ଜିଲ୍ଲା

ଦୋକାନପାଖରେ ଟ୍ରକ୍ ରେ ପିଟିହୋଇ ବାଛୁରୀ ମୃତ

Email :

ବାଇପାସ୍ ରାସ୍ତାନିର୍ମାଣ ସମ୍ପୂର୍ଣ୍ଣ ଓ କାଞ୍ଜିଆହୁଦା କେବେ ?

ବଲାଙ୍ଗୀର : ଗତ ୧୮ ତାରିଖରେ ବଲାଙ୍ଗୀର ସହରର ବରଗଡ- ବୋରିଗୁମ୍ମା ଜାତୀୟରାଜପଥର ପ୍ଯାଲେସ୍ ଲାଇନ୍ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ଓ ଏକ ରାସ୍ତାକଡ ବିରିୟାନୀ ଫାଷ୍ଟଫୁଡ୍ ଦୋକାନ ପାଖର ଅଳିଆଗଦାରେ ଏକ କଅଁଳା ବାଛୁରୀର ଛିନ୍ନମୁଣ୍ଡ ଓ ଗୋଡଆଦି ପଡିଥିବା ଦେଖି ଉକ୍ତ ମୁସଲମାନ ଯୁବକର ଉକ୍ତ ଦୋକାନରେ ସେ ବିରିୟାନୀରେ ଗୋ-ମାଂସ ରାନ୍ଧି ବିକୁଥିବାର ଗୁଜବ୍ ସହରରେ ଚାଞ୍ଚଲ୍ଯ ଖେଳାଇ ଦେଇଥିଲା। ଏପରିକି ଏହାକୁ କେନ୍ଦ୍ର କରି ଏହାର ତଦନ୍ତ ଦାବିକରି କେତେକ ହିନ୍ଦୁବାଦୀ ଓ ଅନ୍ଯାନ୍ଯ ସଂଗଠନ ପକ୍ଷରୁ ରାସ୍ତା ଉପରେ ଧାରଣା ଦିଆଯିବା ସହ ଦୋକାନଟିକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା । ଏହାର ପ୍ରତିବାଦରେ ମୁସଲିମ୍ ସଂଗଠନ ପକ୍ଷରୁ ମଧ୍ଯ ଦୃଢ ପ୍ରତିବାଦ କରାଯାଇ ଥିବା ପ୍ରକାଶ । ତେଣୁ ସାଂପ୍ରଦାୟିକ ଦଙ୍ଗା ଆଶଙ୍କାରେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୁଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ବାଛୁରୀର ଦେହାବଶେଷକୁ ଜବତ କରାଯାଇ ପରୀକ୍ଷଣ କରାଯିବା ଓ ଉକ୍ତ ଦୋକାନ ସମେତ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି ବାଛୁରୀଟିର ମୁଣ୍ଡ ଓ ଦେହାବଶେଷର ମାଂସ ଆଦି ସେଠାରେ ପଡିବାର ଭିନ୍ନ କାରଣ ଜଣାପଡିଥିଲା । ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ଅଭିଳାଷ ଜି ଉକ୍ତ ସିସିଟିଭିର ଫୁଟେଜ୍ ଦେଖାଇ ପ୍ରକାଶ କରିଥିଲେ ଯେ , ପୂର୍ବ ରାତିରେ ଏକ ଟ୍ରକ୍ ଧକ୍କାରେ ଉକ୍ତ ବାଛୁରୀଟିର ମୃତ୍ୟୁ ହେବାପରେ ବୁଲାକୁକୁରମାନେ ତାହାକୁ ଟାଣି ଟାଣି ନେଇ ସେଠାରେ ପକାଇ ଦେଇଥିଲେ ଓ ଏଭଳି ସନ୍ଦେହଜନକ ଘଟଣାରୁ ଗୁଜବ୍ ସୃଷ୍ଟି ହୋଇଥିଲା ।

ଫଳରେ ପୁଲିସର ଏହି ତୁରନ୍ତ ସମୟୋଚିତ ତଦନ୍ତରୁ ଏକ ଆସନ୍ନ ସାଂପ୍ରଦାୟିକ ଦଙ୍ଗା ସମ୍ଭାବନାରୁ ବଲାଙ୍ଗୀର ରକ୍ଷାପାଇ ଯାଇଥିଲା ।

ତେବେ ସଂପ୍ରତି ସହରରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଦ୍ବାରା ଅନେକ ସ୍ଥାନରେ ବହୁ ବିରିୟାନୀ ଫାଷ୍ଟଫୁଡ୍ ଦୋକାନ ଓ ଲୋକଙ୍କ ମଧ୍ଯରେ ଏହା ଖାଇବାର ଲାଳସା , ସହରର ରାସ୍ତା ଉପରେ ବୁଲାଗୋରୁ ଓ ବୁଲାକୁକୁରଙ୍କୁ ଅବାଧରେ ଛାଡିଦେଇ ମ୍ୟୁନିସିପାଲିଟି ନିଘୋଡନିଦରେ ଶୋଇପଡିଥିବା , ବୁଲାଗାଈଗୋରୁଙ୍କ ପାଇଁ ଆଗରୁ ଥିବା କାଞ୍ଜିଆହୋଦା କାର୍ଯ୍ୟକାରୀ କରାଯାଉ ନଥିବା ସହ ମୁଖ୍ଯତଃ ସହର ମଧ୍ଯ ଦେଇ ଯାଇଥିବା ଜାତୀୟରାଜପଥରେ ଅବାଧରେ ଟ୍ରକ୍ , ଡମ୍ଫର୍ , ଲରିମଟର , ବସ୍ ଆଦି ଭାରୀଯାନ ଚଳାଚଳ ଏବଂ ଏତଦ୍ଦ୍ବାରା ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ଯୋଗୁଁ ବହୁବାର ରାସ୍ତାଅବରୋଧ ପୂର୍ବକ ଆନ୍ଦୋଳନ ଓ ଅଧାରେ ଜମି ଅଧିଗ୍ରହଣ ସମସ୍ୟା ଇତ୍ୟାଦି ନିମନ୍ତେ ବାଇପାସ୍ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନଥିବା ଜଣାଯାଇଛି ।

ଏଣୁ କେବଳ କଟକ- ଭୁବନେଶ୍ବର- ଖୋର୍ଦ୍ଧାରେ ଛ’ ଫୁଟିଆ ବାଇପାସ୍ ରାସ୍ତା ନିର୍ମାଣ ଘୋଷଣା କରି ଡବଲ ଇଞ୍ଜିନ୍ ସରକାର ବାହାବା’ ନେଉଥିଲାବେଳେ , ଅନ୍ତତଃ ଦୀର୍ଘଦିନର ଦାବି ବଲାଙ୍ଗୀର ସହରର ବାଇପାସ୍ ରାସ୍ତାନିର୍ମାଣ ସମ୍ପୂର୍ଣ୍ଣ ହେବା ଦିଗରେ ସରକାର ଓ ଜିଲ୍ଲାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଗ୍ରାଧିକାର ଭିତ୍ତିରେ ଚିନ୍ତା କରନ୍ତୁ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post