ଜିଲ୍ଲା

ଦାଦନ ହେବାରେ ମଜା ଅଛି – ବିଧାୟକ

Email :

ଚଳିତବର୍ଷ ଦାଦନଚାଲାଣ ବୃଦ୍ଧି ଆଶଙ୍କା

ଟାସ୍କଫୋର୍ସ ନିଷ୍କ୍ରିୟ : ଅନ୍ନଦାତା ବିଧାୟକ : ତ୍ରୁଟିପୂର୍ଣ୍ଣ ଚାଷୀ ପଞ୍ଜୀକରଣ

ବଲାଙ୍ଗୀର : ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରୁ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟରେ ପ୍ରକୃତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଓ ଲାଇସେନ୍ସ ପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ଛଡା ସର୍ଦ୍ଦାରଙ୍କ ଦ୍ବାରା ହଜାର ହଜାର ବେଆଇନ ଚାଲାଣ ହେଉଛି । ଆଶ୍ଚର୍ଯ୍ୟର ବିଷୟ ଯେ ବିଭାଗୀୟ ଅଧିକାରୀ ସରକାରଙ୍କୁ ଜାଣିଶୁଣି ଭ୍ରମାତ୍ମକ ହିସାବ ଦେଇଆସୁଛନ୍ତି ଓ ସରକାର ସେଭଳି ଅଧିକାରୀଙ୍କୁ ବଲାଙ୍ଗୀର ବା ଦାଦନପ୍ରବଣ ଜିଲ୍ଲାରେ ଅବସ୍ଥାପିତ କରୁଛନ୍ତି !

ବିଡମ୍ବନାର ବିଷୟ ଯେ , ଆଗରୁ ଦାଦନଶ୍ରମିକ ଚାଲାଣର ନିରାକରଣ ନିମନ୍ତେ କେନ୍ଦ୍ର ଓ ରାଜ୍ଯର ଦୀର୍ଘମିଆଦୀ ଗ୍ରାମୀଣ ଶ୍ରମଭିତ୍ତିକ ଯୋଜନା ମନରେଗା ଜାରୀ ରହିଥିବା ବେଳେ ଏ ସରକାରଙ୍କ ଦ୍ବାରା ଟାସ୍କଫୋର୍ସ ଲାଗୁ କରାଯାଇଛି ଏବଂ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷ ରହିଛନ୍ତି । ଆହୁରି ବି ନିଜକୁ ଦାଦନଶ୍ରମିକଙ୍କ ତ୍ରାଣକର୍ତ୍ତା ବା ‘ ଅନ୍ନଦାତା ‘ କହୁଥିବା ଦୀର୍ଘ ୨୪ ବର୍ଷର ବିଜେଡି ସରକାରର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ଜଣେ ଦାଦନସର୍ଦ୍ଦାର ଲକ୍ଷ୍ମଣ ବାଗ ଦାଦନଗଡ କଣ୍ଟାବାଞ୍ଜିର ମାନ୍ୟବର ବିଧାୟକ ହୋଇଛନ୍ତି ।

ପ୍ରକାଶ ଯେ , ଏଇ ଡବଲଇଞ୍ଜିନ୍ ସରକାରଙ୍କ ଗତ ଏକବର୍ଷାଧିକ ଶାସନକାଳରେ ବି ରାଜ୍ୟବାହାରେ ଏକାଧିକ ଦାଦନଶ୍ରମିକଙ୍କ ମୃତ୍ୟୁ ଓ ନିର୍ଯାତନାର ଖବର ପ୍ରକାଶ ପାଇଲାଣି । ଜିଲ୍ଲାର ଅନ୍ୟତମ ଦାଦନଚାଲାଣର କେନ୍ଦ୍ର ବେଲପଡା ବ୍ଲକ୍ ରେ ଦାଦନସର୍ଦ୍ଦାରଙ୍କ ଝିଅ ଓ ପୁଅ ପଞ୍ଚାୟତ ସମିତିର ଅଧ୍ୟକ୍ଷା/ ଉପାଧ୍ୟକ୍ଷ ଅଛନ୍ତି । ଏହାଛଡା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରେ ଦାଦନସର୍ଦ୍ଦାରମାନେ ସରପଞ୍ଚ , ନାଏବ- ସରପଞ୍ଚ ସମିତିସଭ୍ଯ ଓ ୱାର୍ଡମେମ୍ବର ଅଛନ୍ତି । ସର୍ବୋପରି ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପାଟଣାଗଡ, ଖପ୍ରାଖୋଲ ଓ ବେଲପଡା ବ୍ଲକ୍ ରୁ ମୁଖ୍ଯତଃ ଦାଦନଚାଲାଣ ହୋଇଥାଏ । ଏଣୁ ଏକପ୍ରକାର ଦାଦନଶ୍ରମିକ ଚାଲାଣ ପଛରେ କ୍ଷମତାସୀନ ରାଜନୈତିକ ସମର୍ଥନ ରହିଥିବା ଏକ ଅପ୍ରିୟସତ୍ୟ ।

ଡବଲଇଞ୍ଜିନ୍ ସରକାରଙ୍କ ଡବଲ୍ ଗତିରେ

ଏଥିସହ ଅଦ୍ୟାବଧି ଟାସ୍କଫୋର୍ସ ନିଷ୍କ୍ରିୟତା , ଶାସକଦଳର ବିଧାୟକ, ବ୍ଲକ୍ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ଯ, ଓ୍ବାର୍ଡସଭ୍ୟ ପ୍ରମୁଖଙ୍କ ପୃଷ୍ଠପୋଷକତା ଓ ଚଳିତବର୍ଷର ଚାଷୀ ପଞ୍ଜୀକରଣରେ ବଂଶାବଳୀ ଅନୁସୃତ ନୂତନନିୟମ ଯୋଗୁଁ ଗ୍ରାମାଞ୍ଚଳର ସରଳଲୋକଙ୍କର ସଚେତନତାର ଅଭାବ ସାଙ୍ଗକୁ ସ୍ବଳ୍ପ ଅନିୟମିତ ବୃଷ୍ଟିପାତ ଯୋଗୁଁ ପ୍ରକାଶ ପାଇଥିବା ମରୁଡିଆଶଙ୍କା ଇତ୍ୟାଦି ଚଳିତବର୍ଷ ଦାଦନଚାଲାଣର କାରଣ ବୋଲି କୁହାଯାଉଛି ।

ଏହାସହିତ ବେଆଇନ ଦାଦନଚାଲାଣର ଧରପଗଡ ଆଳରେ ପାରମ୍ପରିକ ଭାବେ ଥାନା ଓ ଫାଣ୍ଡିର ପୁଲିସର ଏବଂ ଶ୍ରମବିଭାଗର ପୂର୍ବବତ୍ ବଟି ସହ ଏପରିକି ରାଜ୍ୟବାହାରର ଇଟାଭାଟି ସେଠ୍ ଓ କୋଟିପତିରୁ ପ୍ରାୟ ସମସ୍ତ ସର୍ଦ୍ଦାରଙ୍କ ମଧୁଚନ୍ଦ୍ରିକା ସହ କୌଣସି ଦାଦନଶ୍ରମିକ ଶୋଷଣ ଅଭିଯୋଗର ତଦନ୍ତକୁ ଚପାଇଦିଆଯିବା ଇତ୍ୟାଦି ମଧ୍ଯ ଏହାର ଅନ୍ୟତମ କାରଣ ବୋଲି ଜଣାଶୁଣା ।

ବିଶେଷତଃ କିଛିବର୍ଷ ତଳେ କଣ୍ଟାବାଞ୍ଜିର ଜଣେ ପୂର୍ବତନ ଏସ୍ ଡି ପିଓ ୭ ଜଣ ଆନ୍ଧ୍ର ଦାଦନସେଠ୍ ଙ୍କ ଠାରୁ ଲଜ୍ ରେ ଚଢାଉ କରି ପ୍ରାୟ ଏକ କୋଟି ଟଙ୍କା ଲୁଟି ନିଲମ୍ବିତ ହୋଇଥିବା ଇତିହାସ ରହିଥିବା ଏହି ଥାନାର ଆଇ ଆଇସି ପୂର୍ବବର୍ଷ ଥାନାକୁ ସର୍ଦ୍ଦାରଙ୍କ ସୁଅ ଛୁଟୁଥିବା ଖବର ସତ୍ତ୍ବେ ପ୍ରତିବାଦ ନ କରି ଚୁପ୍ ପଡିଯାଇଥିବା ଘଟଣା ଚର୍ଚ୍ଚିତ ହୋଇଥିବା ସହ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ,ନିକଟରେ ସ୍ବାମୀଙ୍କ ସାଧାରଣଲୋକଙ୍କୁ ମାଡ ମାରି ଦବଙ୍ଗଗିରି ଦେଖାଇବାରୁ ଲୋକଙ୍କ ଦ୍ବାରା ଥାନାଘେରାଉର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାରୁ ଅନ୍ୟତ୍ର ତୁରନ୍ତ ବଦଳି ହୋଇଯାଇଥିବା ପୂର୍ବରୁ ବହୁମାମଲାରେ ବିବଦମାନ ହୋଇଥିବା କଣ୍ଟାବାଞ୍ଜି ଥାନାର ମହିଳା ଆଇ ଆଇ ସି. ରଶ୍ମିତା ବେହେରା ଦାଦନଚାଲାଣ ପାଇଁ ସର୍ଦ୍ଦାରଙ୍କ ଠାରୁ ନେଇଥିବା ଅଗ୍ରୀମ ବଟି ଏବେ ଫେରାଇଦେବେ କି ? ‘ ବୋଲି ଲୋକଙ୍କ ଦ୍ବାରା ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ସେ ଏଭଳି ଆରୋପକୁ ଅସ୍ବୀକାର କରନ୍ତି । ଏଣୁ ଜନସାଧାରଣଙ୍କ ଉପରୋକ୍ତ ଚର୍ଚ୍ଚା ଅମୂଳକ ନୁହେଁ ।

ତେବେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ଯଶାସନସଚିବ ଶ୍ରମବିଭାଗକୁ ଦାଦନଶ୍ରମିକମାନେ ଯାଉଥିବା ରେଳଷ୍ଟେସନ ଗୁଡିକୁ ଜଗିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ଏହା ମୂଳରୁ ସୁଇଚ୍ ବନ୍ଦ ନ କରି ନଳାମୁହଁ ଚୁଣ୍ଟା ଭଳି କାମ ବୋଲି ଲୋକେ ସମାଲୋଚନା ପ୍ରକାଶ କରିଛନ୍ତି । ବରଂ ଏହାଦ୍ବାରା ଉଭୟ ଶ୍ରମବିଭାଗ ଓ ପୁଲିସର ଆହୁରି ହାତଚିକ୍କଣ ହେବ । ଅପରପକ୍ଷେ ଦାଦନସର୍ଦ୍ଦାରରୁ ବିଧାୟକ ହୋଇଥିବା କଣ୍ଟାବାଞ୍ଜିର ଶାସକଦଳର ଭାଜପା ବିଧାୟକ ଲକ୍ଷ୍ମଣ ବାଗ ‘ ଦାଦନ ହେବାରେ ମଜା ଅଛି ‘ ବୋଲି କହିଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । ଏଣୁ ଦାଦନଚାଲାଣ ରୋକିବା ଦିଗରେ ସରକାରଙ୍କ ଦ୍ବୈତଭୂମିକା ଲୋକଙ୍କୁ ଦ୍ବନ୍ଦରେ ପକାଉଛି ।

Leave a Reply

Your email address will not be published. Required fields are marked *

Related Post