ଅପରାଧ

ଘରୋଇ ହାସପାତାଳରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା !

Email :

ଦୁଇଟି ହାସପାତାଳର ଦୁଇ ମହିଳାଙ୍କ ମୃତ୍ୟୁର ତର୍ଜମା

ନଜାଣି କାଟିପକଉଛ କାହିଁକି ?

ବଲାଙ୍ଗୀର : ଗତ କିଛିବର୍ଷ ମଧ୍ଯରେ ବଲାଙ୍ଗୀର ସହରରେ ସରକାରୀ ଚିକିତ୍ସା ସହ ତାଳଦେଇ ସୁପର ସ୍ପେସିଆଲିଟି ପ୍ରଚାର କରାଯାଉଥିବା ତଥାକଥିତ ଅତ୍ୟାଧୁନିକ ହାସପାତାଳ ଗୁଡିକ ଖୋଲି ବେପାର ଆରମ୍ଭ କରିଦେଇଛନ୍ତି । ବିଡମ୍ବନାର କଥା ଯେ ମୁଖ୍ଯତଃ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ସରକାରୀ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ଓ ଏପରିକି ସେବାନିବୃତ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ଦ୍ବାରା ଖୋଲିଥିବା ଏହି ଘରୋଇ ହାସପାତାଳରେ ରୋଗୀଶୋଷଣ ସହିତ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଫଳରେ ରୋଗିଣୀଙ୍କ ମୃତ୍ୟୁ ଅଭିଯୋଗ ଉଠିଛି । ଏହା ବିରୁଦ୍ଧରେ ଥାନାପୁଲିସ୍ ଓ ବିଭାଗୀୟ ତଦନ୍ତକୁ ଚପାଇ ଦିଆଯାଇ ଆସୁଛି । କିଛିବର୍ଷତଳେ ବଲାଙ୍ଗୀର ସହର ଉପକଣ୍ଠସ୍ଥ ‘ ସ୍ବରାଜ ‘ ହାସପାତାଳରେ ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ନେଇଯାଇ ବେଲପଡାର ଜଣେ ଦଳିତ ବର୍ଗର ପୁଲିସ କର୍ମଚାରୀଙ୍କ ଝିଅ ତଥା ପାଟଣାଗଡର ବୋହୁଙ୍କର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟୁ ଅଭିଯୋଗ ପ୍ରକାଶ ପାଇଥିଲା । ବଲାଙ୍ଗୀର ଟାଉନ୍ ଥାନାରେ ଏ ସମ୍ପର୍କରେ ତାଙ୍କ ଘରଲୋକଙ୍କ ପକ୍ଷରୁ ଦେଇଥିବା ଏତଲାକ୍ରମେ ଏକ ମାମଲା ଋଜୁ କରାଯାଇ ତଦନ୍ତ ହୋଇଥିବା ପ୍ରକାଶ ପାଇଥିଲା । ପରେ କିନ୍ତୁ ଏହାର ପରିଣତି କ’ଣ ହେଲା , ଅସ୍ପଷ୍ଟ ରହିଗଲା । ବୁର୍ଲା , ସମ୍ବଲପୁର ଓ ବରଗଡ ଅଞ୍ଚଳର କେତେକ ଘରୋଇ ହାସପାତାଳ ମଧ୍ଯ ଖୋଲିଛି ଓ ସେଗୁଡିକ ବିରୋଧରେ ମଧ୍ଯ ଅନୁରୂପ ଅଭିଯୋଗ ହୋଇଛି ।

ଏବେ ସଦ୍ୟତମ ଘଟଣା ଅନୁଯାୟୀ , ଗତ ୨୦ ତାରିଖରେ ସେହି ବେଲପଡାର ଜଣେ ବିବାହିତା ମହିଳାଙ୍କର ପେଟରେ ଟ୍ୟୁମର ଅସ୍ତ୍ରୋପଚାର ବଲାଙ୍ଗୀର ସହରର ‘ ହରିହର ନର୍ସିଂହୋମ୍ ହାସପାତାଳରେ କରାଯାଇଥିଲା । ମାତ୍ର ଅସ୍ତ୍ରୋପଚାର ପରେ ପ୍ରବଳ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ବାରମ୍ବାର ଡାକିବା ସତ୍ତ୍ବେ ନ ଆସି ନର୍ସ ଏକ ଇଞ୍ଜେକସନ ଦେବାପରେ ତାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଯିବାରୁ ହାସପାତାଳ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କରିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଟାଉନ ଥାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ କରାଯାଇ ଏକ ଏତଲା ଦିଆଯାଇଛି । ପୁଲିସ ଏକ ମାମଲା ଋଜୁ କରି ତଦନ୍ତ କରୁଥିବା ପ୍ରକାଶ ।

କେବଳ ଏହି ଦୁଇଟି ଘଟଣା ନୁହେଁ , କିଛିଦିନ ତଳେ ସହରର ଆଉ ଏକ ଘରୋଇ ହାସପାତାଳରେ ମଧ୍ଯ ଏଭଳି ରୋଗୀମୃତ୍ୟୁରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛିଦିନ ତଳେ ପାଟଣାଗଡ ସହରରେ ଏକ ଘରୋଇ ଡାକ୍ତରଙ୍କ କ୍ଲିନିକ୍ ରୁ ନିଆଯାଇ ଉପଖଣ୍ଡ ହାସପାତାଳରେ ଜଣେ ଅଧ୍ୟାପକଙ୍କର ମୃତ୍ୟୁକୁ ନେଇ ଅଭିଯୋଗ କରାଯାଇଥିଲା । ଜିଲ୍ଲାର ଅନ୍ଯାନ୍ଯ ସ୍ଥାନରେ ମଧ୍ଯ ଏଭଳି ଘଟୁଥିବା ଘଟଣାକୁ ଲୋକଲୋଚନକୁ ଅଣା ନଯାଇ ଚପାଇ ଦିଆଯାଉଥିବାର ଅଭିଯୋଗ ରହିଛି । ଉଭୟ ଘରୋଇ ଓ ସରକାରୀ ହାସପାତାଳରେ ଏଭଳି ଗୁରୁତର ଅବହେଳା ପାଇଁ କିଏ ଦାୟୀ ?

ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମୁଖ୍ୟତଃ ଘରୋଇ ହାସପାତାଳର ଏଭଳି ଦଲାଲଙ୍କ ଜରିଆରେ ରୋଗୀ ଅଣାଇ ଚିକିତ୍ସାରେ ସରକାରଙ୍କ ସ୍ବାସ୍ଥ୍ୟବୀମାରାଶି ହଡପ ଓ ନାମମାତ୍ର ଡିଗ୍ରୀଧାରୀ ଅନଭିଜ୍ଞ ଡାକ୍ତରଙ୍କ ଦ୍ବାରା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଫଳରେ ଧନଜୀବନହାନୀ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଘଟଣା ପ୍ରତି ସରକାର ଦୃଷ୍ଟି ଦେଇ ମାମଲାର ସଠିକ୍ ତଦନ୍ତ କରିବା ଉଚିତ ବୋଲି ଜନମତ ପ୍ରକାଶ ପାଇଛି ।

ତେଣୁ ଯଦି ଭଲକି ଅସ୍ତ୍ରୋପଚାର ଜାଣିନ , ଚିକିତ୍ସା ଆଳରେ ଟଙ୍କା ପାଇଁ ଜିଅନ୍ତାମଣିଷଙ୍କୁ କାଟି ପକାଉଛ କିଆଁ ? ‘ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post