ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ନିଷିଦ୍ଧ ନିୟମ
ଭୁବନେଶ୍ବର : ବହୁଚର୍ଚ୍ଚିତ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ବିକ୍ରି କଟକଣାକୁ ନେଇ ରାଜ୍ୟବ୍ୟାପି ମୃଦୁ ମିଶ୍ରପ୍ରତିକ୍ରିୟା ସୃଷ୍ଟି ହୋଇଛି । କେତେକ ଏହାକୁ ସମାଲୋଚନା ପ୍ରକାଶ କରି କଟାକ୍ଷ କରିଛନ୍ତି ଯେ ଏହା ଏକ ଦନ୍ତହୀନ ସରକାରୀ ଆଇନ୍ ଓ ‘ କାନ ନେଇଗଲା କୁଆ ‘ ଭଳି ଏହା ଏକ ଅଜବ୍ ନିୟମ । ଯଦିଓ ୧୯୩୪ ଇଂରେଜଶାସନ ଅମଳରୁ ପେଟ୍ରୋଲ୍ ଭଳି ଦାହ୍ୟ ତରଳ ପଦାର୍ଥକୁ ଏଭଳି ଖୁଚୁରା ବିକ୍ରି ଇତ୍ୟାଦି ବିରୋଧରେ ପେଟ୍ରୋଲିୟମ ଆକ୍ଟ ର ନିଷେଧ କଟକଣା ରହିଛି । ହୁଏତ ସେତେବେଳେ ପ୍ଲାଷ୍ଟିକ୍ ବୋତଲର ପ୍ରଚଳନ ନ ଥିବାରୁ ସେତେବେଳର ନିୟମ ଅନୁସାରେ ଏବେ ଟିଣ ବା କାଚ ବୋତଲରେ ଏହା ନିଆଯାଇପାରିବ ବୋଲି ବିକଳ୍ପ ବାହାର କରାଯାଇଛି । ଛତୁଫୁଟିଲା ପରି ରାସ୍ତାକଡରେ ଏଭଳି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି ନିଷେଧ ନିୟମ ଘୋଷଣା କରି ସରକାର ଏକ କଟକଣା ଜାରୀ କରିଥିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ । ଅପରତଃ ପେଟ୍ରୋଲ ଚାଳିତ ଅନ୍ଯାନ୍ଯ ଅଚଳ ମୋଟର ବା ଯନ୍ତ୍ରପାତି ନିମନ୍ତେ ପେଟ୍ରୋଲପମ୍ପରୁ ଏହା କିପରି ନିଆଯାଇପାରିବ, ଏଥିରେ ପ୍ଲାଷ୍ଟିକ୍ ବୋତଲ ଏକମାତ୍ର ବିକଳ୍ପ ନୁହେଁ ।
ସେ ଯାହାହେଉ, ଜଣେ ନିର୍ଯାତୀତା କଲେଜଛାତ୍ରୀଙ୍କ ଆତ୍ମଦାହ ରୋକିବାକୁ ସରକାରଙ୍କ ଉର୍ବର ମସ୍ତିଷ୍କରୁ ଏଇ ବୁଦ୍ଧିଟି କେତେଦୂର ଉପଯୋଗୀ ହୋଇପାରିବ, ବିଚାରସାପେକ୍ଷ । ତେବେ ରାଜନୈତିକ ବିରୋଧର ସୁରକ୍ଷା କ୍ଷେତ୍ରରେ ଏହା ଏକ ହାସାସ୍ପଦ ପଦକ୍ଷେପ ବୋଲି କେତେକ ମହଲରେ ସମାଲୋଚନା ପ୍ରକାଶ ପାଇଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।