ୱାରୀ ପରିବହନ ଏଜେଣ୍ଟ ବା ଠିକାଦାର ଏଥିରେ ନିୟୋଜିତ ଅଛନ୍ତି । ତେବେ କ୍ଷୋଭର ବିଷୟ ଯେ ପୂର୍ବରୁ ଦି’ ଟଙ୍କିଆ ବା ଟଙ୍କିଆ ସରକାରୀ ଚାଉଳ , ମଧ୍ଯାହ୍ନ ଭୋଜନ ଚାଉଳର ଅସାଧୁ ପରିବହନ ଠିକାଦାରମାନେ ଏହାର ଟେଣ୍ଡର ନେଇଛନ୍ତି । ଏଥିମଧ୍ୟରେ ଟିଟିଲାଗଡର ସାହୁ ବ୍ରଦର୍ସ ଓ ପାଟଣାଗଡର ପାତ୍ର ବ୍ରଦର୍ସ ଆଦି କେତେଜଣ ଏପରି ଠକଠିକାଦାର ପ୍ରଶାସନିକ ଅଧିକାରୀ , ରାଜନେତା , ଲୋକପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଏପରି ନିୟମିତ ଅନିୟମିତତାରେ ଜଡିତ ଥିବା ଜଣାଯାଇଛି । କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ଯ ଦୀର୍ଘଦିନ ଧରି ଏଭଳି ଅନିୟମିତତା ଚାଲିଆସୁଛି । ଡିଏସ୍ ଡବ୍ଲୁଓ ମାନେ ଟେଣ୍ଡର ଠାରୁ ପ୍ରକଳ୍ପ ଓ ସୁପରଭାଇଜରଙ୍କ ସମେତ ଅଙ୍ଗନବାଡି କର୍ମୀମାନେ ଏଥିରେ ଜଡିତ ବୋଲି ଅଭିଯୋଗ ହୁଏ । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଦୁର୍ନୀତିଗ୍ରସ୍ତ ଠିକାଦାର , ଅଧିକାରୀଙ୍କ ନାମ ପ୍ରକାଶ ସହ ବିଶଦ ତଥ୍ଯମୂଳକ ରିପୋର୍ଟ ପ୍ରକାଶ ପାଇବ । ସାଧୁ ସାବଧାନ !

Leave a Reply

Your email address will not be published. Required fields are marked *

Related Post