ଦୁର୍ନୀତି

ବାବୁଙ୍କ ହାତ ବହୁତ ଲମ୍ବା !

Email :

ଆର୍ ଏମ୍ ସି ର ଉପକରଣ ଓ ଯନ୍ତ୍ରପାତି ଯୋଗାଣ କେଳେଙ୍କାରୀ

ଡୁଙ୍ଗୁରିପାଲି : ଗତ କିଛିବର୍ଷ ହେଲା ସମବାୟ ବିଭାଗର ଆର ଏମ ସି ବନାମ ନିୟନ୍ତ୍ରିତ ବଜାର କମିଟିର ଯାବତୀୟ ଦୁର୍ନୀତି ଓ ଅନିୟମିତତା ର ମୁଖ୍ଯସୂତ୍ରଧର ସାଜିଥିବା ଏଠାକାର ଜଣେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ସୁରାକ୍ ମିଳିଛି । ତାହା ଏହା ଯେ , ସୁବର୍ଣ୍ଣପୁର ଜିଲ୍ଲାର ଆର୍ ଏମ ସି ଗୁଡିକରେ ତାଙ୍କର ହାତବାରିସୀ ପାଲଟିଥିବା ତଥାକଥିତ କ୍ରୟକମିଟି ଓ ଅଧ୍ୟକ୍ଷଙ୍କୁ ହାତକରି ଏହି କରିତ୍ କର୍ମା ଜଣକ ଧାନସଫା ମେସିନ୍ , ଧାନ ବଛା ମେସିନ୍ ଓ ଅନ୍ଯାନ୍ଯ ଯନ୍ତ୍ରପାତି କିଣାରେ ପ୍ରଚୁର ଘୋଟାଲା କରିଆସିଛନ୍ତି । ଏପରିକି ଲକ୍ଷ ଲକ୍ଷ ଟଙ୍କାର ଏହି ମେସିନ୍ ଗୁଡିକ ଥିବା ସତ୍ତ୍ବେ ,ଏଗୁଡିକୁ ଅକାମୀ ଦର୍ଶାଇ ଆବଶ୍ୟକତା ନ ଥିଲେ ହେଁ , ବଜାରଦର ଠାରୁ ଯଥେଷ୍ଟ ଅଧିକ ମୂଲ୍ଯରେ କୋଟି କୋଟି ଟଙ୍କା ମୂଲ୍ଯର ନୂଆ ଯନ୍ତ୍ରପାତି ଓ ଉପକରଣ କ୍ରୟ କରି ପ୍ରଚୁର କମିଶନୀ ନେଇ ହାତଚିକ୍କଣ କରି ଆସିଛନ୍ତି ଓ ଏଥିରେ ପୂର୍ବରୁ ଅଦ୍ୟାବଧି ମୁଖ୍ଯତଃ ବରିଷ୍ଠ ମହିଳାଅଧିକାରୀମାନେ ସିଧାସଳଖ ଭୁବନେଶ୍ବରର ପରିଚାଳନା ଓ ଜିଲ୍ଲାସ୍ତରରେ ଜଡିତରହିଥିବା କୁହାଯାଉଛି । ଏଥିରେ ଟେଣ୍ଡର ଫିକ୍ସିଂ କରାଯାଇ ବଡଧରଣର ହାତସଫେଇ କରାଯାଉଥିବା ଏହି ପୂର୍ବତନ ଅଧିକାରୀଙ୍କ କୌଶଳ। ଏପରିକି ଏହି ଟେଣ୍ଡର ପକାଉଥିବା ତଥାକଥିତ ବିଡରମାନେ ତାଙ୍କ ନିଜଲୋକ ବୋଲି ଜଣାପଡିଛି ।

କମିଶନୀ ନେଇ ହାତଚିକ୍କଣ

ତେବେ ଏବେ ତାଙ୍କର ଏଠାରୁ ଅନ୍ଯତ୍ର ବଦଳି ପରେ ସେ ଭୁବନେଶ୍ବରରେ ଘରଭଡ଼ା ନେଇ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଏହିସବୁ ଉପକରଣ ଓ ଯନ୍ତ୍ରପାତି ଯୋଗାଣର ଏକ ନକଲି କମ୍ପାନୀ ବା ଫେକ୍ ଫାର୍ମ ଖୋଲିଥିବା ଏଠାରେ ଚର୍ଚ୍ଚା ହେଉଛି । ଏହି କମ୍ପାନୀ ଏବର ନୂତନ ସରକାରଙ୍କ ରାଜ୍ୟସାରା ଯୋଗାଣ ହେବାକୁ ଥିବା ସମବାୟ ବିଭାଗର ( ଦେଓଗାଁର ଚିନିକଳର ବି ? )ବିଭିନ୍ନ କାରଖାନାର ଯନ୍ତ୍ରପାତି ମଧ୍ଯ ଯୋଗାଇପାରେ ! ଏଥିରୁ ବାବୁଙ୍କ ହାତ କେତେ ଲମ୍ବା ଅନୁମାନ ସାପେକ୍ଷ। ଏହା ସତ୍ଯ ହୋଇଥିଲେ , ସାଙ୍ଘାତିକ୍ ! ସରକାରଙ୍କ ପକ୍ଷରୁ ଏହାର ଏକ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଥିବା ଜନସାଧାରଣ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post