ବଲାଙ୍ଗୀର : ସହରର ସର୍ବପୁରାତନ ଗଜଲକ୍ଷ୍ମୀ ପୂଜା ମଧ୍ଯରେ ନାଲଖଣ୍ଡି ପଡା ପୂଜା ଅନ୍ୟତମ। ଗତକାଲି ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ଆସନ୍ତା ଅକ୍ଟୋବର ୧୬ରେ ହେବାକୁ ଥିବା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି। ସଭାପତି ଭାବରେ ଲଳିତ କୁମାର ପଣ୍ଡାଙ୍କ ସମେତ ଉପସଭାପତି ଭାବରେ ଲକ୍ଷ୍ମୀଧର ବାଗ, ସମ୍ପାଦକ ପଞ୍ଜାନନ ଗଡୁଆ, ସହ ସମ୍ପାଦକ ପ୍ରହଲାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ମାଝି ଓ ବିଶ୍ବଜିତ ନାୟକ ଚୟନ ହୋଇଛନ୍ତି। ସେହିପରି ଉପଦେଷ୍ଟା ଭାବରେ ବିଶ୍ବମୟ ପୂଜାରୀଙ୍କ ସମେତ ସନ୍ତୋଷ କୁମାର ସ୍ବାଇଁ, ବିଭୁତି ମିଶ୍ର, ଅନନ୍ତ ଆଚାର୍ଯ୍ଯ, କଲ୍ୟାଣ ସାହାଣୀ ଓ ଗଜାନନ ଗଡୁଆ ପ୍ରମୁଖ ଚୟନ ହୋଇଛନ୍ତି। କମିଟି ତରଫରୁ ଏଥର 52ତମ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ସାତଦିନ ବ୍ୟାପି ଅନୁଷ୍ଠିତ ହେବାର ନିର୍ଣ୍ଣୟ ନିଆଯିବା ସହ ପ୍ରତେକ ଦିନ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ପ୍ରକାଶ।






“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।