ଅପରାଧ

ନାବାଳିକା ବିକ୍ରି, ଅବୈଧ ବିବାହ

Email :

ସାଂସଦ ନୋମିନୀ ଓ ବିଧାୟକଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରତି ପୁଲିସ୍ ର ପକ୍ଷପାତିତା !

ଟିଟିଲାଗଡ/ ବଲାଙ୍ଗୀର : ଏବେ ଶାସକଦଳର ବିଧାୟକ ଥିବା ଜଣେ ଅଣଓଡିଆ ବେପାରୀ ଓ ଜଣେ ଅଣଓଡିଆ ସାଂସଦ ନୋମିନୀଙ୍କ ବିରୁଦ୍ଧରେ ନାବାଳିକା ବିକ୍ରି କରି ଅବୈଧ ବିବାହ ଓ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ସହାୟତା କରି ଘଣ୍ଟ ଘୋଡାଉଥିବା ଥାନାରେ ଲିଖିତ ଏତଲା ସତ୍ତ୍ବେ ପୁଲିସ ସେମାନଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟା ଅଭିଯୋଗକାରିଣୀ ପୀଡିତାଙ୍କ ସମେତ ତାଙ୍କୁ ଆଇନଗତ ସାହାଯ୍ଯ କରିଥିବା ପଡୋଶୀ ଓ ଏତଲା ଲେଖିଦେଇଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଡରାଇବା ସହ ହଇରାଣ କରୁଥିବା ଜଣାଯାଇଛି !

ସ୍ଥାନୀୟ ବଲାଙ୍ଗୀର ଟାଉନଥାନାରେ ଗତ ୧୧ । ୧୧ । ୨୦୨୪ ତାରିଖରେ ମମତା ମଲ୍ଲିକ ଓରଫ ପ୍ରିୟା ଅଗ୍ରବାଲ ଦେଇଥିବା ଲିଖିତ ଏତଲାରୁ ପ୍ରକାଶ ଯେ , ଏବେ ଟିଟିଲାଗଡ ଭାଜପା ବିଧାୟକ ଥିବା ନବୀନ ଜୈନଙ୍କର ଶଳା ତଥା ଟିଟିଲାଗଡ ଏନଏସି ପୌରାଧ୍ୟକ୍ଷାଙ୍କ ଭାଇ ପଡୋଶୀ କଳାହାଣ୍ଡି ଜିଲ୍ଲାର ଧର୍ମଗଡର ବ୍ୟବସାୟୀ ଅନୁପ ଅଗ୍ରବାଲ ( ୪୦ ବର୍ଷ) ଙ୍କୁ ଗତ ୨୦୧୫ ଜୁନ୍ ୧୫ ତାରିଖରେ ବଲାଙ୍ଗୀର ସହରର ଗାନ୍ଧୀନଗର ପଡାର ଏକ ଗରିବ ପରିବାରର ଓଡିଆ ନାବାଳିକା ଝିଅ ମମତା ମଲ୍ଲିକ ( ୧୪ ବର୍ଷ) ଙ୍କୁ ତାଙ୍କ ମାଆ , ଭିଣୋଇ ଓ ତାଙ୍କ ମାଆ ୮୦ ହଜାର ଟଙ୍କାରେ ବିକିଦେଇ ତାଙ୍କୁ ହରିଶଙ୍କର ବୁଲିଯିବାକୁ କହି ଭୁଲାଇ ଡ଼ାକିନେଇ ତାଙ୍କ ଇଚ୍ଛା ବିରୁଦ୍ଧରେ ଜୋରଜବରଦସ୍ତ ବିବାହ କରି ଦେଇଥିଲେ । ଏହି ଟଙ୍କା ଅନୁପଙ୍କୁ ତାଙ୍କ ଭିଣୋଇ ନବୀନ ଦେଇଥିବା ମଧ୍ଯ ସେ କହିଛନ୍ତି ।

ପତ୍ନୀ ନିର୍ଯାତନା ଅଭିଯୋଗ ମାମଲା

ଅଭିଯୋଗରୁ ପ୍ରକାଶ ଯେ , ଏହାର ଦୁଇବର୍ଷ ପରେ ୨୦୧୭ରେ ତାଙ୍କର ଏକ ଝିଅ ହୋଇଥିଲା ଓ ଅନୁପ ମଦପିଇ ତାଙ୍କୁ ମାଡପିଟ କରୁଥିବା ସହିତ ବରାବର ନିର୍ଯାତନା ଦେଇ ଆସୁଥିଲେ । ସେତେବେଳେ ସେ ସ୍ଥାନୀୟ ଧର୍ମଗଡ ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ ତାଙ୍କ ସ୍ବାମୀ ଓ ଦିଅରଙ୍କୁ ଥାନାକୁ ନେଇ ୪ / ୫ ଘଣ୍ଟା ବସାଇ ଛାଡିଦେଇଥିଲେ । ଏହି କାରଣରୁ ସେ ୪ /୫ ଥର ବଲାଙ୍ଗୀରକୁ ପଳାଇ ଆସିଥିଲେ ଓ ପ୍ରାୟ ଦେଢବର୍ଷ ଆଉ ସ୍ବାମୀଘରକୁ ନ ଯିବାରୁ କୁଆଡେ ତାଙ୍କ ମାଆ ତାଙ୍କୁ ଯିବାକୁ ବାଧ୍ଯ କରିବା ପରେ ଆଉଥରେ ରାଞ୍ଚିରେ ବିକିଦେଇ ବିବାହ କରିଦେବାକୁ ଉଦ୍ୟମ କରୁଥିବା ଏବଂ ଭିଣୋଇ ତାଙ୍କୁ ଭୁବନେଶ୍ବର ନେଇ ସାଙ୍ଗରେ ୧୫ ଦିନକାଳ ରଖି ସାଂସଦଙ୍କ ନୋମିନୀଙ୍କ ସହ ଗୋଟିଏ ରାତି ଶୋଇବାକୁ ବାଧ୍ଯ କରୁଥିବା ଏହି ଏତଲାରୁ ପ୍ରକାଶ । ଆହୁରି ମଧ୍ଯ ସେ ମନା କରିବାରୁ ଭିଣୋଇ ତାଙ୍କୁ ମାଡପିଟ କରି ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ । ଶେଷରେ ସେ ଜିଦ୍ କରିବାରୁ ବାପାମାଆଙ୍କ ପାଖକୁ ଆଣି ଦେଇଥିବା ଓ ତାଙ୍କର ପାସ୍ ବୁକ୍ ଆଧାରକାର୍ଡ ଆଦି ନେଇଯିବା ସହ ତାଙ୍କ ଉପରେ ଚାପ ପକାଇ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ହଡପ କରି ନେଇଥିବା ତାଙ୍କର ଉକ୍ତ ଅଭିଯୋଗରୁ ପ୍ରକାଶ । ମୋର ମାଆବାପା ମଧ୍ଯ ତାଙ୍କଠାରେ ରାଜି ହେବାକୁ , ନହେଲେ ଘରଛାଡି ପଳା ‘ ବୋଲି କହିବାରୁ ସେ ବାଧ୍ଯ ହୋଇ ଆଇନର ଆଶ୍ରୟ ନେଲେ ବୋଲି ପ୍ରକାଶ କରିଛନ୍ତି । ଏସବୁ ସମ୍ପର୍କରେ ସେ ଗତ ୧୪ । ୧୧ । ୨୦୨୩ ତାରିଖରେ ବଲାଙ୍ଗୀର ଟାଉନ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ତେବେ ତାଙ୍କ ଭିଣୋଇ ସାଂସଦଙ୍କ ନୋମିନୀଙ୍କର ଘନିଷ୍ଠ ବନ୍ଧୁ ହୋଇଥିବାରୁ ଓ ତାଙ୍କ ସ୍ବାମୀ, ନବୀନ ଜୈନଙ୍କ ନାମ ଧରି ‘ ତୁ ଆମର କିଛି କରିପାରିବୁ ନାହିଁ ‘ ବୋଲି ବରାବର ଧମକ ଦେଇ ଆସୁଥିବା ପ୍ରକାଶ ।

ମାମଲାରୁ ଅଭିଯୁକ୍ତଙ୍କୁ ମାଫ୍ ?

ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାର ବିଷୟ ହୋଇଥିଲା । ଶେଷରେ ବିରୋଧୀ ବିଜେଡି ଦଳର ନେତ୍ରୀ , ମହିଳା କମିଶନ ସଦସ୍ଯା ଓ ଅନ୍ଯାନ୍ଯ ସଂଗଠନ ଇତ୍ୟାଦି ପକ୍ଷରୁ ଚାପ ପରେ ବଲାଙ୍ଗୀର ଟାଉନ ଥାନା ପୁଲିସ ଉକ୍ତ ଏତଲା ଅନୁଯାୟୀ , ୬ ଜଣଙ୍କ ନାଁ’ରେ ମାମଲା ୭୯୪ / ତା ୨୪ ତା ୧୧ । ୧୧ । ୨୦୨୪ ( ୪୯୮ ଏ / ୩୨୮ / ୩୪୨ / ୫୦୬ , ୩୪ ଆଇପିସି ଓ ସେକ୍ ସନ୍ ୯ / ୧୦ / ୧୧ ବାଳ ସୁରକ୍ଷା ନିର୍ଯାତନା ନିରୋଧ ଆଇନରେ ଋଜୁ କରିଥିଲା । ଅଭିଯୁକ୍ତମାନଙ୍କୁ ଥାନାକୁ ଡକାଇ ପଚରାଉଚୁରା କରି ବଣ୍ଡରେ ଥାନାରୁ ଛାଡିଦେଇଥିଲା । ସାଂସଦଙ୍କ ନୋମିନୀଙ୍କ ନାଁକୁ ଏତଲାରୁ କାଟି ଦେଇଥିଲା । ଓଲଟା ‘ କିଏ ଏ ଏତଲା ଲେଖିଛି ? ତାଙ୍କୁ ଥାନାକୁ ଡାକିଆଣ ‘ ଓ ଅନ୍ଯାନ୍ଯ ଧମକପୂର୍ଣ୍ଣ କଥା କହି ପୀଡିତାଙ୍କୁ ଅପମାନଜନକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରକାଶ ।

ସଦ୍ୟତମ ସୂଚନାନୁଯାୟୀ , ଅଭିଯୁକ୍ତ ସ୍ବାମୀ ଅନୁପ ଅଗ୍ରବାଲ ଭୁବନେଶ୍ବରର କୌଣସି ନିଶା ନିବାରଣ କେନ୍ଦ୍ରରେ ରହୁଛନ୍ତି ( ? )

ତେବେ ଗତ ୧୩ ତାରିଖରେ ପ୍ରଥମେ ପୁଲିସ ପକ୍ଷରୁ ପୀଡିତାଙ୍କୁ ପୁଣି ଏତେଦିନ ପରେ ମୃଦୁଧମକ ଦେଇ ତଦନ୍ତ ଅଧିକାରିଣୀ ଏବଂ ଏସ୍ ପି ଅଫିସରୁ ଜଣେ ପୁଲିସ ଅଧିକାରୀ ଓ କିଛିସମୟ ପରେ ନିଜକୁ ଡିଏସପି କୁମାର ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଫୋନ୍ ରେ ଉକ୍ତ ଏତଲାଟି ସେତେବେଳେ ପୀଡିତା ତାଙ୍କ ଘରକୁ ଯାଇ ଏତଲା ଲେଖିଦେବାକୁ ଅନୁରୋଧ କରିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ତାଙ୍କ ନାଁ’ , ବାପାଙ୍କ ନାଁ’ ଇତ୍ୟାଦି ପଚାରି ତାଙ୍କୁ କୋର୍ଟରେ ଏକ ବକଲମ ସାକ୍ଷୀ ଭାବରେ ଜଡିତ କରିବାକୁ ମସୁଧା କରାଯାଉଥିବା ଜଣାଯାଇଛି । ଅଥଚ ଅଭିଯୁକ୍ତମାନଙ୍କ ବିରୋଧରେ ସେପରି ଦୃଢ ଦଣ୍ଡବିଧାନ କରାଯାଇ ନ ଥିବା ଏଥିରୁ ପ୍ରମାଣିତ ।

ଏଥିରୁ ନୂତନ ସରକାରଙ୍କ ଅମଳରେ ମଧ୍ଯ ମହିଳା ନିର୍ଯାତନା ଭଳି ସମ୍ବେଦନଶୀଳ ମାମଲାରେ ପୁଲିସ ଶାସକଦଳର ନେତାଙ୍କ ପାଇଁ ପକ୍ଷପାତ କରୁଥିବା ବିଡମ୍ବନାର ବିଷୟ ନୁହେଁ କି ?

Leave a Reply

Your email address will not be published. Required fields are marked *

Related Post