ଜିଲ୍ଲା

ଜିଲ୍ଲା ଲେଖକ ପରିଷଦରବଲାଙ୍ଗୀର ବହିହାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Email :

ବଲାଙ୍ଗୀର : ଆଜି ସ୍ଥାନୀୟ ସରକାରୀ ଟାଉନ୍ ବାଳିକା ବିଦ୍ୟାଳୟଠାରେ ଜିଲ୍ଲା ଲେଖକ ପରିଷଦର ଆଗାମୀ ‘ ୧୮ ତମ ବଲାଙ୍ଗୀର ବହିହାଟ-୨୦୨୬ ‘ ର ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜରୁରୀ କାର୍ଯ୍ୟକାରୀ ବୈଠକରେ ପ୍ରତିଥର ପରି ଏଥର ଆଗାମୀ ଫେବୃୟାରୀ ୧୨ ରୁ ୨୧ ତାରିଖ ପର୍ଯ୍ଯନ୍ତ ୧୦ ଦିନ ଧରି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳା ବା ‘ ବଲାଙ୍ଗୀର ବହିହାଟ ‘ ଅନୁଷ୍ଠିତ ହେବ । ପ୍ରତଥର ପରି ଆଗରୁ ହୋଇ ଆସୁଥିବା ନିର୍ଦ୍ଧାରିତ ଜାନୁୟାରୀ ୮ ରୁ ୧୭ ତାରିଖ ପର୍ଯ୍ୟନ୍ତ ପଡିଆ ପାଇଁ ଜିଲ୍ଲା ସଂସ୍କୃତି ବିଭାଗକୁ ଆବେଦନ କରାଯାଇ ଥିଲେ ହେଁ , ଆଗାମୀ ଜାନୁୟାରୀ ୧୯ , ୨୦ , ୨୧, ୨୨ ଓ ୨୩ ବଲାଙ୍ଗୀର ଲୋକଉତ୍ସବ ହେଉଥିବାରୁ ବହିହାଟକୁ ଫେବୃୟାରୀ ୧୨ କୁ ଘୁଞ୍ଚାଇ ଦିଆଯାଇଛି ।

ଏଥର ମଧ୍ଯ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ‘୧୮ ତମ ବଲାଙ୍ଗୀର ବହିହାଟ- ୨୦୨୬ ‘ରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଶତାଧିକ ବହିଷ୍ଟଲ୍ ଆସିବେ । ଏଥିପାଇଁ ପରିଷଦର ଆୟୋଜକ କମିଟି ତରଫରୁ କିଛିଦିନ ତଳେ ହୋଇଥିବା ବରଗଡ ପୁସ୍ତକ ମେଳା ଓ ଭୁବନେଶ୍ଵରରେ ଅନୁଷ୍ଠିତ ରାଜ୍ୟ ସପ୍ତମ ପୁସ୍ତକ ମେଳାକୁ ଯାଇ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନଙ୍କୁ ଲିଖିତ ଭାବେ ଅନୁବନ୍ଧିତ କରାଯାଇଛି । ଏହାସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଆର୍ଥିକ ଅନୁଦାନ ନିମନ୍ତେ ଅନୁରୋଧ ସହ ଆଲୋଚନା କରାଯାଇଛି ।

ଉଲ୍ଲେଖଯୋଗ୍ଯ ଯେ ,ଗତକାଲି ଜିଲ୍ଲା ଲେଖକ ପରିଷଦ ନାଁ’ରେ କେତେକ ଅସନ୍ତୋଷ ଗୋଷ୍ଠୀର ପୂର୍ବ ବହିଷ୍କୃତ କର୍ମକର୍ତ୍ତାଙ୍କ ଦ୍ବାରା ଜିଲ୍ଲାଲେଖକ ପରିଷଦ ପୁନର୍ଗଠନ ବୋଲି ଏକ ଅବୈଧ ବୈଠକ କରାଯାଇ ଭ୍ରମାତ୍ମକ ଖବରର ଅପପ୍ରଚାରକୁ ଏହି ବୈଠକରେ ନିନ୍ଦା କରାଯାଇଛି ।

ଏହି ବୈଠକରେ ପରିଷଦର ଉପ ସଭାପତି ମୁରଲୀଧାରୀ ପତି , ସମ୍ପାଦକ କପିଳେଶ୍ଵର ଖମାରୀ , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , ସହ ସମ୍ପାଦକ ରଘୁ ନନ୍ଦନ ସିଂ , କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ,କାର୍ଯ୍ୟକାରୀ ସଦସ୍ଯ ହୃଷିକେଶ ପୁରୋହିତ ,ସଦସ୍ଯା ଅନୁପ୍ରିୟା ମିଶ୍ର , କବୟତ୍ରୀ ରଶ୍ମୀ ପାତ୍ର , ପୂର୍ବତନ ସମ୍ପାଦକ କୃଷ୍ଣ ଚନ୍ଦ୍ର ବାରିକ , ନବ କିଶୋର ବେହେରା , ଅଧ୍ୟାପକ ଡଃ କବିରାଜ ଭୋଇ ଓ ଅନ୍ଯମାନେ ଯୋଗଦେଇ ଥିଲେ । ଶେଷରେ ସମ୍ପାଦକ କପିଳେଶ୍ଵର ଖମାରୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Post