ଏମ୍ ଏସ୍ ପି , ଏଫ୍ ଏ କ୍ୟୁ ବନାମ କ ଟ୍ ନୀ ଛ ଟ୍ ନୀ
ବଲାଙ୍ଗୀର : ଏହା ଚଳିତ ଖରିଫଋତୁର କେବଳ ବଲାଙ୍ଗୀର ଜିଲ୍ଲାର ଚିତ୍ରଚରିତ୍ର ନୁହେଁ , ବରଂ ସମଗ୍ର ପଶ୍ଚିମଓଡିଶାର ପ୍ରତିଫଳନ । ଯଦିଓ ବଲାଙ୍ଗୀରରେ ଏହି ଧାନକିଣାରେ ଚାଷୀଙ୍କ ସ୍ବାର୍ଥ ଆଳରେ ଆଇନ୍ ଅଦାଲତକୁ ଅସ୍ତ୍ର କରି ଅଭାବୀବିକ୍ରି ରୋକିବାକୁ ମିଲର୍ସଙ୍କ ଉପରେ କଟକଣା ଆଣିବାରେ ତତ୍କାଳୀନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅବଦାନ ଅନସ୍ବୀକାର୍ଯ୍ଯ । ଏବେ ଏହିଜିଲ୍ଲାର ଜଣେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅଛନ୍ତି ଏବଂ ତଥାପି ଦଳୀୟ ଦବଦବା ବଜାୟ ରଖିବାରେ ପୂର୍ବତନ ସାଂସଦ ଓ ଏକାଧିକବାରର ବିଧାୟକ ବିଜେଡିର ଗଡରକ୍ଷା କରିଥିବା କଳିକେଶ ନାରାୟଣ ସିଂହଦେଓ ଏଥିରେ ସକ୍ରିୟ ରହିଥିବାରୁ ଏଠାରେ ଧାନମଣ୍ଡି ରାଜନୀତିର ଯଥେଷ୍ଟ କାରଣ ରହିଛି ।
ଏବେ ଏଠାରେ ଏହି ତ୍ରିକୋଣୀୟ ମଣ୍ଡିରାଜନୀତିର ରୋଚକଦୃଶ୍ୟ ଦେଖିବାକୁ ମିଳିଛି । ବିଜେପି , ବିଜେଡି ଓ କଂଗ୍ରେସଦଳର ମଣ୍ଡିବୁଲା ସହ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପରେ ସେମାନେ ଏହାକୁ ପ୍ରସଙ୍ଗ କରିଛନ୍ତି । ବଲାଙ୍ଗୀରର ବିଜେଡି ବିଧାୟକ କଳିକେଶ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର କେତେକ ମଣ୍ଡି ବୁଲି ମିଲ୍ ଓ ମଣ୍ଡିକୁ ଛିଣ୍ଡାଅଖା ଦେଖାଇ ସରକାର ଏହା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ସମାଲୋଚନା କରିଛନ୍ତି । ଦ୍ବିତୀୟରେ ଉପମୁଖ୍ଯମନ୍ତ୍ରୀ କେଭି ତାଙ୍କ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲି ମଣ୍ଡି ତଦାରଖ ପୂର୍ବକ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ , ସରକାର ଏଥରଠାରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ବା ଏମ ଏସ ପି ବୃଦ୍ଧି କରିଥିବା ବାହାଦୂରୀ ମାରୁଥିବା ସହ ପୂର୍ବ ସରକାରଙ୍କ ସମୟରେ ସେମାନେ କାହିଁକି ଅଖାବସ୍ତାର ସମସ୍ୟାକୁ ସମାଧାନ କରିପାରି ନଥିଲେ ବୋଲି କଟାକ୍ଷ କରିଛନ୍ତି । ଉଲ୍ଲେଖନୀୟ ଯେ ଜିଲ୍ଲାରେ ଏହି ଧାନବସ୍ତା ଉଭୟ ଅଖା ଓ ଜରିବସ୍ତାରେ ଭର୍ତ୍ତି କରାଯାଉଛି ଓ ପାଟଣାଗଡ ଅଞ୍ଚଳରେ ଏଥିରେ କଟକଣା ନଥିବା ଦେଖାଯାଇଛି । ଅଥଚ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଅଖାବସ୍ତାରେ ନିଆଯିବାକୁ କୁହାଯାଉଛି ! ଦ୍ବିତୀୟତଃ ସରକାର କଟନୀ ଛଟନୀ ନିଷେଧ ଘୋଷଣା କରିଥିବା ବେଳେ ମିଲର୍ସ ଏହା ନମାନି ଏଫ୍ ଏ କ୍ୟୁ ଧାନ ଦାବି କରି ୩ରୁ ୪ ବା ୪ ରୁ ୫ କେଜି କାଟିନେଉଥିବା ପ୍ରକାଶ ପାଇଛି । ତେବେ ଉପମୁଖ୍ଯମନ୍ତ୍ରୀ କେଭିଙ୍କର ମିଲର୍ସଙ୍କୁ ସିଧାସଳଖ ‘ ସରକାରଙ୍କ ପାଖରେ ଅନେକ ବାଟ ରହିଛି । କଥା ନମାନିଲେ ମିଲ୍ ର ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ଓ ମିଲ୍ ସିଲ୍ କରାଯିବ ‘ ବୋଲି ଧମକ ଦେବାର ସମାଲୋଚନା ପ୍ରକାଶ ପାଇଛି ।
ସବୁଠାରୁ କଡା ଓ ସିଧା ଆକ୍ରମଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଗଣମାଧ୍ୟମରେ ସେ ପ୍ରକାଶ କରିଛନ୍ତି ‘ଯେ ଟଙ୍କା ନଦେଲେ , ମିଲ୍ କୁ ସିଲ୍ କରିବା ଓ ଦେଲେ ଡବଲ ଟଙ୍କା ନେଇ ଖୋଲିଦେବା ଏ ସରକାରଙ୍କର ସ୍ବରୂପ ପାଲଟିଛି ।’ ଯାହା ସେ ସୁବର୍ଣ୍ଣପୁରର ଏକାଧିକ ମିଲ୍ କୁ ସାଂସଦ ଚଢାଉକରି ସିଲ୍ କରିବା ପରିପ୍ରେକ୍ଷୀରେ କିଛିଦିନ ଆଗରୁ ମଧ୍ୟ କହିଥିଲେ ।
ଏଣୁ ତିନିଦଳର ଏତାଦୃଶ ରାଜନୈତିକ ଆରୋପ- ପ୍ରତ୍ୟାରୋପରେ ଚାଷୀଙ୍କର କି ଲାଭ ହେଉଛି , ତର୍ଜମା କରିବାର ଅବକାଶ ସୃଷ୍ଟି ହୋଇଛି। ଏହା ସତରେ ଏମାନଙ୍କର ଚାଷୀଙ୍କ ପାଇଁ ଦରଦ ନା କୁମ୍ଭୀରକାନ୍ଦଣା ,ଏ ନେଇ ଜନମାନସରେ ସଂଶୟ ରହିଛି । ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏହା ଯେ , ମିଲର୍ସ ସରକାରଙ୍କ ଘୋଷଣାକୁ ନ ମାନି ଏପରି ବେଫିକର ରହିବା ପଛରେ କି କାରଣ ରହିଥାଇପାରେ ?
ବରଗଡରୁ ଇ ନ୍ ପୁ ଟ୍ ବଣ୍ଟନ ଆରମ୍ଭ ହୋଇ ଏଯାବତ୍ ପଶ୍ଚିମଓଡିଶାର ବିଭିନ୍ନ ଜିଲ୍ଲାରେ ଚଳିତବର୍ଷର ଖରିଫ୍ ଧାନକିଣାରେ ସରକାର ଚାଷୀଙ୍କର କେତେ ଆସ୍ଥାଭାଜନ ହୋଇଛି , ଏହା ଭବିଷ୍ୟତ କହିବ ।