ଜିଲ୍ଲା

ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଅବ୍ୟବସ୍ଥା

Email :

କଲମର କାଳି ସରିଯିବାରୁ ରୋଗୀଙ୍କ ଏଣ୍ଟ୍ରି ହୋଇପାରିଲାନି  !

କହିଲେ କୁଳକୁଟୁମ୍ବଙ୍କୁ ଲାଜ 

ବଲାଙ୍ଗୀର :  ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଜଣେ ସ୍କ୍ରବ୍ ଟାଇଫସ୍ ରେଫର୍ ସାମ୍ବାଦିକରୋଗୀଙ୍କୁ ଅଣଦେଖା କରାଯାଉଥିବା ଦେଖାଯାଇଛି ।  ସବୁଠାରୁ ହାସ୍ୟାସ୍ପଦ କଥା ଯେ , ଉଆର୍ଡର ସିକ୍ୟୁରିଟି ରେଜିଷ୍ଟରରେ କଲମର କାଳି ସରିଯିବାରୁ ଆଜି ଦିନଯାକ ରୋଗୀଙ୍କର ଏଣ୍ଟ୍ରି କରାଯାଇପାରି ନାହିଁ  ! ଏଥିରୁ ଉକ୍ତ ହାସପାତାଳର ଅବସ୍ଥା କିପରି ଥିବ , ‘ଧୋବାତୁଠରୁ ଗାଁ’ ପରିମଳ’ ପରି ଅନୁମେୟ  ?

ପ୍ରକାଶ ଯେ , କଣ୍ଟାବାଞ୍ଜିର ଜଣେ ଜଣାଶୁଣା ଯୁବସାମ୍ବାଦିକ ହରିଶ କୁମାର ବାରିକଙ୍କୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଆଜି ସକାଳୁ ଭର୍ତ୍ତି କରାଯାଇଛି । ତାଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ରକ୍ତନମୁନା ପରୀକ୍ଷାରୁ ଜଣାପଡିଛି । ତେବେ ତାଙ୍କୁ ଉକ୍ତ ହାସପାତାଳର ମେଡିସିନ୍ ମେଲ୍ ଉଆର୍ଡରେ ବେଡ୍ ଅଭାବରୁ ତଳେ ଶୁଆଯାଇଥିବା ବେଳେ , ସନ୍ଧ୍ୟାରେ ଯାଇ ତାଙ୍କ ଉଆର୍ଡ ନମ୍ବର ପଚାରିବାରୁ ଦାୟିତ୍ୱରେ ଥିବା କୌଣସି ମେଡିକାଲ୍ ଷ୍ଟାଫ୍ ନ ମିଳିବା ସହିତ ଦୁଇଜଣ ସିକ୍ୟୁରିଟି କର୍ମଚାରୀ ବାଟରେ ଟେବୁଲ୍ ପକାଇ ଖାତା ଧରି ବସିଥିବା ଦେଖିବାକୁ ମିଳିବାରୁ ସେମାନେ କଲମର କାଳି ସରିଯିବାରୁ ଆଜି ସକାଳୁ କୌଣସି ରୋଗୀ ବା ଅଭିଭାବକଙ୍କ ନାଁ’ ପଞିକୃତ କରାଯାଇପାରି ନଥିବା ସେମାନେ ପ୍ରକାଶ କରିଛନ୍ତି । ‘ ୟେ ଗୋଟେ କଥା କି ? ‘ ବୋଲି କହିବାରୁ ସେମାନେ ଦାନ୍ତନେଫେଡି ଦେଇ ‘ ଆମ ଭୁଲ୍ ‘ ବୋଲି ସଫେଇ ଦେଇଥିଲେ ।

ପ୍ରକାଶ ଯୋଗ୍ୟ ଯେ , ଏହି ହାସପାତାଳରେ ପ୍ରାୟତଃ ଅବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ରୋଗୀମୃତ୍ୟୁ ଇତ୍ୟାଦି ଅଭିଯୋଗରେ ଗଣ୍ଡଗୋଳ ଓ ଡାକ୍ତରଙ୍କୁ ମାଡ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ଓ ସିକ୍ୟୁରିଟି ଗାର୍ଡଙ୍କର ଦୁର୍ବ୍ଯବହାର ଯୋଗୁଁ ଉତ୍ତେଜନା ସୃଷ୍ଟି ପରି ଅନେକ ଦୁର୍ଘଟଣାଦି ଘଟିଆସିଛି ।  ତେବେ ଏଇ ସାମାନ୍ୟ କାରଣଟି ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାର ଏକ ନମୁନା ମାତ୍ର ।  ଯାହା ‘କହିଲେ କୁଳକୁଟୁମ୍ବଙ୍କୁ ଲାଜ ‘ବୋଲି ଲୋକେ କହୁଛନ୍ତି । କର୍ତ୍ତୃପକ୍ଷ ଓ ସରକାର ଦୃଷ୍ଟି ଦେବେ କି  ?

Leave a Reply

Your email address will not be published. Required fields are marked *

Related Post