ଦୁର୍ନୀତି

ମୁଖ୍ୟମନ୍ତ୍ରୀଙ୍କ ଇ ନ୍ ପୁ ଟ ମେଳାରେ ମିଲ୍ ପିଛା ୫ ଲକ୍ଷ

Email :1

କଷ୍ଟମମିଲିଂ ବଢାଇବାକୁ ୧୦ କୋଟି ତୋଫା ସଂଗ୍ରହ ?

ବରଗଡ  :  ଗତ ୮ ତାରିଖରେ ବରଗଡରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚଳିତବର୍ଷ ଠାରୁ ଧାନଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିର ରାଜ୍ୟ ସରକାରଙ୍କ ଇନ୍ ପୁଟ୍ ପ୍ରଦାନ ମେଳା ।  କେନ୍ଦ୍ର ସରକାରଙ୍କ ଠାରୁ ଏଥିପାଇଁ ଆର୍ଥିକ ସହାୟତା ମିଶି ଏହା କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା କରିଥିଲେ ସରକାର । ନିର୍ବାଚନ ପୂର୍ବରୁ ଭାଜପା ବା ଡବଲଇଞ୍ଜିନ୍ ସରକାରର ଚାଷୀଙ୍କୁ ସହାୟତା ଦେବାର ଏହି ବଡ ଘୋଷଣା ବରଗଡ ଜିଲ୍ଲାର ସୋହେଲା ବ୍ଲକ୍ ଇଚ୍ଛାପାଲି ପଡିଆରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଶୁଭାରମ୍ଭ କରାଯାଇଥିଲା , ଯେଉଁ ପଡିଆରେ ଗତ ବିଜେଡି ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୫ ରେ ଚାଷୀଙ୍କୁ ୧୦୦ଟଙ୍କା ଆରଏସପି ବଢାଇବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାର ଅଭିଯୋଗ ହୋଇଥିଲା ।  ତେବେ ‘କଥା ଦେଇଥିଲେ , କଥା ରଖିଲେ ‘ କହି ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତିର ପାଳନ କରିଥିବା ମୋହନ ସରକାର ଏହି ପ୍ରଚାରମେଳାରେ ବଡ ଆୟୋଜନ କରିଥିବା ଓ ଥରକେ ୨୧୦୦ ଚାଷୀଙ୍କୁ ଏହି ସହାୟତା ମିଳିଥିବା ବା ୪୮ ଘଣ୍ଟାରେ ପ୍ରାପ୍ୟ ମିଳିବାର ଘୋଷଣା କରି ବଜେଟ୍ ରେ ଏଥିପାଇଁ ୩୩ ୯୦୦ କୋଟିର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ବରଗଡ ଦେଶର ୧ ନମ୍ବର ଜିଲ୍ଲା ହେବ ‘ବୋଲି ଡିଣ୍ଡିମ ପିଟିଥିବା ବେଳେ , ଅପରପକ୍ଷରେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଏକ ଗୁରୁତର ଅଭିଯୋଗ । ତାହା ଏହା ଯେ ‘ ଏହି ମେଳା ପାଇଁ କୁଆଡେ ବରଗଡ ଜିଲ୍ଲାର ପ୍ରତ୍ୟେକ ରାଇସ୍ ମିଲରୁ ସଂଗ୍ରହ କରାଯାଇଥିଲା ୫ ଲକ୍ଷ ଲେଖାଏଁ ୧ କୋଟି ଟଙ୍କା !  ଆହୁରି ମଧ୍ୟ ସରକାରଙ୍କ ପକ୍ଷରୁ ଏକ କ୍ବିଣ୍ଟାଲ୍ ଧାନ ମିଲିଂ କରିବାକୁ ୨୦ ଟଙ୍କା ମିଳୁଥିଲା ବେଳେ ଏଥିପାଇଁ ଆଉ ୮୦ ଟଙ୍କା ଲେଖାଏଁ ବଢାଇବାକୁ ସରକାରୀ ତୋଫା ରୂପେ ୧୦ କୋଟି ଟଙ୍କା ଦିଆଯିବାକୁ ଭିତିରିଆ ଉଦ୍ୟମ ଚାଲିଥିବାର ଚର୍ଚ୍ଚା ! 

ସତ୍ୟ ହେଲେ ସାଙ୍ଘାତିକ୍  !

ଏଇ ସରକାର ମାତ୍ର ୬ ମାସର ଶାସନକାଳ ମଧ୍ୟରେ ଏହା ହେଉଛି ଅବୈଧ ଚାନ୍ଦା ଆଦାୟର ଦ୍ବିତୀୟ ଘଟଣା ।  ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାରେ କିଛିଦିନ ପୂର୍ବରୁ ରାଇସ୍ ମିଲ୍ ଗୁଡିକରୁ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଧର୍ମପତ୍ନୀ ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ଦ୍ବାରା ଓ ତା’ ସହିତ ଛତୁଆ ଏସଏଚଜିରୁ ଲକ୍ଷ ଲକ୍ଷ ଟଙ୍କା ଅନୁଚିତ ଆଦାୟର ଅଭିଯୋଗ ପ୍ରକାଶ ପାଇଛି ।

ଏହା ସତ୍ୟ ହେଇଥିଲେ , ସାଙ୍ଘାତିକ୍  !  ଅଦ୍ୟାବଧି ଏଭଳି ଚର୍ଚ୍ଚା ବା ଗୁଜବ୍ କୁ ସରକାର ବା ଷାସକଦଳ ପକ୍ଷରୁ ଖଣ୍ଡନ କରାଯାଇନାହିଁ !

Leave a Reply

Your email address will not be published. Required fields are marked *

Related Post