ଦୁର୍ନୀତି

ବିପରୀତ ନ୍ୟାୟ 

Email :

ଚୋର ହାତରେ ଚାବିକାଠି  !

ବଲାଙ୍ଗୀର  : ବଲାଙ୍ଗୀର ଜିଲ୍ଲାରେ ପ୍ରଶାସନର ବିପରୀତ ନ୍ୟାୟ ଚର୍ଚ୍ଚାରେ ରହିଛି । ଦୁଇଟି ଭିନ୍ନ ଭିନ୍ନ ବିଭାଗର ଏପରି ତଦନ୍ତର ଫଳାଫଳ ବିସ୍ମୟ ସୃଷ୍ଟି କରିଛି । ପୂର୍ବଥର ଜାଲ୍ ପ୍ରମାଣପତ୍ର ଦେଇ ଧରାପଡି ଅଯୋଗ୍ୟ ଘୋଷିତ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ପରୀକ୍ଷାରେ ଯୋଗ୍ୟ ବିବେଚିତ କରାଯାଇ ନିଯୁକ୍ତି ଦିଆଯାଇଛି ।

ଗୋଟିଏ ଘଟଣା ହେଉଛି , ଖପ୍ରାଖୋଲ ବ୍ଲକ୍ ଜଲପାଙ୍କେଲ ଅଙ୍ଗନବାଡି କର୍ମୀ ନିଯୁକ୍ତି ମାମଲା । ୨୦୧୦ରୁ ଦୀର୍ଘ ପ୍ରାୟ ୧୪ ବର୍ଷ ପରେ ବି ଏଥିରେ ଅଭିଯୋଗର ସ୍ବର ଥମିନାହିଁ । ଏହି ଗ୍ରାମର ଖ କେନ୍ଦ୍ରର ଅଙ୍ଗନବାଡି କର୍ମୀ ଚୟନରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ବହିଷ୍କୃତା ଜଣେ ପ୍ରାର୍ଥିନୀଙ୍କୁ ପରବର୍ତ୍ତୀ ପରୀକ୍ଷାରେ ଆଉ ଏକ ସାର୍ଟିଫିକେଟ୍ ଦେବାରୁ ନିଯୁକ୍ତି ଦିଆଯାଇଛି । ବାରମ୍ବାର ପ୍ରତିବାଦ ସତ୍ତ୍ୱେ ତାଙ୍କ କୋର୍ଟରେ ପୂର୍ବର ଏଡିଏମ୍ ଙ୍କ ନିଷ୍ପତ୍ତିକୁ ଏଡାଇଦେଇ ସାନି ନିଷ୍ପତ୍ତି ଶୁଣାଇଛନ୍ତି ବଲାଙ୍ଗୀର ଏଡିଏମ୍ । ଏହା ବିରୁଦ୍ଧରେ ପୁଣି ଗତମାସରେ ଖପ୍ରାଖୋଲ ବ୍ଲକ୍ ଅଫିସ୍ ର ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍ ପିଙ୍କ ଯୁଗ୍ମ ଅଭିଯୋଗ ଶିବିରରେ ଏହି ଅନ୍ୟାୟୋଚିତ ନିଯୁକ୍ତିର ଅଭିଯୋଗ ବିଚାରାଧୀନ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଉପମୁଖ୍ଯମନ୍ତ୍ରୀଙ୍କ ମୌଖିକ ନିର୍ଦ୍ଦେଶ ସତ୍ତ୍ବେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ପ୍ରକାଶ । ଏହା ପ୍ରକୃତ ନିର୍ଦ୍ଦେଶ କି ନୁହେଁ , ଅବଶ୍ୟ ଏ ନେଇ ମଧ୍ୟ ସଂଶୟ ରହିଛି !

ପ୍ରକାଶିତ ଅଭିଯୋଗ ପ୍ରତି ନିଘା ନାହିଁ 

ଦ୍ୱିତୀୟ ଘଟଣାଟି ହେଉଛି , ଦେଓଗାଁ ବ୍ଲକ୍ ର ଅର୍ଜୁନପୁର ପେକ୍ସର ଦୀର୍ଘବର୍ଷ ଧରି ହୋଇଥିବା ସମ୍ପାଦକ ନିଯୁକ୍ତିରେ ଶେଷକୁ ଦୁଇଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜାଲ୍ ସାର୍ଟିଫିକେଟ୍ ରେ ଚୟନ ମାମଲା । ପୂର୍ବ ଘୋଷିତ ସମ୍ପାଦକଙ୍କ ନିଯୁକ୍ତିକୁ ମାସେ ପରେ ତ୍ରୁଟିପୂର୍ଣ୍ଣ ଦର୍ଶାଇ  ଦ୍ବିତୀୟସ୍ଥାନର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ।  ଉଲ୍ଲେଖନୀୟ ଯେ , ତାଙ୍କର ଡିସିଏମ୍ ସାର୍ଟିଫିକେଟ୍ ଟି ଜାଲ୍ ଥିବା ଓ ଏହି ସାର୍ଟିଫିକେଟ୍ ଦେଇଥିବା ସଂସ୍ଥାଟି ଜାଲ୍ ବୋଲି ଅଭିଯୋଗ ହୋଇଥିଲା । ବଲାଙ୍ଗୀର ଜିଲ୍ଲାପାଳଙ୍କଠୁଁ ଆରମ୍ଭ କରି ବଲାଙ୍ଗୀର ଡିଆରସିଏସ୍ ଓ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ କଥା ଯାଇଥିଲେ ହେଁ , ପୂର୍ବଥର ଲାଞ୍ଚ ନେଇ ଥାନାରେ ଧରାପଡି ସମାଧାନ ହୋଇଥିବା ପେକ୍ସର ପରିଚାଳନା କମିଟିର ନିଷ୍ପତ୍ତିକ୍ରମେ ପୁଣି ସେଇ ଅଯୋଗ୍ୟଘୋଷିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ମାମଲାଟି ମଧ୍ୟ ତତ୍କାଳୀନ ଟାଣୁଆ ବିଧାୟକଙ୍କୁ ଅବଗତ କରାଯାଇଥିଲା । ତେଣୁ ଏଭଳି ବିପରୀତ ନ୍ୟାୟ ଏଇ ଜିଲ୍ଲାରେ ହୋଇଛି । ଆଶ୍ଚର୍ଯ୍ୟ  !

Leave a Reply

Your email address will not be published. Required fields are marked *

Related Post