ଅପରାଧ

ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରୁ ପିଲାଚୋରି ଉଦ୍ୟମ !

Email :

ଭୁବନେଶ୍ବର :  ଗତ ୧ ତାରିଖ ରାତିରେ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରୁ ପୁଣି ଏକ ନବଜାତ ଶିଶୁପୁତ୍ରକୁ ଚୋରି ଉଦ୍ୟମ ହୋଇଛି । ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରୁ ଜଣେ ମହିଳା ଏକ ନବଜାତ ଶିଶୁକୁ ଧରି ପଳାଉଥିବା ବେଳେ ସୁରକ୍ଷାକର୍ମୀମାନେ ଗୋଡାଇ ଗୋଡାଇ ଧରିବା ସହ ଉଦ୍ଧାର କରି ଚୋରଣୀକୁ ପୁଲିସ୍ ରେ ଦେଇଥିବା ପ୍ରକାଶ । ତେବେ କାହିଁକି ମହିଳା ଜଣକ ଉଆର୍ଡରେ ବୁଲି ବୁଲି ପିଲାଙ୍କୁ ଯାଞ୍ଚ୍ କରିବା ଆଳରେ ଏପରି କରୁଥିଲେ , ଅଦ୍ୟାବଧି  ତଦନ୍ତରେ ଲୋକଲୋଚନକୁ  ଆସିପାରିନାହିଁ ।

ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଏଇ ଅଳ୍ପଦିନ ମଧ୍ୟରେ ବାରମ୍ବାର ଏତେ ପିଲାବିକ୍ରି ଓ ପିଲାଚୋରି ଘଟଣା ପରେ ଏହାପଛର ପ୍ରକୃତ କାରଣକୁ ଜାଣିବାକୁ ବିଭାଗ ,ସରକାର , ବିରୋଧୀଦଳ ବା କେହି  ଇଚ୍ଛା କରିନାହାଁନ୍ତି  !  ରାଜଧାନୀରେ ଦୁଇଥର ଏପରି ଉଦ୍ୟମ ସରକାରଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଛି । ଏହା ପଛରେ ଦାରିଦ୍ର୍ଯ , ନିଃସନ୍ତାନଙ୍କ ପୋଷ୍ୟସନ୍ତାନ ଇଚ୍ଛା ନା  ବିକ୍ରି ପଛର ଅନ୍ୟକିଛି ; ସନ୍ଦେହ ସୃଷ୍ଟିକରିଛି ।

ସିଧା ସରକାରଙ୍କୁ ଚ୍ୟାଲେଞ୍ଜ୍  : ତଥାପି ନିଦ ଭାଙ୍ଗୁନି !

ସରକାର ଡିସିପିୟୁ , ସିଡବ୍ଲୁସି  ବା ଚାଇଲ୍ଡ ଲାଇନ୍ ଜରିଆରେ ଶିଶୁ ସୁରକ୍ଷା , ସଚେତନତା ସୃଷ୍ଟି ଓ ଉଦ୍ଧାର ଆଦିର ବ୍ୟବସ୍ଥା କରିଛନ୍ତି ।  ଏଥିପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି ।  ତେବେ ଏଇ ସଂସ୍ଥାଗୁଡିକରେ ଅବାଞ୍ଛିତ ସୁବିଧାବାଦୀ ବ୍ୟକ୍ତିବିଶେଷଙ୍କର ଅନୁପ୍ରବେଶ ଯୋଗୁଁ  ଏଗୁଡିକର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁ । ପ୍ରଶାସନ ଓ ସରକାରଙ୍କ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ କର୍ତ୍ତୃପକ୍ଷ ଏସବୁ ପ୍ରତି ଉଦାସୀନ ରହୁଥିବା ଲକ୍ଷ୍ୟ କରାଯାଇଛି ।  ଆହୁରି ମଧ୍ୟ ଏଇସଂସ୍ଥାର କେତେକ ଅଧିକାରୀଙ୍କ ବିରୋଧରେ ଉଠୁଥିବା ଗୁରୁତର ଅଭିଯୋଗ ବା ପରସ୍ପରବିରୋଧୀ ବିବାଦରୁ ସୂଚନା ମିଳିଥିବା ଆନ୍ତଃରାଜ୍ୟ ଦଲାଲଙ୍କ ଜରିଆରେ ଏବଂ ଅର୍ଥଲୋଭରେ ପଡି କେତେକ ଅଧିକାରୀଙ୍କ ଦ୍ବାରା ଆନ୍ତର୍ଜାତୀୟ ଶିଶୁବିକ୍ରି ଇତ୍ୟାଦି ଉଠୁଥିବା ଗୁରୁତର ଅଭିଯୋଗ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ସନ୍ଦେହ ପ୍ରକାଶ ପ୍ରତି ସରକାର ଆଦୌ ଗୁରୁତ୍ବ ଦେଉନାହାଁନ୍ତି  !

Leave a Reply

Your email address will not be published. Required fields are marked *

Related Post