ଓଡ଼ିଶା

ବାତ୍ୟା ବିଚିତ୍ରା : ବିପର୍ଯ୍ୟୟର ଲାଭକ୍ଷତି 

ଏଭ୍ରିବଡି ଲ ଭ୍ ସ୍ ଏ ଗୁଡ୍ ସାଇକ୍ଲୋନ୍ Image
Email :

‘ ଦାନା ‘ ପ୍ରଚାରର ଆତଙ୍କ ଟଳିଲା   !

ଏଭ୍ରିବଡି ଲ ଭ୍ ସ୍  ଏ  ଗୁଡ୍ ସାଇକ୍ଲୋନ୍ ….!

ଭୁବନେଶ୍ବର  :   ଧାମରା ନିକଟରେ ଏଥରର  ବାତ୍ୟା ‘ ଦାନା ‘ ଲ୍ୟାଣ୍ଡ୍ ଫଲ୍  କରି ସାମାନ୍ୟ କ୍ଷୟକ୍ଷତି କରି ବାହୁଡି ଯାଇଛିି । ତେବେ  ବର୍ଷାପବନ ଜାରି ରହିଛି । ସୂଚନା ଅନୁସାରେ ବହୁ ଚାଳଛପର ମାଟିଘର , କିଛି ଆଜବେଷ୍ଟସ୍ ଓ ଗଛଡାଳ ଭାଙ୍ଗିଛି । ବଡବଡ ଗଛକୁ ନୁଆଁଇଛି । କଦଳୀ,ସଜନା, ଅମୃତଭଣ୍ଡା ଆଦି ଗଛଗୁଡାକୁ ଛିନ୍ ଛତ୍ର କରିପକାଇଛି ।  ତେବେ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସରକାର ପ୍ରଶାସନକୁ ଲଗାଇ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ସମସ୍ତ ସୁରକ୍ଷାବାହିନୀକୁ ସଜାଗ ରଖି ଉଦ୍ଧାରକାର୍ଯ୍ୟ  କରିଥିଲେ  ।

ସମ୍ଭାବିତ ଜିଲ୍ଲାଗୁଡିକରେ ବାତ୍ୟା ଆଲର୍ଟ ଜାରି କରାଯାଇ ପ୍ରଶାସନକୁ  ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧାର , ରିଲିଫ୍ ଓ ଔଷଧପତ୍ର ସହ ସବୁ ପ୍ରକାରର ସୁବିଧା ଉପଲବ୍ଧ କରାଇବାର ନିର୍ଦ୍ଦେଶ ଦିଆଯାଇଛି ।ସରକାରୀ ହିସାବରେ ଅଦ୍ୟାବଧି ‘ଜିରୋ କାଜୁଆଲିଟି’ ରେ ବାତ୍ୟା ‘ ଦାନା ‘ ର ମୁକାବିଲା କରାଯାଇଛି । ତଥାପି କେତେକ ଅଭ୍ୟାସଗତ ସମାଲୋଚକଙ୍କ ମତରେ : ଲାଗିଲା , ଗତ ସରକାରଙ୍କ ଫାଇଲିନ୍ , ଫନି ବା ହୁଡହୁଡ ର ଯୁଦ୍ଧକାଳୀନ ଆଶୁମୁକାବିଲା କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଗୋଟାଇବାର ଲକ୍ଷ୍ୟହାସଲ ପାଇଁ ସରକାର ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ  !

ସେ ଯାହାହେଉ , ୧୨୦ ରୁ ୧୫୦ ମଧ୍ୟରେ ପବନର ଗତି କୁହାଯାଇଥିଲେ ହେଁ , ପବନର ବେଗ ୫୦- ୬୦ ଘଣ୍ଟାପ୍ରତି ରହିଲା ।  ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାଇ ଦୁଇଟି ଗୁରୁଚାପ ମଧ୍ୟରେ ‘ଦାନା’ ସ୍ୟାଣ୍ଡଉଇଚ୍ ହେଇଗଲା ।  ସରକାର ଗତସରକାରଙ୍କ ଠାରୁ ବହୁଗୁଣରେ ଅତିତତ୍ପରତାର ସହ ‘ ଦାନା ‘ କୁ ପ୍ରତିହତ କରିବାଦିଗରେ ଅଣ୍ଟାଭିଡି ଲାଗିପଡିଥିଲେ ।  ଏବେ ବିପଦ ଟଳିଯାଇଛି ।  ବାତ୍ୟା ‘ ଦାନା ‘ ଦୁର୍ବଳ ହୋଇପଡିଥିବା ସହ  ତା’କୁ ସଫଳତାର ସହ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଘୋଷଣା କରିସାରିଛନ୍ତି।

ତେବେ ଅପରତଃ ପୂର୍ବପରି ଏଥରର ବାତ୍ୟା’ଦାନା ‘କୁ ନେଇ ପନିପରିବାଠାରୁ ଅନ୍ୟାନ୍ୟ ଦୈନନ୍ଦିନ ଜରୁରୀ ସାମଗ୍ରୀର ଅଚାନକ ଦରବୃଦ୍ଧି ଘଟିବା , ଦୁଇଦିନରେ ୩ ହଜାର କୋଟିର ବେପାର ହୋଇଥିବା , ଛତାଫତା ଧରି ଭିଜିଭିଜି ବର୍ଷାତିପିନ୍ଧି ସ୍ପଟ୍ କମେଣ୍ଟ୍ରି ଦେଉଥିବା ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ବାଦିକବନ୍ଧୁମାନେ ଜୀବନକୁ ବାଜିଲଗାଇ  ବାତ୍ୟାବିପର୍ଯ୍ୟୟ ସହିତ ନିଜର ଏଇ ଦୁଃସାହସିକ ଉତ୍ସର୍ଗୀକୃତ ସେବା ବା ଦକ୍ଷତାର ଧାରାବିବରଣୀ ଦେଉଥିବା ଟି ଆର୍ ପି ବଢାଇବାର ବେପାରରେ ମଝିରେ ଭଟ୍ଟା  ପଡିଗଲା । ଆହୁରି ମଧ୍ୟ ଚୂଡା ଚାଉଳ ବିସ୍କୁଟ୍ ଆଦି ରିଲିଫ୍ ( ଯଦିଓ କିଛି ବିପନ୍ନ ମାଇପେ ଓଦାଲୁଗାରେ ‘ ଇଏ କାଳୀପୂଜା ଭୋଗ ନା  ରିଲିଫ୍ ଚୂଡାବଣ୍ଟନର କ୍ୟାମେରା ସାମ୍ନାରେ  ବିକ୍ଷୋଭ ପ୍ରଦର୍ଶନ କରିଥିବା ପରି ଦୁର୍ଭାଗ୍ୟଜନକ ଘଟଣାକୁ ବାଦ୍ ଦେଲେ ) ମୋଟାମୋଟି ସବୁ ଠିକ୍ ଠାକ୍ ଚାଲିଥିବା ଓ ଅଦ୍ୟାବଧି କୌଣସି ଅନିୟମିତତାର ଅଭିଯୋଗ ପ୍ରକାଶ ପାଇ ନଥିବା ଜଣାଯାଇଛି।

ଅବଶ୍ୟ ବିନାହିସାବର  ଏସବୁ ଅଡିଟ୍ ହେଉ ନଥିବା ଲୁଗାପଟା , କମ୍ବଳ , ଜରି , ତାରପୋଲିନ୍ ଆଦିର ବାଟମାରଣା କଥା ପରେ  ଉଠିପାରେ / ନପାରେ  ! ଏହାସହିତ ଏଥିପାଇଁ ନିୟୋଜିତ ଗାଡିମଟରର ଇନ୍ଧନଠାରୁ ଅନ୍ୟାନ୍ୟ ବିପୁଳବ୍ୟୟ ସହିତ ସହାୟତାର ପରିମାଣରେ ଅନିୟମିତତାର ଅଭିଯୋଗ ବି ଉଠିପାରେ / ନପାରେ  !  ତେବେ ଏହା ଯେ ସରକାର , ପ୍ରଶାସନ , ଅଧିକାରୀ , କର୍ମଚାରୀ ,  ନିୟୋଜନର ସୁବିଧା ହାତେଇଥିବା ତଥାକଥିତ ଦାତବ୍ଯ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଅସାଧୁ ବ୍ୟକ୍ତିବିଶେଷଙ୍କ ଦ୍ବାରା ବିପୁଳ ବିନର୍ବ୍ୟୟ ଓ ବାଟମାରଣା ସୁହାଏ ନାଇଁ , ଏକଥା କେହି ଛାତିରେ ହାତରଖି କହିପାରିବେ ନାହିଁ  ! ସେଥିପାଇଁ କିଛି ଖଳଲୋକେ ମରୁଡି କେତେକଲୋକଙ୍କ ପାଇଁ ମୁନାଫା ବା ଆମଦାନୀର ଏକ ଭଲ ଫସଲ ବୋଲି ଅତୀତରେ ସାମ୍ବାଦିକ ତାଙ୍କର ବିଖ୍ୟାତ ପୁସ୍ତକରେ ମରୁଡିକୁ ‘ ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରାଉଟ୍ ‘ ନ୍ୟାୟରେ ଏବେ ଏହି ବାତ୍ୟାଫାତ୍ୟାକୁ ବି ‘ ଏଭ୍ରିବଡି ଲଭସ୍ ଏ ଗୁଡ୍ ସାଇକ୍ଲୋନ୍’ ବୋଲି କଟାକ୍ଷ କରୁଛନ୍ତି । ଏକଥା ନିରାଧାର  କି  ?

ଆମ ଓଡିଶାର ଜଣେ ବିଶିଷ୍ଟ ଗାଳ୍ପିକ ଚନ୍ଦ୍ର ଶେଖର ରଥ ମଧ୍ୟ ଏକଦା ତାଙ୍କର ଏକ ସ୍ମରଣୀୟ ଗଳ୍ପ ‘ ଆମକୁ ବିପନ୍ନ କର ‘ ରେ  ଗୋଟିଏ ଝଡବିପନ୍ନ ପରିବାରର ବାଳକର ମୁହଁରେ ଈଶ୍ବରଙ୍କୁ ପ୍ରାର୍ଥନା ଜରିଆରେ ଏଭଳି ଏହାର ଏକ ସକାରାତ୍ମକ ଦିଗର ସୂଚନା ଦେଇଯାଇଛନ୍ତି ।

ତେଣୁ ଏଭଳି ପ୍ରଚାର ବା ସାରାବିଶ୍ବରେ ସୁନାମ ଅର୍ଜନ କରିଥିବା ଭାରତୀୟ ପାଣିପାଗ ବିଜ୍ଞାନୀ ବନାମ ଓଡିଶାର ପାଣିପାଗର ପୂର୍ବାନୁମାନ ଓ ସେମାନଙ୍କ ସାଙ୍ଗରେ ତାଳଦେଇ ଆମ ମିଡିଆବନ୍ଧୁମାନଙ୍କର  ଉଦ୍ ବେଗଜନକ ଧାରାବିବରଣୀ ସହିତ ଉପରୋକ୍ତ ସରକାରୀ ମୁକାବିଲା ଓ ରିଲିଫଆଦି ସହିତ ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ପ୍ରଦାନରେ କାହାର କେତେ ଲାଭକ୍ଷତିର ହିସାବ ଅନ୍ତତଃ ଏବେ ଥାଉ  !

ତେବେ ଆମ ଓଡିଶାରେ ପ୍ରାୟତଃ ବନ୍ୟା ବାତ୍ଯା ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟର ସରକାରଙ୍କର ଏଭଳି ପ୍ରତିଷେଧମୂଳକ ଓ ମୁକାବିଲା ବ୍ୟବସ୍ଥା ନିତାନ୍ତ ଜରୁରୀ  । ଜଗନ୍ନାଥେ ଏଥର  ଓଡିଶାକୁ ତାଙ୍କର ମହାବାହୁ ମେଲାଇ  ରକ୍ଷା କରିଛନ୍ତି  !

Leave a Reply

Your email address will not be published. Required fields are marked *

Related Post