ରାଜନେତା ଓ ଓକିଲଙ୍କ ସପକ୍ଷବାଦୀ ଭୂମିକା ?
ବଲାଙ୍ଗୀର : ଏଇ ଅଳ୍ପଦିନ ମଧ୍ଯରେ ବଲାଙ୍ଗୀର ଜିଲ୍ଲାରେ ଘନଘନ ୩ / ୪ ଟି ହତ୍ୟାକାଣ୍ଡ ଜନମାନସରେ ଉ ଦ୍ ବେ ଗ ସୃଷ୍ଟି କରିଛି । ବିଶେଷତଃ ଜିଲ୍ଲାରେ ନୂଆ ଏସ୍ ପି ଭାବେ ଜଣେ ଯୁବ ଆଇପିଏସ୍ ଅଭିଳାଷ ଜି ଯୋଗଦେବା ପରେ ପରେ ମୁରିବାହାଲ , ସଦର ଓ ଟାଉନ୍ ଥାନାର ବଲାଙ୍ଗୀର ସହର ମଧ୍ଯରେ ସାମାନ୍ଯ କାରଣକୁ କେନ୍ଦ୍ର କରି ଲଗାଏତ୍ ତିନୋଟି ନରହତ୍ୟା ଘଟଣା ଜିଲ୍ଲାର ପୁଲିସ ମୁଖିଆଙ୍କ ପାଇଁ ବଦନାମ ଆଣିଦେଇଛି । ଏସବୁ ମାମଲାର ଅଧିକାଂଶ ଆସାମୀଙ୍କୁ ପୁଲିସ ଧରି ସାରିଥିଲା ବେଳେ , ଏହାର କାରଣ ସ୍ବରୂପ ଭିନ୍ନଭିନ୍ନ କଥା କୁହାଯାଉଥିବା ସତ୍ତ୍ବେ ମୁଖ୍ଯତଃ ପୁଲିସ ଓ ଆଇନ୍ କାନୁନ୍ ବ୍ୟବସ୍ଥା ପ୍ରତି ଅପରାଧୀଙ୍କର ଆଦୌ ଡରଭୟ ରହୁ ନଥିବା ସହିତ ବେଖାତିର୍ ମନୋଭାବ ହିଁ ଦାୟୀ । ପୁଲିସ୍ ର ଦଣ୍ଡବିଧାନ ଠିକ୍ ହେଉ ନଥିବ ଥିବା ସହିତ ଆଇନଜିବୀଙ୍କର ବୃତ୍ତିଗତ ଆଇନ୍ ବ୍ୟବସାୟର ତତ୍ତ୍ବ ଥିବା ସହିତ ସାମାଜିକ ଦାୟିତ୍ବ ଓ ମାନବିକ କର୍ତ୍ତବ୍ୟର ପାଳନରେ ଉଦାସୀନତା ନିମନ୍ତେ ଅପରାଧୀଙ୍କ ମୁହଁ ବଢିଯାଇଛି । ଏଥି ସହ ଅପରାଧୀଙ୍କ ରାଜନେତା ବା ମନ୍ତ୍ରୀ / ବିଧାୟକ/ ଚେୟାର୍ ମ୍ୟାନ୍ ପ୍ରମୁଖଙ୍କ ସହ ଲିଙ୍କ୍ ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ବଲାଙ୍ଗୀର ଜିଲ୍ଲାରେ ଦୀର୍ଘବର୍ଷ ଧରି ରାଜନୀତି କରୁଥିବା କେତେକ ରାଜନେତା ବନାମ ଲୋକ ପ୍ରତିନିଧିଙ୍କ ଉପରକୁ ଇତିମଧ୍ୟରେ ଘଟିଥିବା କେତେକ ଆପରାଧିକ ମାମଲାରେ ବିପକ୍ଷରାଜନେତାଙ୍କ ପକ୍ଷରୁ ଅଙ୍ଗୁଳି ନିର୍ଦ୍ଦେଶକୁ ବିରୋଧୀଦଳର ଆରୋପ ବୋଲି ଏଡାଇ ଦିଆଯାଉଛି । ନିକଟରେ ଖପ୍ରାଖୋଲ କ୍ଷୁଦ୍ରଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁଗତ ଜଣେ ସମିତିସଭ୍ଯ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ମରଣାନ୍ତକ ଆକ୍ରମଣ କରିବା ମାମଲାକୁ ଥାନାଧିକାରୀ, ଏସ୍ ଡିପିଓ, ଏସ୍ ପି ଓ ଏଯାବତ୍ ଅଭିଯୋଗ କରାଯାଇଥିବା ସତ୍ତ୍ବେ ମୁଖ୍ଯମନ୍ତ୍ରୀ ମଧ୍ୟ ଗୁରୁତ୍ବ ନଦେବା ଘଟଣାକୁ ଉଦାହରଣ ଦିଆଯାଇପାରେ !
ପୁଲିସର ପକ୍ଷପାତିତା , ନିକୃଷ୍ଟ ସ୍ବାର୍ଥସାଧନ ପାଇଁ ରାଜନୈତିକ ପରିଚାଳିତ ହୋଇପଡୁଥିବାରୁ ଅପରାଧୀଙ୍କ ବିରୁଦ୍ଧରେ ଉଚିତ ଦଣ୍ଡବିଧାନରେ ଖିଲାପ ହେଉଛି । ଫଳସ୍ୱରୂପ ନରହତ୍ୟା ପରି ସବୁଠାରୁ ଜଘନ୍ଯ ଅପରାଧର ଆସାମୀମାନେ ଖସି ଯାଉଛନ୍ତି ଓ ସେମାନଙ୍କର ଡର ରହୁ ନଥିବାରୁ ବାରମ୍ବାର ଏପରି ଅପରାଧ ସଂଘଟିତ ହେଉଥିବା କୁହାଯାଉଛି ।
ପୁଲିସ୍ ଓ ଆଇନ୍ ପ୍ରତି ବେଖାତିର୍ ମନୋଭାବ !
ଏତଦ୍ ବ୍ୟତୀତ ଗାଁ’ ଓ ସହରର ଗଳିକନ୍ଦିରେ ମଦଭାଟି , କୁଡିଆ କୋଠି , ପାଉଚ୍ ମଦ , ଅଣ୍ଡାଠେଲା ଓ ପାନଦୋକାନରେ ବି ବିଦେଶୀମାନଙ୍କ ବୋତଲ ବିକ୍ରି , ଗଞ୍ଜେଇ କାରବାର, କଫ୍ ସିରପ୍ , ନିଶାବଟିକା ଇତ୍ୟାଦିର ପ୍ରଚୁର ମିଳୁଥିବା ବିଶେଷ କରି ଯୁବସମାଜକୁ ନିଶାଗ୍ରସ୍ତ କରିଦେଇଛି । ବଲାଙ୍ଗୀରରେ ବିଗତ କେଇବର୍ଷ ହେଲା ଏସବୁ କାରବାର ଯୋଗୁଁ ପୁଲିସ କର୍ମଚାରୀ ଓ ସାମ୍ବାଦିକ ଓ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଏକାଧିକ ହତ୍ୟାକାଣ୍ଡ ଘଟିଛି । ମୁଖ୍ୟତଃ ସୋନପୁର , ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଦେଇ ଏହାର ଚୋରାଚାଲାଣ ଅବ୍ୟାହତ ରହିଛି । ଏହାର ଧରପଗଡରେ ପୁଲିସ ହାତଚିକ୍କଣ କରୁଛି ।
ଏଣୁ ସରକାରଙ୍କ ପକ୍ଷରୁ ଏଥିନେଇ ଯଥୋଚିତ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି । ଅପରାଧୀ ପ୍ରବୃତ୍ତିର ଅସାମାଜିକ ଯୁବକଙ୍କୁ ରାଜନେତାମାନେ ସଂରକ୍ଷଣ ନ ଦେବା ସହିତ ଥାନାଗୁଡ଼ିକରେ ପୁଲିସ ଉଚିତ ଦଣ୍ଡବିଧାନ ପ୍ରତି କର୍ତ୍ତବ୍ଯ ପାଳନ କରାଗଲେ ଓ ପୁଲିସମୁଖିଆ ଦୃଢ , ନିରପେକ୍ଷ ରହିଲେ , ଏ ସମସ୍ୟାର ନିରାକରଣ ସମ୍ଭବ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।