ଜିଲ୍ଲା

ସେଣ୍ଟ୍ରାଲ୍ ନର୍ସରୀରେ ଗଡୁଛି ମଦବୋତଲ୍

Email :

ଲିଭିନି ରୋଷେଇ ନିଆଁ !

କମିଯାଉଛି ଚାରା ଉତ୍ପାଦନ..

ବଲାଙ୍ଗୀର : ବଲାଙ୍ଗୀର- ଟିଟିଲାଗଡ ମୁଖ୍ଯ ରାସ୍ତାକଡରେ ରହିଛି ବଲାଙ୍ଗୀର ବନ ମଣ୍ଡଳର ୩ ଟି ନର୍ସରୀ ବା ଚାରା ଉତ୍ପାଦନ କେନ୍ଦ୍ର । ତନ୍ମଧ୍ୟରୁ ଗୋଟିଏ ବ୍ରଜଭୂମି ପାଖଦେଇ ଡାହାଣ ପଟକୁ ଭିତରକୁ ଯାଇଥିବା ରାସ୍ତାରେ ପ୍ରାୟ ଅଧ କିମି ପରେ ପଡେ ମେଗା ନର୍ସରୀ । ଅନ୍ୟ ଦୁଇଟିରୁ ୫ ହେକ୍ଟର ଥିବା କଦଳୀମୁଣ୍ଡା ୧ ନଂ ସେଣ୍ଟ୍ରାଲ୍ ନର୍ସରୀରେ ପ୍ରାୟ କିଛି କରାଯାଉ ନଥିବା ବେଳେ , ନଂ ୨ କଦଳୀମୁଣ୍ଡା ନର୍ସରୀରେ ଅଳ୍ପ କିଛି ପଟାଳି ମିଶ୍ରିତ ଚାରା ରୋପଣ କରାଯାଇଥିବା ଓ କିଛି ୧୮ ମାସିଆ ଚାରା ସାନ୍ତ୍ବନା ସ୍ବରୂପ ରହିଥିବା ଦେଖାଯାଏ । ତେବେ ଆଗରୁ ଏହି ନର୍ସରୀଗୁଡିକରେ ୩ ଲକ୍ଷ ଚାରା ଉତ୍ପାଦିତ ହେଉଥିବାର ଶୁଣାଯାଇଥିବା ବେଳେ , ଏବେ ଏହା ହ୍ରାସ ପାଇ ଖସିଆସିଛି ପର୍ଯ୍ୟାୟ କ୍ରମେ ମାତ୍ର ୪୦ ହଜାର ଟାର୍ଗେଟ୍ କୁ । ତଥାପି ସେଠାରେ ମାତ୍ର ଅଳ୍ପ କେତୋଟି ନୂଆପୁରୁଣା ଚାରା ପଟାଳି । ଏସବୁ ନର୍ସରୀରେ ଗଭୀର କୂଅ ନାହିଁ , ଭରସା କେବଳ ୨/୩ ଟି ନଳକୂପ ଉପରେ । ଦିନକୁ ସେଠାରେ ୧୦ /୧୨ ଜଣ ମଜୁରିଆ କାମ କରୁଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ତେବେ ଏତେ ଏରିଆ ଓ ଖର୍ଚ୍ଚାନ୍ତ ସତ୍ତ୍ବେ ଓ ଜଙ୍ଗଲ ପରିମାଣ କ୍ରମଶଃ ହ୍ରାସ ପାଇ ଆସୁଥିବା ବେଳେ କାହିଁକି ଏସବୁ ନର୍ସରୀ ଉଜୁଡା ପଡିଛି , ବୁଝିହେଉନାହିଁ ? ପ୍ରକୃତରେ ଏସବୁର ଖର୍ଚ୍ଚ ପାଇଁ କେତେ ସରକାରୀ ଅର୍ଥ ବ୍ୟୟବରାଦ ଓ ବ୍ୟୟ ହେଉଛି , ଏହାର ପୁଙ୍ଖାନୁପୁଙ୍ଖ ହିସାବର ଅନୁସନ୍ଧାନର ଆବଶ୍ୟକତା ରହିଛି । ଏବକୁ ସମଗ୍ର ଡିଭିଜନ୍ ରେ ଏଭଳି ଟାର୍ଗେଟ ବାଣ୍ଟିଦିଆ ଯାଉଥିବା ବଲାଙ୍ଗୀର ରେଞ୍ଜର ନବୀନ କୁମାର ପଣ୍ଡା କହିଛନ୍ତି ।

ତେବେ ସବୁଠାରୁ ଗୁରୁତର ବିଷୟ ଏହା ଯେ , କଦଳୀମୁଣ୍ଡା ନର୍ସରୀରେ ଚାରା ଉତ୍ପାଦନ ଅପେକ୍ଷା ମୁଖ୍ଯତଃ ବେଆଇନ୍ ଭାବେ ବଣଭୋଜୀ ପାଇଁ ବ୍ୟବହୃତ ହେଉଛି ! ଉଦ୍ ବେଗର କଥା ଯେ ଏବେ ବି ସେଠାରେ ଖାଲି ମଦବୋତଲ୍ ଗଡୁଥିବା ଓ ଗଛତଳେ ଭୋଜିରନ୍ଧାର ଜୁଇ ଲିଭିନାହିଁ ! ଏ ସମ୍ପର୍କରେ ରେଞ୍ଜରଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏହାକୁ ହାଲୁକା ଭାବରେ ନେଇ ସମ୍ମୁଖରେ ବସିଥିବା ତାଙ୍କର ଜଣେ ଅଧସ୍ତନ ଅଧିକାରୀଙ୍କ ସହ ମତ ବିନିମୟ କରି ‘ ଥରେ ଏହାକୁ ମନା କରାଯାଇଥିଲା , କାମ ଦେଲାନି ‘ ବୋଲି କୁହାକୁହି ହେଇ ଦାନ୍ତ ନେଫେଡି ଦେଇ ଏଡ଼ାଇ ଯାଇଥିବା ଆଶ୍ଚର୍ଯ୍ୟଜନକ !

ତେଣୁ ଏବେ ବଲାଙ୍ଗୀର ବନବିଭାଗରେ ଡିଏଫଓ ପଦ ଖାଲି ପଡିଥିବାରୁ ଲୋକଙ୍କ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post