ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଫିସ୍ ରେ ମିଲର୍ସଙ୍କ ହାଇଡ୍ରାମା !

Email :

ବଲାଙ୍ଗୀର : ଏଇ କିଛିଦିନ ହେଲା ବଲାଙ୍ଗୀର ଜିଲ୍ଲାରେ ମିଲର୍ସଙ୍କ ଦ୍ବାରା ଚାଲିଛି ବାହାରୁ ବେଆଇନ୍ ଭାବରେ ଧାନ ଆମଦାନୀ ସହିତ ବିଭିନ୍ନ ଉପାୟରେ ଯୋଗାଣବିଭାଗକୁ ଡରାଇ ବିଲ୍ ଉଠାଇବାର ଡରାଣ । ଏହାପଛରେ ମଧ୍ଯ ରହିଛି ରାଜନୈତିକ ସମର୍ଥନ ଓ କାରଣ I ଫଳରେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି ଯୋଗାଣବିଭାଗର ଅଧିକାରୀମାନେ । ନିକଟରେ ଘଟିଥିବା କେତେକ ଘଟଣାରୁ ଏହା ସୁସ୍ପଷ୍ଟ ।

ଏବେ ବଲାଙ୍ଗୀର ଜିଲ୍ଲାରେ ରହିଛି ଅରୁଆ/ ଉଷୁନା ମିଶାଇ ମୋଟ ୬୯ ଟି ଚାଉଳକଳ । ପ୍ରତିବର୍ଷ ଖରିଫ ଓ ରବି ଋତୁରେ ପ୍ରଶାସନ ଏଗୁଡିକ ମଧ୍ଯରେ ବାଣ୍ଟି ଦେଇଥାଏ ପେକ୍ସ ଓ ଏସ୍ ଏଚ୍ ଜି ଜରିଆରେ ସରକାରୀ ମଣ୍ଡିରୁ ଧାନ କିଣି ଚାଉଳ କରି ସରକାରୀ ଚାଉଳ ଗ୍ରହଣ କେନ୍ଦ୍ର ବା ଆର ଆର୍ ସି ଗୁଡିକ ଦ୍ବାରା ରାଜ୍ୟ ପଣ୍ୟାଗାର ନିଗମ ବା ଏଫ୍ ସି ଆଇ ରେ ସେମାନଙ୍କୁ ପ୍ରଦତ୍ତ ଟାର୍ଗେଟ୍ ଅନୁଯାୟୀ ଚାଉଳ ଜମା ଦେଇଥାଆନ୍ତି । ମଣ୍ଡିରୁ ଧାନ ଆଣିବା ଓ ମିଲ୍ ରୁ ପଞ୍ଚାୟତ ବା ଉପରୋକ୍ତ ଗୋଦାମକୁ ଚାଉଳ ପରିବହନ ଓ କଷ୍ଟମ୍ ମିଲିଂ , ବସ୍ତା , ଶ୍ରମିକମଜୁରୀ ଇତ୍ୟାଦି ବାବଦକୁ ସରକାର ସେମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ପାଉଣା ଦେଇଥାଆନ୍ତି ।

ଜିଲ୍ଲାରେ ଜାରୀରହିଛି ବାହାରୁ ବେଆଇନ୍ ଧାନ ଆମଦାନୀ

କିନ୍ତୁ ମଣ୍ଡିରୁ ଧାନ ନ ଉଠାଇ , ଚାଉଳ ନ କୁଟି , ପରିବହନ ପାଇଁ ଟ୍ରକ୍ ବା ଯାନବାହନ ନ ଲଗାଇ , ଚାଉଳ ପ୍ରକ୍ରିୟାକରଣ ନିମନ୍ତେ କଟନୀଛଟନୀ ଆଳରେ ଓ ଅନ୍ଯାନ୍ଯ ଫେକ୍ ଭେଣ୍ଡିଂ ବା ଅନ୍ ଲାଇନ୍ ଅନିୟମିତତାର ଆଳରେ ଉପାୟରେ ମିଲର୍ସମାନେ ବ୍ୟାପକ ଠକେଇ କରିଆସୁଥିବା ଅଭିଯୋଗ ହୋଇଆସୁଛି । କେତେକ ଧାନଚାଉଳର ଚୋରାଚାଲାଣ ଧରା ପଡୁଛି । ବିଭିନ୍ନ ଚାଷୀ ସଂଗଠନ, ଗଣମାଧ୍ୟମ ଜରିଆରେ ଏହା ସରକାରଙ୍କ ଦୃଷ୍ଟିକୁ ଆସୁଛି ।

ଏତଦ୍ ବ୍ୟତୀତ ମିଲ୍ ର କାପାସିଟି , ବଏଲର୍ ଓ ବିଦ୍ୟୁତ୍ ବିଲିଂ ଆଦିରୁ ତଦନ୍ତ କରାଗଲେ , ଏହାର ପ୍ରମାଣ ମିଳିପାରିବ । ମଣ୍ଡିରୁ ଧାନ ନ ଉଠାଇ ଜାଲ୍ ଟ୍ରକ୍ ଓ ଜାଲ୍ ଯାନବାହନର ମିଛ ନମ୍ବର ପକାଯାଇ ନକଲି ପରିବହନ ଖର୍ଚ୍ଚ ବାଟମାରଣାର ଅଭିଯୋଗ କିଛିଦିନ ତଳେ ଜିଲ୍ଲା ଯୋଗାଣ ବିଭାଗରୁ ସଇଁତଳା ଅଞ୍ଚଳର ଜଣକର ସୂଚନା ଅଧିକାର ବଳରେ ପ୍ରାପ୍ତ ତଥ୍ଯରୁ ପ୍ରକାଶ ।

ଗତ ଖରିଫ ଓ ରବିଋତୁରେ ବାହାର ରାଜ୍ୟ ବନାମ ଛତିଶଗଡରୁ ବିଶେଷତଃ ରବିଧାନ ଚୋରାଆମଦାନୀ ସମ୍ପର୍କରେ ବହୁ ଅଭିଯୋଗ ପ୍ରକାଶ ପାଇଥିଲା । କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ପଡୋଶୀ ସୁବର୍ଣ୍ଣପୁର, ନୂଆପଡା , ବରଗଡ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଏପରି ଚାଲିଛି ।

ତେବେ କିଛିଦିନ ତଳେ ବେଲପଡାର ୫ ଟି ଚାଉଳକଳର ଜଣେ ମାଲିକ ଜିଲ୍ଲା ଯୋଗାଣ ଅଫିସରେ ତାଙ୍କର ପ୍ରାୟ ୬୦ ଲକ୍ଷ ଟଙ୍କାର କଷ୍ଟମ୍ ମିଲିଂ ବାବଦକୁ ବିଲ୍ ବାକିଥିବା ଦାବି କରି କନ୍ଦାକଟା କରି ଆତ୍ମହତ୍ୟା କରିବାକୁ ଧମକ ଦେଇ ହାଇଡ୍ରାମା କରି ଚାପ ପକାଇ ନିଜର ପାଉଣା ଆଗତୁରା ଆଦାୟ କରିନେବା ପରେ ପୁଣି ଗତକାଲି ଆସି ପୂର୍ବ ପରି ହାଇଡ୍ରାମା ପ୍ରଦର୍ଶନ କରି ବାକି ବିଲ୍ ପାଇ ନଥିବାର ଅଭିଯୋଗ କରି ବିଲ୍ ହାତେଇ ନେଇଥିବା ଜଣାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାୟୀ , ଗତ ୨୦୨୩- ୨୦୨୪ ର ବିଲ୍ ବକେୟା ରହିଛି ଓ ଏଠାରେ ଆକାଉଣ୍ଟ ବିଭାଗରେ ତତ୍ପରତାର ସହ ବିଲ୍ ପଠାଯାଉ ନାହିଁ ।

ଏହାକୁ ବିଭାଗ ପକ୍ଷରୁ ଅସ୍ୱୀକାର କରାଯାଇଛି । ଏହାର ଉତ୍ତରରେ ବିଭାଗ ପକ୍ଷରୁ କୁହାଯାଇଛି ଯେ , ଜିଲ୍ଲାଯାକର ୬୯ ଟି ମିଲ୍ ଗୁଡିକର ବିଲ୍ କଲାବେଳକୁ କର୍ମଚାରୀ ଅଭାବରୁ ବିଳମ୍ବ ହେବା ସ୍ୱାଭାବିକ୍ । ଯେଉଁମାନେ ଆଗ ବିଲ୍ ଦାଖଲ କରିଛନ୍ତି , ସେମାନଙ୍କର ଅଦ୍ୟାପି ବାକି ରହିଥିବା ବେଳେ , ୫/ ୬ ଟି ମିଲ୍ ର ମାଲିକ ବେଲପଡାର ଶଙ୍କର ଜୈନଙ୍କର ଏଭଳି ହଲ୍ଲା କରି ବାରମ୍ବାର ପକାଇବା ଦୁର୍ଭାଗ୍ଯଜନକ ! ବଲାଙ୍ଗୀର ଜିଲ୍ଲା ଯୋଗାଣବିଭାଗରେ ନିକଟରେ ପୂର୍ବରୁ ଜଣେ ମିଲର୍ ପୂର୍ବତନ ସିସିଏସଓଙ୍କୁ ଭିଜିଲାନ୍ସ ଧରାଇବା , ବିଭିନ୍ନ ଉପାୟରେ ‘ ଟେବୁଲ୍ ତଳେ ଟଙ୍କା ରଖିଦେଇ ଭିଜିଲାନ୍ସ ଧରାଇଦେବା ଧମକ ଦେବା , ଅଫିସରେ ଆସି ହାଲ୍ଲାଗୁଲା କରିବାରୁ ଅଫିସ କାମରେ ବାଧାସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ସିସିଏସଓ , ଆକାଉଣ୍ଟାଣ୍ଟ୍ ଓ ଅନ୍ଯାନ୍ଯ ଆଉଟ୍ ସୋର୍ସିଂ କର୍ମଚାରୀମାନେ ଅଳ୍ପଦିନ ହେଲା ନୂଆକରି ଯୋଗଦେଇ ଥିବାରୁ ବସ୍ତୁତଃ ସେମାନେ କେତେକ ମିଲର୍ସଙ୍କ ଏପରି ଆଚରଣରେ ଚାପ ପକାଇ ବିନା ପୁଙ୍ଖାନୁପୁଙ୍ଖ ଯାଞ୍ଚରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ରେ କିଛି ଭୁଲ୍ ତ୍ରୁଟି ରହିଗଲେ , ଚାକିରୀ ଯିବାର ଭୟରେ ଡରି ଯାଉଥିବା ପ୍ରକାଶ ।

ଆହୁରି ମଧ୍ଯ କିଛିଦିନ ତଳର ଇତିମଧ୍ୟରେ ଯୋଗାଣମନ୍ତ୍ରୀଙ୍କ ସଫେଇ ସହ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର କେତେକ ମିଲ୍ ରୁ ଜିଲ୍ଲାର ବରିଷ୍ଠ ରାଜନେତା ବନାମ ତୁଙ୍ଗ ଲୋକପ୍ରତିନିଧିଙ୍କ ଦ୍ବାରା ଉଚ୍ଚ ପ୍ରଶାସନିକ ଅଧିକାରୀ ବନାମ ତତ୍କାଳୀନ ଜିଲ୍ଳାପାଳଙ୍କ ଜରିଆରେ ଓ ଅନୁଗତଙ୍କ ଦ୍ବାରା ଚାପ ପକାଇ କୋଟି କୋଟି ଟଙ୍କାର ରାଜତଣ୍ଡ ଆଦାୟ କରିଥିବା ଚର୍ଚ୍ଚା ରାଜନୈତିକ ପ୍ରସଙ୍ଗ ହୋଇ ଦାଣ୍ଡରେ ପଡି ହାଟରେ ଗଡୁଛି । ପ୍ରକାଶଯୋଗ୍ୟ ଯେ , ଉକ୍ତ ଉଭୟ ଜିଲ୍ଲାର ସିସିଏସଓ ବା ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ବଲାଙ୍ଗୀର ଭାରପ୍ରାପ୍ତ ଆକାଉଣ୍ଟ ଅଧିକାରୀ ବୀ ଏ ଏମଙ୍କୁ ଭିଜିଲାନ୍ସ ଧରିଥିଲା । ଫଳସ୍ୱରୂପ ଏହାପରେ ଅଧିକାରୀମାନେ ମୁଖ୍ଯତଃ ବିବାଦୀୟ ମିଲର୍ସଙ୍କ ଏକକାଳୀନ ଅଧିକ ଟଙ୍କାର ବିଲ୍ ବିନା ଟିକିନିଖି ଯାଞ୍ଚରେ କରିବାକୁ ଅମଙ୍ଗ ହେଉଥିବା ଜଣାଯାଏ ।

Leave a Reply

Your email address will not be published. Required fields are marked *

Related Post