ପାଟଣାଗଡ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ତହସିଲ ଅନ୍ତର୍ଗତ ଭଇଁଷା ରାଜସ୍ବ ସର୍କଲ୍ ଭଇଁଷା ଗ୍ରାମର ଏକ ଗରିବ ଚାଷୀଙ୍କର ଜମିକୁ ଚଞ୍ଚକତା ପୂର୍ବକ ଜାଲ୍ ରେଜିଷ୍ଟ୍ରି ବନାମ ବିନା ରେଜିଷ୍ଟ୍ରିରେ ସେହି ଗ୍ରାମରେ ଆସି ରହୁଥିବା ଜଣେ ବ୍ୟକ୍ତି ହଡପ କରିଥିବା ଓ ଏବେ ସେହି ତଥାକଥିତ ରେଜିଷ୍ଟ୍ରିକୁ ତାଙ୍କ ପକ୍ଷରୁ ବାତିଲ୍ କରାଯିବାକୁ ପାଟଣାଗଡ ଏସ୍ ଡି ଓ ବନାମ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିବା ଜଣାଯାଇଛି । ଆଶ୍ଚର୍ଯ୍ୟର କଥା ଯେ ଗତ ୧୯୯୦ ରୁ ଏହି ଜାଲିଆତି କରାଯାଇଥିଲେ ହେଁ , ସେହି ଜମିରେ ଚାଷ କରି ଆସୁଥିବା ଉକ୍ତ ପରିବାର ସ୍ଥାନୀୟ ଭଇଁଷା ଆର ଆଇ ଅଫିସକୁ ମାଲଗୁଜାରୀ ବୁଝାଇବାକୁ ଯିବାରୁ ଆଉ ତାଙ୍କ ନାଁ’ ରେ ଜମି ନ ଥିବା ଜାଣିବାକୁ ପାଇ ହତଚକିତ ହୋଇଯାଇଥିଲେ । ସେମାନେ ନିରକ୍ଷର ଥିବାରୁ ଗ୍ରାମର ଜଣେ ଶିକ୍ଷିତଯୁବକ ହିମାଂଶୁ ଶେଖର ଭୋଇଙ୍କ ସହାୟତାରେ ପାଟଣାଗଡ ତହସିଲ ଅଫିସକୁ ଆସି ଉପଜିଲ୍ଲାପାଳଙ୍କ ନିକଟରେ ଗତମାସରେ ଅଭିଯୋଗ କରିଥିବା ପ୍ରକାଶ । ସବୁଠାରୁ ଗୁରୁତର ବିଷୟ ଯେ , ଏହି ଜାଲିଆତି ବିଗତ ୩ ଜଣ ତହସିଲଦାରଙ୍କ କାର୍ଯ୍ୟକାଳ ମଧ୍ଯରେ ହୋଇଥିଲେ ହେଁ , କେହି କେମିତି ଧରିପାରିଲେ ନାହିଁ ,ସନ୍ଦେହ ସୃଷ୍ଟି କରିଛି ? ଗତ ମ୍ୟୁଟେସନ ନ୦ ୨୦୨୯/ ତା ୧୮ । ୧୨ । ୨୦୧୯ ର ଆବେଦନ କରାଯାଇ ଗତ ତା ୧୯। ୨ । ୨୦୨୦ ରେ ତତ୍କାଳୀନ ଭଇଁଷା ଆର ଆଇ ପାପିନା ପାଗଡଙ୍କ ସମୟରେ କ୍ରମାଗତ ଧୀରଜ କୁମାର ପାତ୍ର ଓ ଡା ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମୟରେ ଏହି ପାର୍ଚ୍ଚା ପ୍ରଦାନ କରାଯାଇଥିବା ଉକ୍ତ ପିଟିସନରୁ ଜଣାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ , ଭଇଁଷା ଗ୍ରାମର ଉକ୍ତ ଗରିବ ଚାଷୀ ପରିବାର ନୀଳମଣୀ ପୋଢ ( ୫୦ ) ପି : ୰ ଭଗତ ପୋଢ ଓ ଜଗତ ପୋଢ ( ୬୭ ) ପି : ୰ ଶୁକ୍ରୁ ପୋଢଙ୍କର ଉକ୍ତ ରାସ୍ତାକଡର ମୁଖ୍ଯସ୍ଥାନର ମୌଜା : ଭଇଁଷା , ହୋଲଡିଂ ନ୦ ୨୩୫ ର ପ୍ଲଟ୍ ନ୦ ୪୬୭୧ / ୨୪୫୨ ର ଏ .୦ .୦ ୯୦୦ ଡେସମିଲ୍ ଆଟ ଜମିକୁ କଟକ ଅଞ୍ଚଳର ଜଣେ ଭଇଁଷାରେ ରହିଯାଇଥିବା ଅବସରପ୍ରାପ୍ତ ଡାକ କର୍ମଚାରୀ ମନୋଜ କୁମାର ବେହେରାଙ୍କ ନାମରେ ପାର୍ଚ୍ଚା ହୋଇଯାଇଛି । ସେ ଏହି ଜମିରେ ଏକ ଗ୍ୟାସ୍ ଫିଲିଂ ଷ୍ଟେସନ କରିବାକୁ ଯୋଜନା କରୁଥିବା ପ୍ରକାଶ ।ଇତିମଧ୍ୟରେ ଉକ୍ତ ଜମିମାଲିକ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଗଲାଣି । ଏହି ଜାଲ୍ ରେଜିଷ୍ଟ୍ରିର ନମ୍ବର ବେଲପଡାର ଜଣେ ଚତୁର୍ଭୁଜ ଅଗ୍ରବାଲ, ପି : ମୁନସୀରାମ ଅଗ୍ରବାଲଙ୍କର ଅନ୍ୟ ରେଜିଷ୍ଟ୍ରି ନମ୍ବର ( ନ୦ ୧୧୨୯/ ୧୯୯୦ ) କୁ ବ୍ୟବହାର କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ।
ଏଣୁ ଏହା ଏକ ଠକେଇ ବନାମ ଆପରାଧିକ ମାମଲା ହୋଇଥିବାରୁ ତୁରନ୍ତ ଏହା ବିରୁଦ୍ଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଲୋକଙ୍କ ପକ୍ଷରୁ ଦାବି କରାଯାଉଛି । ପୂର୍ବରୁ ପାଟଣାଗଡ ଓକିଲସଂଘ ଏଭଳି ଜାଲିଆତି କାର୍ଯ୍ୟକଳାପ ନିମନ୍ତେ ଥରେ ସଦସ୍ୟତା ରଦ୍ଦ କରିଥିବା ବଲାଙ୍ଗିରରେ ତାଙ୍କ ପତ୍ନୀ ନର୍ସ ଥିବାରୁ ରହୁଥିବା ଭଇଁଷାର ଜଣେ ଓକିଲ ଏହି ଜାଲିଆତିରେ ସହାୟତା କରିଥିବା ଜଣାଯାଇଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।