ଭବିଷ୍ୟନିଧିପ୍ରାପ୍ୟ ପାଇଁ ଚାକିରୀତାରିଖ ସଂଶୋଧନ ଦାବି
ବଲାଙ୍ଗୀର : ବଲାଙ୍ଗୀର ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅବସରପ୍ରାପ୍ତ ନିମ୍ନ କର୍ମଚାରୀ ମୁଲିଆ ବା ଏ ଏମ ଆର ସନତ ପଟେଲ ଗତ ୨୦ ତାରିଖଠାରୁ ଧାରଣା ଦେଇଥିଲେ । ତେବେ ୨୨ ତାରିଖରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଉକ୍ତ ଅଫିସ୍ କୁ ଗସ୍ତ ବେଳେ ସେ ତାଙ୍କର ଅଭିଯୋଗ ଶୁଣିଥିଲେ । ବିଧାୟକ ସବୁଶୁଣି ତାଙ୍କର ସମସ୍ୟାର ସମାଧାନ ପାଇଁ ଦୁଇମାସ ସମୟ ମାଗି ତାଙ୍କର ସମସ୍ତ ବାକିଆ ପାଉଣା ମିଳିବାର ଓ ସରକାର ନଦେଲେ ନିଜେ ହାତରୁ ଦେବାର ପ୍ରତିଶ୍ରୁତି ଦେଇଥିବା ସନତଙ୍କ ଠାରୁ ପ୍ରକାଶ । ଏଣୁ ସେ ଧାରଣାରୁ ଓହରିଯାଇଛନ୍ତି ।
ଅଭିଯୋଗ ମୁତାବକ ସେ ଗତ ତା ୧ । ୨ । ୧୯୮୫ ରୁ ବଲାଙ୍ଗୀର ନିର୍ହାହୀ ଯନ୍ତ୍ରୀ ଅନୁଦାନ ବିଭାଗର ଚାକିରୀରେ ଯୋଗଦେଇଥିଲେ ହେଁ , ତାଙ୍କର ଚାକିରୀରେ ମୂଳ ଯୋଗଦେବାର ତାରିଖକୁ ବଦଳାଇ ଦିଆଯାଇ ତା ୧ । ୩ । ୧୯୮୯ କରିଦିଆ ଯାଇଛି । ସେ ଦୀର୍ଘ ୨୪ ବର୍ଷ ଧରି ଚାକିରୀରେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତେବେ ତାଙ୍କୁ ୨୦୦୭ ଏପ୍ରିଲରେ ସରକାର ଜଳସମ୍ପଦ ବିଭାଗର ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ବଳରେ ନିର୍ବାହୀ ଯନ୍ତ୍ରୀ : ଅନୁସନ୍ଧାନ ବିଭାଗର ଆନନ୍ଦପୁର , ଶାଳପଡା ଓ ପୁନଶ୍ଚ୨୦୦୮ ମାର୍ଚ୍ଚ ଜଳସମ୍ପଦ ବିଭାଗର ନିର୍ଦ୍ଦେଶନାମା ବଳରେ ସମସ୍ତ ନିୟମିତ ଏନ ଏମ ଆର ଓ work charge ମାନଙ୍କୁ ଅନୁସନ୍ଧାନ ବିଭାଗରେ ବଲାଙ୍ଗୀର ଲୋୟର ସୁକତେଲ ନଦୀବନ୍ଧ ବିଭାଗର ମାଗୁରବେଡାକୁ ବଦଳି କରିଦିଆଯିବାରୁ ମୁଁ ସେହି ମାର୍ଚ୍ଚରୁ ବଲାଙ୍ଗୀର ଜଳସେଚନ ବିଭାଗର ଅନୁସନ୍ଧାନ ବିଭାଗରେ କାମ କରି ଆସୁଛି । ଭୁବନେଶ୍ବର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶବଳରେ ଆମର ଚାକିରୀକୁ ନିୟମିତ କରିବାକୁ ସମସ୍ତଙ୍କର ଜନ୍ମତାରିଖ ସହିତ ଚାକିରୀର ମୂଳ ଯୋଗଦାନ ତାରିଖ ପଠାଗଲା । କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ମୋର କାର୍ଯ୍ୟରେ ଯୋଗଦାନ ତାରିଖ ଭୁଲ୍ କରାଯାଇଛି । କିନ୍ତୁ ଆଗରୁ ପଠାଯାଇଥିବା ତଥ୍ୟ ଠିକ୍ ଥିଲା । ଏଣୁ ମୁଁ ମୋର ପ୍ରକୃତ ଚାକିରୀରେ ଯୋଗଦାନ ତାରିଖକୁ ଠିକ୍ କରାଯିବାକୁ ନିବେଦନ କରିଥିଲି ।

କିନ୍ତୁ ବଲାଙ୍ଗୀର ଲୋୟର ସୁକତେଲ ପୁନର୍ବାସ , ଥଇଥାନ , ଶିବିର ଓ କୋଠା ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋତେ ଗତ ୨୦ । ୧ । ୨୦୨୪ ତାରିଖ / ପତ୍ରସଂଖ୍ୟା – ୨୩୧୭ ରେ ଏକ ଚିଠି ଦିଆଯାଇ ସୂଟିତ କରାଯାଇଛି ଯେ , ମୁଁ ଗତ ୧୮। ୧୨ । ୨୦୨୪ ତାରିଖରେ ନିବେଦନ କରିଥିବା ବିଷୟକୁ ଅନୁଧ୍ୟାନ କରି ମୁଁ ତାଙ୍କ ଅଫିସରେ ଗତ ୧। ୩ । ୨୦୦୮ ତାରିଖରୁ ୨୭। ୩ । ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବାରୁ ମୋର ଭବିଷ୍ୟନିଧି ପାଣ୍ଠିରେ ଜମା ଟଙ୍କାର ହିସାବକୁ ସଂଶୋଧନ କରାଯିବା ନିମନ୍ତେ ଭୁବନେଶ୍ବର RPFOଙ୍କ ନିକଟକୁ ପଠାଯାଇଛି ।
ତା’ହେଲେ ମୋର ମୂଳରୁ ଚାକିରୀରେ ଯୋଗଦାନର ତାରିଖକୁ କାହିଁକି ହିସାବକୁ ନିଆଯାଇନାହିଁ ?
ଏଣୁ ଏହାର ସୁବିଚାର ନିମନ୍ତେ ମୁଁ ଏହି ଧାରଣାରେ ବସିଛି । ଏତେଦିନ ବସିଥିଲେ ବି କେହି ମୋ ଗୁହାରୀ ଶୁଣୁନାହାଁନ୍ତି ! ସରକାର ମୋ ଗୁହାରୀ ଶୁଣିବାକୁ ନିବେଦନ କରୁଛି ।
ଏଥିରୁ ସ୍ପଷ୍ଟ ଯେ ତଳିଆ ସରକାରୀ କର୍ମଚାରୀଙ୍କୁ ସରକାର ମନଇଚ୍ଛା ଏଠୁ ସେଠିକି ବଦଳି କରି ସେମାନଙ୍କ ଚାକିରୀ ସର୍ତ୍ତାବଳିକୁ ହେରଫେର କରିଆସୁଥିଲା । ଏପଟେ ବଲାଙ୍ଗୀରରେ ଲୋକଉତ୍ସବର ଧୁମ୍ ଉଡୁଥିବା ଭିତରେ ଏଭଳି ଜଣେ ଅବସରପ୍ରାପ୍ତ ମୂଲିଆର ଗୁହାରୀର ସ୍ବରକୁ ବିଭାଗ ବା ପ୍ରଶାସନ ଅଣଦେଖା କରିଦେଉଥିବାର ଚିତ୍ର ଦେଖିବାକୁ ମିଳିଥିଲା ।