ଚୋରା ବି ଦ୍ୟୁ ତ୍ ତାର ର ବା ର୍ ହା ଫାନ୍ଦରେ ମଲ। ?
ହାତୀମୃତ୍ୟୁର ପ୍ରକୃତ କାରଣକୁ ଚପାଇଦେଲେ !
ବଲାଙ୍ଗୀର : ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ରେଞ୍ଜ୍-୨ ଅନ୍ତର୍ଗତ ଜିଲ୍ଲା ମହକୁମାରୁ ମାତ୍ର ୧୦ / ୧୨ କିମି ଦୂରସ୍ଥ ମଠଖାଇ ସଂରକ୍ଷିତ ଜଙ୍ଗଲରେ ଆଜି ଏକ ବଣୁଆ ଦନ୍ତାହାତୀର ଗଳିତ ମୃତଦେହକୁ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଉଦ୍ଧାର କରିଛି । ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣା ଆରପିସିଏଫ୍ , ଡିଏଫଓ ସୁଦର୍ଶନ ବେହେରା , ଏସିଏଫ୍ , ରେଞ୍ଜର ନବୀନ ପଣ୍ଡା , ସେକ୍ସନ୍ ଫରେଷ୍ଟର ରାଜେଶ୍ବରୀ ମହାକୁଡ , ସାଇଣ୍ଟିଫିକ୍ ଟିମ୍ ଓ ପଶୁଡାକ୍ତର ଯାଇ ତଦନ୍ତ କରିଥିଲେ । ହାତୀର ଗୋଟିଏ ଦାନ୍ତ କେହି ଟାଙ୍ଗିଆରେ ହାଣିନେଇଛି ଓ ଆରଦାନ୍ତଟି ତଳେପଡିଥିବା ମାଟିଭିତରେ ପୋତିହେଇ ପଶିଯାଇଥିବାରୁ ଚୋରହାତରୁ ବର୍ତ୍ତିଯାଇଥିବା ଅନୁମାନ କରାଯାଉଛି । ହାତୀଟିର ମୃତ୍ୟୁର କାରଣ ଜଣାପଡିପାରି ନଥିଲେ ହେଁ , ପ୍ରାଥମିକ ତଦନ୍ତରୁ ଏଇ ପ୍ରାୟ ୧୮/୨୦ ବର୍ଷ ବୟସ୍କ ଅଣ୍ଡିରା ହାତୀଟିର ମୃତ୍ୟୁ ସ୍ବାଭାବିକ୍ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ହାତୀଟି ଦଳ ସାଙ୍ଗରେ ସୋନପୁର ପଟରୁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଉପରଝର ଜଙ୍ଗଲ ଦେଇ ବଲାଙ୍ଗୀର ରେଞ୍ଜ୍ ର ଏହି ଅସୁରଡୁଙ୍ଗୁରୀକୁ ଆସିଥିବା ବନବିଭାଗ ସୂତ୍ରରୁ ପ୍ରକାଶ । ଆଜି ସକାଳେ ଅସୁରଡୁଙ୍ଗୁରୀ ଗ୍ରାମର କେତେକ ଗ୍ରାମୀଣମହିିଳା କାଠଗୋଟାଇବାକୁ ଜଙ୍ଗଲକୁ ଯାଇ ପ୍ରଥମେ ଶାଗୁଆ ପାଲ ଘଟଣା ଯାଇଥିବା ଜାଗାରେ ପଡିଥିବା ହାତୀଟିର ମୃତଦେହକୁ ଦେଖି ଆସି ଗାଁ’ରେ କହିଥିଲେ ଓ ଗ୍ରାମବାସୀଙ୍କ ଠାରୁ ଖବରପାଇ ବନବିଭାଗ ସେଠାରେ ପହଞ୍ଚିଥିଲା । ତେବେ କେତେକ ଏହାକୁ ଦାନ୍ତଚୋର ଦୁର୍ବୃତ୍ତଙ୍କ ଦ୍ବାରା ହାତୀହତ୍ୟା ସନ୍ଦେହ କରାଯାଇଥିବା ବେଳେ , ଏହା ବାର୍ହାଶିକାର ପାଇଁ ଶିକାରୀଙ୍କ ଦ୍ବାରା ଦୂରରୁ ଜଙ୍ଗଲ ଦେଇ ଯାଇଥିବା ୧୧ କେଭି ଉଚ୍ଚଶକ୍ତି ସମ୍ପନ୍ନ ବିଜୁଳି ତାରରେ ହାତୀଟି ଲାଗିଯିବାରୁ ମୃତ୍ୟୁ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ଚୋରାଶିକାରୀମାନେ ଜଙ୍ଗଲୀ ବାର୍ ହା ମାରିବାକୁ କିଲୋମିଟର କିଲୋମିଟର ଦୂରରୁ ଏଇଭଳି ଜିଆଇ ତାର ଟାଣି ଶିକାର କରୁଥିବା ଘଟୁଛି । ଉଦାହରଣ ସ୍ୱରୂପ , ଗତ ୮ ତାରିଖରେ ଅନୁଗୁଳ ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ରେଞ୍ଜ ଶିଶୁକଟା ବିଟ୍ ର ଏକ ବିଲରେ ମଧ୍ୟ ପଡିଥିବା ଏକ ୨୦ ବର୍ଷ ବୟସ୍କ ହାତୀର ମୃତଦେହ ଉଦ୍ଧାର କରାଯାଇଥିବା ଓ ବାର୍ହା ଫାଶର ବିଜୁଳି ତାର ସଂସ୍ପର୍ଶରେ ଆସି ଅନୁରୂପ ଭାବରେ ହାତୀଟି ମରିଥିବା ସହ ଏଇ ଘଟଣାରେ ୨ ଜଣଙ୍କୁ ବନବିଭାଗ ଅଟକ ରଖିଥିବା ଖବର ପ୍ରକାଶ ପାଇଛି ।

ହାତୀ ମୃତ୍ୟୁ ପରେ ଅନୁଗୁଳ ଘଟଣା ପରି ସେମାନେ ତାର ନେଇ ପଳାଇଥିବା ସନ୍ଦେହ କରାଯାଉଛି । ଚାରିପାଞ୍ଚ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ହାତୀର ମୃତଦେହ ପାଖରେ ବନବିଭାଗ ଲଗାଉଥିବା ଶାଗୁଆ ପାଲ କିଏ ଟାଣିଥିଲା ଓ ଯଦି ବନବିଭାଗର ସ୍ଥାନୀୟ କର୍ମଚାରୀ ଏହା କରିଥିଲେ , କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଏହା ଜଣାଇ ନଥିଲେ , ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏ ସମ୍ପର୍କରେ ବନାଧିକାରୀମାନେ ଜାଣିଶୁଣି ଘଟଣାକୁ ଲୁଚାଇ ଆସିଥିବା ଗତ ୭ ତାରିଖ ସୋମବାର ରାତିରେ ହାତୀଟି ସୁସ୍ଥ ଅଛି ବୋଲି ମେସେଜ୍ ଏକ ସମ୍ବାଦପତ୍ରର ହାତରେ ଥିବା ସେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଏହି ସୂତ୍ରରୁ ହାତୀଟିର ମୁଣ୍ଡ ଓ ଶୁଣ୍ଢରେ ରକ୍ତ ଲାଗିଥିବା ପ୍ରକାଶ । ଏତେବଡ ଘଟଣାଟିକୁ ଲୁଚାଇ ରେଞ୍ଜର ଓ ସମ୍ପୃକ୍ତ ଫରେଷ୍ଟର ମିଛ କହିଥିବା ଏହି ଗଣମାଧ୍ୟମ ପ୍ରକାଶ କରିଛି ।
ହାତୀର ମୃତଦେହରେ ଓ କାଟି ନିଆଯାଇଥିବା ଦାନ୍ତର ଖଣ୍ଡିଆସ୍ଥାନରେ ପୋକ ଲାଗିଗଲେଣି । କ୍ଷୋଭ ଓ ପରିତାପର ବିଷୟ ଯେ , ପ୍ରତିଦିନ ହାତୀଙ୍କର ଗତିବିଧି ନିରୀକ୍ଷଣ କରିବାକୁ ନିୟୋଜିତ ଏଲିଫ୍ୟାଣ୍ଟ୍ ସ୍କ୍ବାର୍ଡ ବା ବନକର୍ମଚାରୀ ମାନଙ୍କର ଅବହେଳା ଏହା ଘଟିଥିବା ଓ ଘଟଣାକୁ ଜାଣିଶୁଣି ଲୁଚାଯାଇଥିବା ଏଥରୁ ପ୍ରମାଣିତ ।
ବିଡମ୍ବନାର ବିଷୟ ଯେ ଏପଟେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଗତ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଥିଲା !
ଉଲ୍ଲେଖନୀୟ ଯେ , ଚାରିବର୍ଷତଳେ ଏହି ଘଟଣାସ୍ଥଳର ପ୍ରାୟ ୩୦୦ ମିଟର ଦୂରରେ ଠିକ୍ ସେଇ ଜଙ୍ଗଲରେ ଏକ ହାତୀର ମୃତଦେହ ବନବିଭାଗ ଦ୍ବାରା ଉଦ୍ଧାର କରାଯାଇଥିଲା । ସେତେବେଳେ ମଧ୍ୟ ଚୋରା ବିଜୁଳିତାରର ବାରହାଫାଶରେ ହାତୀଟି ଫଶିଯାଇ ମୃତ୍ୟୁବରଣ କରିଥିବା ଆଶଙ୍କାର ଚର୍ଚ୍ଚା ଉଠିଥିଲା । କିନ୍ତୁ ଅଦ୍ୟାବଧି ତା’ର ତଦନ୍ତରିପୋର୍ଟ ସ୍ପଷ୍ଟ ହୋଇପାରିନାହିଁ !
ଗତ ଛଅବର୍ଷ ମଧ୍ୟରେ ଏହି ରେଞ୍ଜ୍ ରେ ୩ ଟି ହାତୀ ମଲେଣି । ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ଉପରଝର ନିକଟସ୍ଥ ଏକ ମକାବାଡି ପାଖରେ ଏକ ମାଈହାତୀର ବିଜୁଳିତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ଏହାପରେ ରତାଖଣ୍ଡି ମାମୁଁଢାବା ପଛରେ ୨୦୨୦ ସେପ୍ଟେମ୍ବର ମାସରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ଏବେ ଏହି ସେକ୍ସନରେ ଫରେଷ୍ଟର ଥିବା ମହିଳାଫରେଷ୍ଟର ସେତେବେଳେ ମଧ୍ୟ ଏଠାରେ ଅବସ୍ଥାପିତ ଥିଲେ ।
ତେବେ ଚିନ୍ତାଜନକ କଥା ଏହା ଯେ ବଲାଙ୍ଗୀର ବା ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ସୋନପୁର ଜିଲ୍ଲାରେ ଏଇ ଛଅ / ସାତବର୍ଷ ମଧ୍ୟରେ ଛଅ/ ସାତଟି ହାତୀ ମଲେଣି । ପ୍ରାୟ ପ୍ରତିବର୍ଷ ବଲାଙ୍ଗୀରଜିଲ୍ଲାକୁ ବୌଦ୍ଧ ଓ ସୋନପୁର ଏବଂ ଅପରପଟୁ ବରଗଡ ଦେଇ ଝାଡଖଣ୍ଡୀହାତୀଙ୍କର ଗମନାଗମନ ହୋଇଆସୁଛି । ହାତୀମାନେ ଏହି ଅଞ୍ଚଳର ଜଙ୍ଗଲରେ ରହି ଛୁଆଜନ୍ମ ମଧ୍ୟ କରିଥା’ନ୍ତି । ହାତୀ ଆକ୍ରମଣରେ ମଧ୍ୟ ଏକାଧିକ ମଣିଷ ମଲେଣି । ତଥାପି ବନବିଭାଗ ବା ବନ୍ୟପ୍ରାଣୀ ବିଭାଗର ଦାୟିତ୍ୱରେ ବନାଧିକାରୀମାନେ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରୁ ନାହାଁନ୍ତି । ବରଂ ହାତୀଜଗିବା ପାରାଷ୍ଟାଫ୍ ମାନଙ୍କୁ ଘରୋଇ ଚାକର ଭାବରେ ବ୍ୟକ୍ତିଗତ କାମରେ ବେଇଆଇନ୍ ଭାବେ ଖଟାଉଥିବା ଘଟଣା ଦେଖାଯାଉଛି । ସରକାର ଏକଥା ଜାଣି ଶୁଣି ନୀରବଦ୍ରଷ୍ଟା ପାଲଟୁଥିବା ବିଡମ୍ବନାର ବିଷୟ !