ପ୍ରତିବାଦସଭାରେ ଯୋଗଦେଲେ ମଳୟ ମିଶ୍ର
ବରଗଡ : ଗତ ମାସାଧିକ କାଳ ଧରି ଗନ୍ଧମାର୍ଦ୍ଦନ ର ପାଦଦେଶ ପାଇକମାଳ ବ୍ଲକ୍ ଅଫିସ ପରିସରରେ ଚାଲିଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆନ୍ଦୋଳନ ସ୍ବରୂପ ଗଣଧାରଣା ଜାରୀ ରହିଛି । ଏହାପୂର୍ବରୁ ଏପରି ଗଣଧାରଣା ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶ ଖପ୍ରାଖୋଲ ତହସିଲ ଅଫିସ ପରିସରରେ ଦୀର୍ଘ ୫୫ ଦିନ ଧରି ପରିଷଦର ଗଣଧାରଣା ଚାଲିଥିଲା । ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖୋଳାକୁ ବିରୋଧ କରି ପରିଷଦର ଏହି ଆନ୍ଦୋଳନ ସତ୍ତ୍ବେ ବିଧାନସଭା ଚାଲିଥିଲେ ହେଁ , ପଶ୍ଚିମ ଓଡିଶାର ଜନସ୍ବାର୍ଥ ସମ୍ବଳିତ ଏହି ଦୃଢ ପ୍ରତିକ୍ରିୟାଶୀଳ ପ୍ରତି ଭ୍ରୂକ୍ଷେପ ସୁଦ୍ଧା କରୁ ନ ଥିବା ଲକ୍ଷ୍ୟ କରାଯାଇଛି । ଓଲଟି ଗତ ୨ ତାରିଖରେ ବଲାଙ୍ଗୀରଠାରେ ସାମ୍ବାଦିକ ଭବନରେ ଆୟୋଜିତ ଏକ ତଥାକଥିତ ବୁଦ୍ଧିଜୀବୀ ସମ୍ମିଳନୀରେ ସ୍ଥାନୀୟ କତିପୟ ଭାଜପାନେତାଙ୍କୁ ଧରି ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ କମ୍ପାନୀର ଖଣିଖନନ ସପକ୍ଷରେ ଜନମତ ଆହ୍ବାନ କରିଛନ୍ତି । ତାଙ୍କର ଯୁକ୍ତି ହେଉଛି , ଆଦାନୀ , ଅମ୍ବାନୀ , ଜିନ୍ଦଲ ପ୍ରମୁଖ କମ୍ପାନୀମାନେ ଆସି ଖଣିଖନନ ନ କଲେ , ସରକାରଙ୍କ ଖଣି ରାଜସ୍ବ ମିଳିବା ସହିତ ନିଯୁକ୍ତିସୁଯୋଗ ସୃଷ୍ଟି ହେବ କେମିତି ?

ଏହା ଅଞ୍ଚଳର ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀଙ୍କ ମଧ୍ଯରେ ଉଦ୍ ବେଗର ବିଷୟ ହୋଇପଡିଛି । ଫଳସ୍ୱରୂପ ବରଗଡ, ବଲାଙ୍ଗୀର ଆଦି ଜିଲ୍ଲାର ପ୍ରମୁଖ ବୁଦ୍ଧିଜୀବୀମାନେ ଆଗକୁ ବାହାରିଛନ୍ତି । ଗତ ୧୩ ତାରିଖରେ ବଲାଙ୍ଗୀରର ଯାଇ ଓଡିଶାର ଜଣେ ସ୍ବନାମଧନ୍ଯ ଲେଖକ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସଂଗଠକ ମଳୟ ମିଶ୍ର ପାଇକମାଳ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଚାଲିଥିବା ପ୍ରତିବାଦ ସଭାରେ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ । ତାଙ୍କୁ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ଉଚ୍ଛ୍ବସିତ ସ୍ବାଗତ କରାଯାଇ ଥିଲା ଓ ଶ୍ରୀ ମିଶ୍ର କହିଥିଲେ ଯେ , ଦୀର୍ଘ ଏତେବର୍ଷ ହେଲା , ଅଞ୍ଚଳର ଉତ୍କଟ ଦାରିଦ୍ର୍ଯ , ଦାଦନ , ଶିଶୁବିକ୍ରି ଓ କୌଣସିପ୍ରକାର ସମସ୍ୟାକୁ ଦୃଷ୍ଟିପାତ କରି ନ ଥିବା ସ୍ବାର୍ଥପର ରାଜନେତା ବନାମ କୌଶଳରେ ପ୍ରଭାବଶାଳୀ ଦଳର ଟିକେଟ୍ ହାତେଇ ସଂଯୋଗ ବଶତଃ କ୍ଷମତା ଅକ୍ତିଆର କରି ଆସୁଥିବା ଏଇ ତଥାକଥିତ ଲୋକପ୍ରତିନିଧିମାନେ ଏବେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିସୁଯୋଗ ଆଳରେ ଖଣିକମ୍ପାନୀର କମିଶନୀ ଲାଳସା ଅତୀତର ବାଲକୋ ପରି ଆମ ପରିବେଶ , ପ୍ରକୃତି , ଐତିହ୍ୟର ଲୁଣ୍ଠନ ଷଡଯନ୍ତ୍ର କଦାଶ୍ଚନ ସଫଳ ହେବନାହିଁ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।