ଅପରାଧ

ନୂଆପଡା ଉପନିର୍ବାଚନ ପ୍ରାକ୍ ସମୀକ୍ଷା :

Email :

ପଡୋଶୀ ଜିଲ୍ଲାର ବିଧାୟକଙ୍କ ସହଯୋଗୀ ଭାଜପାନେତା ହତ୍ୟାଅଭିଯୁକ୍ତ

ନୂଆପଡା : ନୂଆପଡା ଉପନିର୍ବାଚନରେ ଶାସକ ଭାଜପା ସମେତ ମୁଖ୍ଯ ବିରୋଧୀଦଳକୁ ପ୍ରଥମେ ପ୍ରାର୍ଥୀ ମିଳି ନଥିବା ବେଳେ ଏବେ ବିରୋଧୀଦଳଗୁଡିକୁ ରାଜନୈତିକ ବିରୋଧର ପ୍ରସଙ୍ଗ ମିଳୁନାହିଁ ! ପୂର୍ବତନ ବିଜେଡି ମନ୍ତ୍ରୀ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଶେଷ ମୁହୂର୍ତ୍ତରେ ଦଳରେ ମିଶାଇ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଦଳରେ ମିଶାଇ ଶକ୍ତିବୃଦ୍ଧି କରିଛି ।

ଅପରପକ୍ଷରେ ରାଜ୍ଯର ମୁଖ୍ଯ ବିରୋଧୀଦଳ ବିଜେଡିକୁ ଜିଲ୍ଲାର କୌଣସି ପ୍ରାର୍ଥୀ ନ ମିଳିବାରୁ ଜିଲ୍ଲାବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆମଦାନୀ ପ୍ରାର୍ଥିନୀ କରିଛି । ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କଂଗ୍ରେସ ଦଳର ପ୍ରାର୍ଥୀ ଘାସିରାମ ମାଝୀ ପୂର୍ବ ୬ ଥର ମାନଙ୍କରେ ଉଲ୍ଲେଖନୀୟ ଏବଂ ଗତଥର ପ୍ରାୟ ୫୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ହେଁ , ଏଥରର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକଙ୍କ ଆଦିବାସୀ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଦଳକୁ ହରାଇବାକୁ କୌଣସି ଠୋସ୍ ଇସୁ ପାଇ ପାରିନାହିଁ ! ଅଥଚ ପଡୋଶୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡର ଭାଜପା ବିଧାୟକ ନବୀନ ଜୈନ ବନାମ ତାଙ୍କ ଘନିଷ୍ଠ ସହଯୋଗୀ ଦଳର ଆଗଧାଡିର ଜଣେ ନେତା ଅଙ୍କୁର ଅଗ୍ରବାଲ ହତ୍ୟାଉଦ୍ୟମ ଅଭିଯୋଗରେ ଗିରଫ ହୋଇଛନ୍ତି । ସମ୍ଭବତଃ ଏଇଥିପାଇଁ ନିର୍ବାଚନରେ ଦଳର ଭାବମୂର୍ତ୍ତିରେ ଆଞ୍ଚ୍ ଆସିବାର ଆଶଙ୍କାରେ ବଲାଙ୍ଗୀର ଜିଲ୍ଲାର ଅନ୍ୟସମସ୍ତ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ଉକ୍ତ ବିଧାୟକଙ୍କୁ ଦଳର ପ୍ରଚାର ତାଲିକାରୁ ବାଦ୍ ଦିଆଯାଇଛି ?

ଟିଟିଲାଗଡରୁ ନୂଆପଡା ଏତେ ଦୂର ନୁହେଁ ଓ ଆଜିକାର ଆଧୁନିକ ସାଇବର ସୂଚନାଯୁଗରେ ଟିଟିଲାଗଡର ଏହି ଅପରାଧର ଚର୍ଚ୍ଚା ନୂଆପଡ଼ାକୁ ସଂକ୍ରମିତ ହୋଇସାରିଛି । ଆପାତତଃ ଟିଟିଲାଗଡର ବିଧାୟକଙ୍କ ଡାହାଣହାତ ଭାଜପାନେତାଙ୍କ ବଲେରୋ ଚପାଇ ହତ୍ୟାଉଦ୍ୟମ କରି ଗିରଫ ହୋଇଥିବାର ଏତେବଡଖବର ରାଜ୍ଯବ୍ୟାପି ଆଲୋଡନ ସୃଷ୍ଟି କରିଛି । ତେବେ ଶାସକଦଳ ବିରୁଦ୍ଧରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ କାହିଁକି ବିରୋଧୀଦଳ ଆଡେଇ ଯାଉଛି , ବୁଝିହେଉନାହିଁ ?

Leave a Reply

Your email address will not be published. Required fields are marked *

Related Post