ରାଜନୀତି

ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି !

Email :

ଟାସ୍କଫୋର୍ସ ସତ୍ତ୍ୱେ ଦାଦନଚାଲାଣ !

କଟକଣା ସତ୍ତ୍ୱେ କଟନୀ, ଛଟନୀ, ମିଲର୍ସଙ୍କ ମନମାନି !

ବଲାଙ୍ଗୀର :  ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ ରାଜ୍ୟରେ ଶାସନକ୍ଷମତାକୁ ଆସିଥିବା ତଥାକଥିତ ଡବଲଇଞ୍ଜିନ୍ ସରକାରର ଛ’ମାସର ଶାସନକାଳରେ ସରକାର ଘୋଷଣା କରିଥିବା ଦୁଇଟି ପଦକ୍ଷେପର କୌଣସି ପ୍ରଭାବ ପଡିପାରିନାହିଁ ।  ଗୋଟିଏ ହେଲା , ଦାଦନ ସମସ୍ୟାର ନିରାକରଣ ନିମନ୍ତେ ଟାସ୍କଫୋର୍ସ ଗଠନ ଓ ଆରଟି ନୂତନ ସରକାରଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାର ପ୍ରଥମ ପ୍ରଦାନ ପରର ଚାଷୀଙ୍କର ଧାନର କଟନୀ ଛଟନୀ କରା ନଯିବା ସହିତ ତୁରନ୍ତ ମିଲର୍ସମାନେ ଧାନ ଉଠାଇବାର କଟକଣାର ନିର୍ଦ୍ଦେଶ ।  କେହି ମାନୁନାହାଁନ୍ତି ସରକାରୀ ଘୋଷଣାକୁ ! କାହିଁକି ଏପରି ଅବାଧ୍ୟ ହେଉଛନ୍ତି , ଦାଦନ ସର୍ଦ୍ଦାରମାନେ ଓ ମିଲର୍ସ , ଅନୁସନ୍ଧାନ ସାପେକ୍ଷ  !  ଯାହା ଶୁଣାଯାଉଛି , ତାହା ସବୁଠାରୁ ଗୁରୁତର ଅଭିଯୋଗ । କିଏ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ ବନାମ ରାଜତଣ୍ଡ ଅସୁଲ କରିଥିବାରୁ ସେମାନେ ଏପରି ନିରଙ୍କୁଶ ହୋଇପଡିଥିବା ଚର୍ଚ୍ଚାର ସତ୍ୟତା କେତେ  ? ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍ !

ଟାସ୍କଫୋର୍ସର ଅଧ୍ୟକ୍ଷ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିଜ ନିର୍ବାଚନମଣ୍ଡଳୀର ଲାଠୋର ରେଳଷ୍ଟେସନରେ ଦାଦନଶ୍ରମିକଙ୍କୁ ଉଠାଇବାକୁ ସ୍ଥାନୀୟ ପୁଲିସ୍ , ରେଳବାଇ ଓ ସର୍ଦ୍ଦାରଙ୍କ ସଲାସୁତୁରାରେ ଗତ ୧୭ ତାରିଖ ଦିନ ୮ ମିନିଟ୍ କାଳ ସମତା ନିଜାମୁଦ୍ଦିନ୍ ଏକ୍ସପ୍ରେସ୍ ଟ୍ରେନ୍ ଅଟକାଇବା ଘଟଣା ଓ  ଜିଲ୍ଲାରେ ୧୫ ଦିନରେ ୫ ଟି ଦାଦନଶ୍ରମିକଙ୍କ ଶବ ଫେରିବାର ଦୁର୍ଭାଗ୍ୟଜନକ ଘଟଣା । ବେଆଇନ୍ ଦାଦନଚାଲାଣ ବୃଦ୍ଧି ପାଇଛି । ଲାଇସେନ୍ସ କରିଥିବା ଶ୍ରମିକ ଠିକାଦାରମାନେ ଅଣତାଲିକାଭୁକ୍ତ ଦାଦନଶ୍ରମିକଙ୍କୁ ଉଠାଉଛନ୍ତି ।

ଦ୍ବିତୀୟଟି  ଅଦ୍ୟାବଧି ଜିଲ୍ଲାରେ ଖୋଲିବାକୁ ଥିବା  ୧୭୬ରୁ ୧୩୯ଟି ମଣ୍ଡି ଖୋଲି ନଥିବା ସହ ଅଦ୍ୟାବଧି ସଂଗ୍ରହ ହୋଇଛି ୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ । ତେଣୁ ପ୍ରଶାସନ ପକ୍ଷରୁ ୪ ଟି ମିଲ୍ କୁ ଜାରୀ କରାଯାଇଛି କାରଣଦର୍ଶାଅ ନୋଟିସ୍ । ମିଲର୍ସ କୁଇଣ୍ଟାଲ୍ ପିଛା ୪/୫ କେଜି କଟନୀ ଛଟନୀ ପରେ ଯାଇ ଧାନ ଉଠାଉଛନ୍ତି । ଏହା ସହିତ ବିଭିନ୍ନ ଆଳରେ ମିଲର୍ସ ଧାନ ଉଠାଉ ନଥିବାରୁ ଚାଷୀମାନେ ଧାନ ଗଦାକରି ଶୀତବର୍ଷାରେ ଦିନରାତି  ମଣ୍ଡିରେ ପଡିରହିଥିବା ଦେଖିବାକୁ ମିଳିଛି ।

ମଣ୍ଡିରେ ସରକାର ଘୋଷଣା କରିଥିବା ଭିତ୍ତିଭୂମି ସଜଡା ଯାଇପାରି ନାହିଁ । ଅନେକଚାଷୀଙ୍କ ଟୋକନ୍ ମିଳିପାରି ନାହିଁ । ସବୁଆଡେ ଦଲାଲ୍ ସକ୍ରିୟ ରହିଛନ୍ତି । ବସ୍ତା ଯୋଗାଇ ଦିଆଯାଇନାହିଁ । ଗ୍ରେନ୍ ଆନାଲାଇଜର୍ ବ୍ୟବହୃତ ହେଉ ନଥିବା ସହିତ ଏଫ୍ ଏ କ୍ୟୁ ମାନ ଆଳରେ କଟନୀଛଟନୀ ଚାଲିଛି । ସବୁମଣ୍ଡିରେ ଅଧିକାରୀ ପହଞ୍ଚୁ ନାହାଁନ୍ତି । ପୂର୍ବ ପରି ଅବ୍ୟବସ୍ଥା ଜାରୀ ରହିଛି ।

Leave a Reply

Your email address will not be published. Required fields are marked *

Related Post