ମନୋରଞ୍ଜନ

ଆଗାମୀ ୧୪ ରୁ ୨୧ ସୋନପୁର ପୁସ୍ତକମେଳା

Email :

ବଲାଙ୍ଗୀର/ ସୋନପୁର : ରାଜ୍ୟ ସଂସ୍କୃତି ବିଭାଗର ଉଦାସୀନତା ,ଜିଲ୍ଲା ପ୍ରସାଶନର ଅସହଯୋଗ ଓ ଏକ ଅସନ୍ତୁଷ୍ଟଗୋଷ୍ଠୀର ଜାଲିଆତି ବିବାଦ ଇତ୍ୟାଦି ଯୋଗୁଁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ଚଳିତବର୍ଷର ‘୧୮ ତମ ବଲାଙ୍ଗୀର ବହିହାଟ ୨୦୨୬ ‘ ସ୍ଥଗିତ ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅକୁଣ୍ଠ ସହଯୋଗ ଓ ଓଡ଼ିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗର ସହାୟତାରେ ସୋନପୁର ଇଙ୍କ୍ ଫେଷ୍ଟ ପକ୍ଷରୁ ଆୟୋଜିତ ସୋନପୁର ପୁସ୍ତକମେଳା ଆଗାମୀ ଫେବୃୟାରୀ ୧୪ ତାରିଖରୁ ଆରମ୍ଭ ହେବ । ସୋନପୁର ର ୟା ଲ୍ ଫି ଲ୍ ଡ ଠାରେ ଆଗାମୀ ଫେବୃୟାରୀ ୨୧ ତାରିଖ ପର୍ଯ୍ଯନ୍ତ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସୁବର୍ଣ୍ଣପୁର ଜିଲ୍ଲାର ଏହି ରାଜ୍ୟ ସ୍ତରୀୟ ପୁସ୍ତକମେଳାରେ ପ୍ରତିବର୍ଷ ପରି କଟକ, ଭୁବନେଶ୍ବର ଓ ଅନ୍ଯାନ୍ଯ ସ୍ଥାନର ପୁସ୍ତକବିକ୍ରେତା ଓ ପ୍ରକାଶକମାନେ ଯୋଗ ଦେଉଥିବା ଜଣାଯାଇଛି । ଆଜି ଏଥିପାଇଁ ଆୟୋଜକ କମିଟିର ଏକ ପ୍ରେସ୍ ମିଟ୍ ହୋଇଯାଇଥିବା ପ୍ରକାଶ ।

ଅନ୍ୟପକ୍ଷରେ ବହୁବାର ଆବେଦନ ସତ୍ତ୍ବେ ଓ ଗତଥର ଜିଲ୍ଲାକୁ ଗସ୍ତରେ ଆସିଥିଲା ବେଳେ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଅଦ୍ୟାବଧି ଜିଲ୍ଲା ଲେଖକ ପରିଷଦର ‘ ବଲାଙ୍ଗୀର ବହିହାଟ ‘ ନିମନ୍ତେ କୌଣସି ସରକାରୀ ଅନୁଦାନ ମିଳିଲା ନାହିଁ । ଯଦିଓ ଗତଥର ବଲାଙ୍ଗୀର ବହିହାଟ ଅନୁଷ୍ଠିତ ହେଲାବେଳେ ରାଜ୍ୟ ସଂସ୍କୃତି ବିଭାଗୀୟ ଅଧିକାରୀଙ୍କ ମୌଖିକ ପ୍ରତିଶ୍ରୁତି ପାଇ ଏହି ୧୦ ଦିନିଆ ‘ବଲାଙ୍ଗୀର ବହିହାଟ ‘ଓଡ଼ିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗର ସହଯୋଗରେ ବୋଲି ଉଲ୍ଲେଖ କରାଯାଇଥିଲା । ତେବେ ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଠାରେ ତତ୍ ସମ୍ପର୍କିତ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ୟୟର ବିଲ୍ ଭାଉଚର ରେଜିଷ୍ଟ୍ରି ଡାକ ଯୋଗେ ଦାଖଲ କରାଯାଇଥିଲେ ହେଁ , ସେଠାରେ ସେହି ଡକୁମେଣ୍ଟ ହଜିଯାଇଥିବା କୁହାଯିବାରୁ ପରିଷଦର କର୍ମକର୍ତ୍ତାମାନେ ଭୁବନେଶ୍ବର ଯାଇ ସହ – ନିର୍ଦ୍ଦେଶିକା ଶୂଚିସ୍ମିତା ମନ୍ତ୍ରୀ ଓଗେରଙ୍କୁ ସାକ୍ଷାତ୍ କରି ପୁଣି ଏକକିତା ଡକୁମେଣ୍ଟ ଦାଖଲ କରିଥିଲେ । ଉଲ୍ଲେଖଯୋଗ୍ଯ ଯେ , ତଥାପି ଅନ୍ଯାନ୍ଯ ଜିଲ୍ଲାକୁ ଏହି ବିଭାଗ ପକ୍ଷରୁ ପୁସ୍ତକମେଳା ବାବଦରେ ପୂର୍ବରୁ ଆର୍ଥିକ ଅନୁଦାନ ମିଳି ଆସୁଥିବା ବେଳେ ସମ୍ପୂର୍ଣ୍ଣ ନିଜସ୍ବ ଉଦ୍ୟମରେ ଦୀର୍ଘ ପ୍ରାୟ ୧୭ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବଲାଙ୍ଗୀର ଜିଲ୍ଳା ଲେଖକ ପରିଷଦର ବଲାଙ୍ଗୀର ବହିହାଟ ବନାମ ରାଜ୍ୟସ୍ତରୀୟ ପୁସ୍ତକମେଳାକୁ ସରକାରଙ୍କ ପକ୍ଷରୁ ଏଯାବତ୍ ଟଙ୍କାଟିଏ ସୁଦ୍ଧା ମିଳିନାହିଁ । ପୂର୍ବତନ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଥିବା ବିଜୟ କୁମାର ଶତପଥୀ କହିଥିଲେ ଯେ କୁଆଡେ ‘ପୁସ୍ତକମେଳା’ ନ ଲେଖି ‘ବହିହାଟ’ ଲେଖିଲେ , ସରକାର ଅନୁଦାନ ଦେବେନାହିଁ ? ସମ୍ଭବତଃ ଏଇଥିପାଇଁ ବିଗତବର୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଅନୁଷ୍ଠିତ ପୁସ୍ତକମେଳାକୁ ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା ! ସେଥିରେ ଜିଲ୍ଲା ଲେଖକ ପରିଷଦ ସହଯୋଗ ମଧ୍ଯ କରିଥିଲେ । ଏଥର ମଧ୍ଯ ସେହି ଜିଲ୍ଲାସ୍ତରୀୟ ପୁସ୍ତକମେଳା ପାଇଁ ପ୍ରାୟ ୭ ଲକ୍ଷ ୪୩ ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି । ତେବେ ତାହା କ’ଣ ଓ କିପରି ହେବ , ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଉପରେ ନିର୍ଭର କରେ ।

କିନ୍ତୁ ବାରମ୍ବାର ଆବେଦନ ପରେ ଜିଲ୍ଲା ଲେଖକ ପରିଷଦକୁ ୧୦ ଲକ୍ଷ ବ୍ୟୟବରାଦର ବହିହାଟ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁ’ରେ ମାତ୍ର ୧ ଲକ୍ଷ ଟଙ୍କାର ଏକ ମଞ୍ଜୁରୀପତ୍ର ମିଳିଛି ଓ ଆଲଟମେଣ୍ଟ୍ ସରିଯାଇଥିବାରୁ କୁହାଯାଇ ତାହାମଧ୍ୟ ବର୍ଷକାଳ କାଳ ହେଲା ଝୁଲି ରହିଛି ।

ଦ୍ବିତୀୟତଃ ବର୍ତ୍ତମାନର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ ୱାର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ରଙ୍କ ଜାଣିଶୁଣି ଅସହଯୋଗ ଫଳରେ ଚଳିତବର୍ଷର ‘୧୮ ତମ ବଲାଙ୍ଗୀର ବହିହାଟ-୨୦୨୬ ‘ କୁ ବାଧ୍ୟହୋଇ ସ୍ଥଗିତ ରଖାଗଲା ବୋଲି ଜିଲ୍ଲା ଲେଖକ ପରିଷଦ ଅଭିଯୋଗ ପ୍ରକାଶ କରିଛି । ଏହା ଦୀର୍ଘ ପ୍ରାୟ ୧୭ ବର୍ଷକାଳ ଅନୁଷ୍ଠିତ ହୋଇ ଆସୁଥିବା ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆର ରିଜର୍ଭେସନ୍ ଦିଆଯିବାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମାନୀ ଚାଲି ଆସୁଛି । ବିଗତଥର ଏଇଥିପାଇଁ ବହିହାଟ ବନ୍ଦ ହୋଇ ଯାଇଥିଲା । ବହିହାଟ ପାଇଁ କୌଣସି ପଡିଆର ଭଡା ଦେବାକୁ ପଡିବ ନାହିଁ ବୋଲି ଆଗରୁ ଏକ ରିଜଲୁସନ୍ ରହିଥିଲେ ହେଁ , ତାହାର ଉଲଙ୍ଘନ କରି ଅନ୍ଯାନ୍ଯ ଅନୁଷ୍ଠାନ ଓ ଏପରିକି ରାଜନୈତିକ ସଭାସମିତିଗୁଡିକ ଠାରୁ କୌଣସିପ୍ରକାର ଦେୟ ନେଉ ନ ଥିବା ବେଳେ ,ଜିଲ୍ଲାପାଳଙ୍କ ନାଁ’ ଧରି ସେ ପରିଷଦ ଠାରୁ ଗତବର୍ଷର ଭଡା ବାବଦ ୧୫ ହଜାର ଟଙ୍କା ଆଦାୟ କଲାପରେ କୋଣକିଆ ଫାଳେ ପଡିଆ ଆଲାଓ କରିଥିଲେ । ତା’ ସହିତ ସେହି ସମୟରେ ସେହି ପଡିଆରେ ପ୍ରଶାସନ ‘ସୁଭଦ୍ରା ଶକ୍ତି ମେଳା’ର ଆୟୋଜନ କରି ଉଚ୍ଚ ଡାକବାଜି ଯନ୍ତ୍ର ଓ କୋଳାହଳମୟ ଭିଡ ଜମାଇ ଇଚ୍ଛାକୃତ ଭାବେ ଗତଥରର ବହିହାଟକୁ ଭଣ୍ଡୁର କରି ଦେଇଥିଲେ । ସର୍ବଦା ମଦ୍ୟପ ତଥାକଥିତ କତିପୟ କଳାକାରଙ୍କ ଗହଣରେ ରହି ଓ ଅସନ୍ତୁଷ୍ଟ ଗୋଷ୍ଠୀ ଗଠନ କରି ଏହି ଅଧିକାରୀ ଜାଣିଶୁଣି ଜିଲ୍ଲା ଲେଖକ ପରିଷଦ ବିରୋଧରେ କ୍ରମାଗତ ଭାବରେ ଏପରି ବିବାଦ ସୃଷ୍ଟି କରୁଥିବା ପରିଷଦ ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ , କୌଣସିପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ !

ସଂପ୍ରତି ପୂର୍ବରୁ ଦୀର୍ଘ ବର୍ଷ ଧରି ଜିଲ୍ଲା ଲେଖକ ପରିଷଦକୁ କବ୍ ଜା କରି ରଖି ପଦପଦବୀରେ ରହି ଶେଷରେ ପରିଷଦର ସାଧାରଣ ବୈଠକରେ ବହିଷ୍କୃତ ହୋଇଥିବା ଚୌକୀଲୋଭୀ ଜଣେ ଅଣଲେଖକ ସାହିତ୍ଯ ଟାଉଟରଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ଏକ ଅସନ୍ତୁଷ୍ଟଗୋଷ୍ଠୀ ପରିଷଦ ବିରୋଧରେ ତିନିଥର ମେଳି କରି ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ଜିଲ୍ଲା ଲେଖକ ପରିଷଦର ପୁନର୍ଗଠନ ଇତ୍ୟାଦି ବୋଲି ଆତ୍ମଘୋଷିତ କାର୍ଯ୍ୟକର୍ତ୍ତା ବୋଲି ଘୋଷଣା କରିବାରୁ ପରିଷଦ ପକ୍ଷରୁ ସେମାନଙ୍କ ଏତାଦୃଶ ବେଆଇନ୍ କାର୍ଯ୍ୟକଳାପ ବିରୋଧରେ ପ୍ରତିବାଦ ପ୍ରକାଶ ପୂର୍ବକ ଥାନାରେ ଏତଲା କ୍ରମେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ କିଛିଦିନ ତଳେ ଉକ୍ତ ଷଡଯନ୍ତ୍ରକରୁଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଜେରା କରିଛି । ତେବେ ଏଇସବୁ କାରଣ ଓ ବିବାଦୀୟ ପ୍ରତିବନ୍ଧକରୁ ଚଳିତବର୍ଷର ବଲାଙ୍ଗୀର ବହିହାଟ ବନ୍ଦ ହୋଇଯାଇଛି ।

କିନ୍ତୁ ଅପରପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ଅକୁଣ୍ଠ ସହଯୋଗ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସହାୟତାରେ ସୋନପୁର ପୁସ୍ତକମେଳା ଯାକଜମକରେ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Related Post