ଦୁର୍ନୀତି

ଯୋଗାଣ ବିଭାଗ ଓ ମିଲର୍ସଙ୍କ ଟଣାଓଟରା

Email :

ଭିଜିଲାନ୍ସରେ ପଡିବା ପରେ ବି କମୁନି କଷ୍ଟମ୍ ମିଲିଂ ଲାଞ୍ଚ

ବଲାଙ୍ଗୀର : ପୂର୍ବତନ ସିସିଏସଓ ବା ଏ ଏମ୍ ଭିଜିଲାନ୍ସ ମାମଲାରେ ଛନ୍ଦିହେବା ପରେ ମଧ୍ଯ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗର କେଳେଙ୍କାରୀ ଥମୁନାହିଁ । ଉଭୟ ଖରିଫ ଓ ରବିଋତୁର ଧାନକିଣା ଓ କଷ୍ଟମ୍ ମିଲିଂରେ ହେରଫେର ଅବାରିତ ରହିଛି । ଏବର ନୂତନ ସିସିଏସଓ, ସିଏସଓ , ଏସିଏସଓ , ଏ ଏମ୍ ଓ ଅନ୍ଯାନ୍ଯ ଯୋଗାଣ ଅଧିକାରୀଙ୍କ ସମ୍ପର୍କରେ ନାନାକଥା ଓ ଅଭିଯୋଗ ଚର୍ଚ୍ଚା ହେଉଛି । ଏପରିକି ବିଗତ ବର୍ଷର କଷ୍ଟମ୍ ମିଲିଂ ବିଲ୍ ଯଥା ସମୟରେ ପ୍ରଦାନ କରାଯିବାରେ ଜାଣିଶୁଣି ବଲାଙ୍ଗୀର ଅଫିସରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ଏବର ଅଧିକାରୀମାନେ ନିଜ ଉପରକୁ କୌଣସି ଆଞ୍ଚ୍ ନ ଆସିବା ନିମନ୍ତେ ତନ୍ନ ତନ୍ନ ସଠିକ୍ ଯାଞ୍ଚ ଆଳରେ ବିଲ୍ ପକାଇ ରଖି ଭିତିରିଆ ନିକୃଷ୍ଟ ସ୍ବାର୍ଥସାଧନ କରିବାର ଷଡଯନ୍ତ୍ର କରୁଥିବା ଅଭିଯୋଗରୁ ପ୍ରକାଶ । ସଂପ୍ରତି ରଞ୍ଜନ କୁମାର ପଣ୍ଡା ସିସିଏସଓ, ଦେବବ୍ରତ ମହାପାତ୍ର ସିଏସଓ , ଏ ଏମ୍ ବା ଆକାଉଣ୍ଟ ମ୍ୟାନେଜର ଗିରିଜା ପ୍ରସାଦ ବେହେରା ଏବଂ ଅନ୍ଯାନ୍ଯ ଅଧିକାରୀମାନେ ଅବସ୍ଥାପିତ ଅଛନ୍ତି । କିଛିଦିନ ତଳେ ବେଲପଡାର ଶଙ୍କର ଜୈନ ନାମକ ଜଣେ ୫/୬ ଟି ଚାଉଳକଳ ମାଲିକ ତାଙ୍କର ଗତ ୨୦୨୩-୨୪ ବର୍ଷର ପ୍ରାୟ ୬୦ ଲକ୍ଷ ଟଙ୍କାର ବିଲ୍ କରୁ ନଥିବାରୁ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଫିସରେ ସାମ୍ବାଦିକ ଡକାଇ ‘ ମୋର ପତ୍ନୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ , ରେଳ ଷ୍ଟେସନକୁ ଯାଇ ଆତ୍ମହତ୍ୟା କରିବି ‘ ଇତ୍ୟାଦି କହି କନ୍ଦା କଟା କରି ହାଇଡ୍ରାମା କରିଥିଲେ ।

ଜିଲ୍ଲା ଯୋଗାଣ ବିଭାଗର କେଳେଙ୍କାରୀ

ଏହାପରେ ଅନ୍ଯ ମିଲର୍ସଙ୍କ ବିଲ୍ କରା ନଯାଇ ତାଙ୍କୁ ଅଗ୍ରାଧିକାର ଦିଆଯାଇ ତାଙ୍କର ଅଧାଅଧି ବିଲ୍ ପ୍ରଦାନ କରାଯାଇଥିଲା । କୌତୁହଳର ବିଷୟ ଯେ କିଛିଦିନ ଛାଡି ଉକ୍ତ ମିଲର୍ ପୁଣି ଆସି ଜିଲ୍ଲା ଯୋଗାଣ ଅଫିସ୍ ରେ ସେହି ସମାନ ଢଙ୍ଗରେ ବାକି ବିଲ୍ ପାଇଁ କାନ୍ଦି କାନ୍ଦି ହଙ୍ଗାମା କରିଥିଲେ । ଏହା ସୋସିଆଲ ମିଡିଆରେ ପ୍ରକାଶ ପାଇ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଏଭଳି ଘଟଣା ପଛରେ ଜିଲ୍ଲା ଯୋଗାଣ ବିଭାଗର ମଧ୍ଯ ଚକ୍ରାନ୍ତ ଥିବା କୁହାଯାଉଛି । ବସ୍ତା ପ୍ରତି ୧୦ ଟଙ୍କାର ଲାଞ୍ଚ ଦାବି କରାଯାଇ ପିଅନ , କିରାଣୀ ପ୍ରମୁଖ ତଳିଆ କର୍ମଚାରୀଙ୍କ ଜରିଆରେ ମିଲର୍ସଙ୍କ ଠାରୁ ଏହା ସଂଗ୍ରହ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଯଦିଓ ଏଥିରେ ଅଧିକାରୀଙ୍କର ହାତ ନାହିଁ ଓ ଆଉଟ୍ ସୋର୍ସିଂରେ ପ୍ରାୟ ୨୦ / ୨୫ ବର୍ଷ ଧରି ଅଫିସ୍ ଓ ବିଭିନ୍ନ ଶାଖାରେ ଥିବା ଏହି ସ୍ଥାନୀୟ ଅସ୍ଥାୟୀ କର୍ମଚାରୀ ଓ ସେମାନଙ୍କ ଆତ୍ମୀୟଙ୍କ ଏକ ଗୋଷ୍ଠୀ ଏଭଳି କାରବାରରେ ଜଡିତ ରହିଥିବା କେତେକ ଅଧିକାରୀ ଗୋପନ ତଥ୍ଯ ପ୍ରକାଶ କରିଛନ୍ତି । ଏଥିରେ ମଧ୍ଯ ସତ୍ଯତା ରହିଥିବା ଜଣାଯାଇଛି ।

ଅପରପକ୍ଷେ କ୍ଷତିରେ ଚାଲିଥିବା ଆଳ ଦେଖାଇ କ୍ରମଶଃ ବଢି ଚାଲିଥିବା ଜିଲ୍ଲାର ପ୍ରାୟ ୭୦ ଟି ଅରୁଆଉଷୁନା ମିଲ୍ ରେ ମଣ୍ଡିରେ ଧାନ ନ କିଣି , ଛତିଶଗଡ ଓ ବାହାର ଜିଲ୍ଲାର ଧାନର ଚୋରାଚାଲାଣ ଜରିଆରେ ଆଗତୁରା ମିଲ୍ ଭର୍ତ୍ତି କରି , ଧାନ ନ ପେଷି ଫେକ୍ କଷ୍ଟମ୍ ମିଲିଂ ଓ ଫେକ୍ ପରିବହନ ଖର୍ଚ୍ଚ ଲୁଣ୍ଠନ କରି ଅଧିକାଂଶ ମିଲର୍ ଯୋଗାଣ ବିଭାଗରୁ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ହାତକରି କୋଟି କୋଟି ଟଙ୍କାର ମୁନାଫା ହେଣ୍ଡି ମାରୁଥିବା ଜଣାଯାଇଛି । ଏପରିକି କ୍ଷମତା ବାହାରେ ଅଧିକ ଧାନଚାଉଳ ଷ୍ଟକ୍ କେତେକ ମିଲ୍ ରେ ଧରାପଡିଥିବା , ବାହାର ଜିଲ୍ଲାର ଟ୍ରକ୍ ଧରାପଡି ଛାଡିଦିଆଯାଏ ଯାଇଥିବା ଓ ଅନ୍ଯାନ୍ଯ ଅନିୟମିତତାର ଉପଯୁକ୍ତ ତଦନ୍ତ ହୋଇନାହିଁ । ଏଥିରେ ରାଜନୈତିକ ହସ୍ତକ୍ଷେପ ମଧ୍ଯ ଚର୍ଚ୍ଚା ଓ ଖବର ପ୍ରକାଶ ପାଇଛି ।

ଏଣୁ ଏଭଳି ମିଛନାଟକ କରୁଥିବା ଶଙ୍କର ଜୈନ କିଭଳି ଓ କାହିଁକି ଏକାଦିକ୍ରମେ ୫ /୬ ଟି ମିଲ୍ ର ମାଲିକ ପାଲଟି ସରକାରୀ ତହବିଲ୍ ରୁ ଏତେ ବିଲ୍ ଆଦାୟ କରିଚାଲିଛନ୍ତି , ଏହାର ଏକ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ଉଭୟ ମିଲର୍ସ ଓ ଯୋଗାଣ ବିଭାଗ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଉଛି ।

ତେବେ ଖାଲି ଧାନଚାଉଳର ଏଭଳି କେଳେଙ୍କାରୀ ନୁହେଁ , ଯୋଗାଣ ବିଭାଗର ଡିଜେଲ୍ , କିରାସିନି ଆଲଟ୍ ମେଣ୍ଟ ଏବଂ ଶିକ୍ଷା ବିଭାଗର ମଧ୍ଯାହ୍ନଭୋଜନ ଓ ଶିଶୁ ବିକାଶ ବିଭାଗର ଚାଉଳ ବଣ୍ଟନ ସହ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ଯ ଏସବୁର ଅନୁରୁପ ଅନିୟମିତତାର ତଦନ୍ତ ଜରୁରୀ ବୋଲି ଲୋକେ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post