ଦୁର୍ନୀତି

ଓଡିଶା ଜୀବିକା ମିଶନର ବଦଳିପାଲା

Email :

ଧରାକରା କରି ରହିଗଲେ ଅଭିଯୁକ୍ତ ବିଏଲସି  ?

ବଲାଙ୍ଗୀର  :  ବଲାଙ୍ଗୀର ଜିଲ୍ଲାର ଓଏଲଏମ ବା ଓଡିଶା ଜୀବିକା ମିଶନର ବଦଳିପାଲା ଏବେ ପୁଣିଥରେ ଚର୍ଚ୍ଚାରେ । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଆଳରେ ଋଣଦେଇ ବିଭିନ୍ନ ଗ୍ରାମୀଣ ପ୍ରକଳ୍ପରେ ସେମାନଙ୍କୁ ଆର୍ଥିକ ସହାୟତା କରିବାର ଏହି କେନ୍ଦ୍ରୀୟ ଯୋଜନାର ଓଡିଶା ରୂପାନ୍ତର ଗତ ସରକାର ଅମଳରେ ମୁଖ୍ୟତଃ ଦଳୀୟ ସଭାସମିତିରେ ମହିଳାମାନଙ୍କୁ ଠୁଳାଇବାରେ ବ୍ୟବହୃତ ହେଉଥିବା କୁହାଯାଉଥିଲା ।  ଜିଲ୍ଲାରେ ଏହାର ପରିଚାଳନା ନିମନ୍ତେ ନିଯୁକ୍ତ କେତେକ ବ୍ଲକ୍ ସ୍ତରୀୟ ସଂଯୋଜକ ବା ବିଏଲସିଙ୍କ ବିରୁଦ୍ଧରେ ସ୍ବେଚ୍ଛାଚାରିତା ଓ ସଂଗଠନର ଖାତାରେ ଟଙ୍କା ପକାଇବା ପୂର୍ବରୁ ବେଆଇନ୍ ଡିଲ୍ କରି ମାଲାମାଲ୍ ହୋଇଥିବା ପରି ଗୁରୁତର ଅଭିଯୋଗ ହୋଇଥିଲା ।  ଏପରିକି ଏହାକୁ ପ୍ରତିହତ କରିବା ପାଇଁ ଏଭଳି କାରବାରରେ ଲିପ୍ତ ଅଭିଯୁକ୍ତ ବିଏଲସିଙ୍କ ଉପର ସ୍ତରକୁ ହାତ ଲମ୍ବିଥିବା କୁହାଯାଇଥିଲା । ଏବେ ଏହା ସତ ପ୍ରମାଣିତ ହୋଇଛି । ରାଜ୍ୟସ୍ତରର ସଚିବଙ୍କ ଠାରୁ ଆରମ୍ଭ କରି  ଜିଲ୍ଲାର  ଡିପିଏମ ଓ ବ୍ଲକ୍ ସ୍ତରୀୟ ବିପିଏମ ମାନଙ୍କର ବଦଳି ହୋଇଥିବା ସହ ସେମାନଙ୍କୁ ସୁରକ୍ଷା ଦେଉଥିବା ବଲାଙ୍ଗୀର ଜିଲ୍ଲାର ଭାରପ୍ରାପ୍ତ ଡିପିଏମଙ୍କର ମଧ୍ୟ ବଦଳି ହୋଇଯାଇଛି । ଏହାପରେ ବିଏଲସି ମାନଙ୍କର ବଦଳି ଫାଇଲ୍ ଲାଗିଛି , ହେବ ହେବ ବୋଲି ଶେଷରେ ଏହାସତ୍ତ୍ବେ ଅଭିଯୁକ୍ତବିଏଲସିଙ୍କ ସମେତ ବିଏଲସିମାନଙ୍କର ବଦଳି ହୋଇ ନଥିବାରୁ ସେମାନେ ଧରାକରା କରି ଏହା ରୋକିଥିବାର ଚର୍ଚ୍ଚା ହେଉଛି । ସର୍ବୋପରି ଏଇମାନେ ହିଁ ଓଏଲଏମର ତୃଣମୂଳସ୍ତରରେ ଦୁର୍ନୀତିର ମୁଖ୍ୟ ସୂତ୍ରଧର ବୋଲି ହେଉଥିବା ଅଭିଯୋଗ ସତ ପାଲଟିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ବଙ୍ଗୋମୁଣ୍ଡା ବ୍ଲକ୍ ର  ବିଏଲସିଙ୍କ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଇତ୍ୟାଦି କାର୍ଯ୍ୟକଳାପ ଚର୍ଚ୍ଚିତ ହୋଇପଡିବାରୁ ସେ ଜଣେ ଏମବିକେଙ୍କୁ ଅହେତୁକ ଭାବେ ଆର୍ଥିକ ଅନିୟମିତତା ପାଇଁ ଦାୟୀ କରି ହଇରାଣ  ସହ ବଦନାମ କରିବା ଓ  ଏହି ବିଷୟଟି ଗଣମାଧ୍ୟମରେ ପ୍ରକାଶ ପାଇବାରୁ  ତାଙ୍କୁ ଓକିଲ ନୋଟିସ୍ ବନାମ ଅଦାଲତି ଧମକ ମଧ୍ୟ ଦେଇଥିଲେ ।

ଅପରତଃ ସେ ସିଆରପି ସଦସ୍ୟାଙ୍କ ନିଯୁକ୍ତି , ସାମଗ୍ରୀକିଣା ଓ ତାଙ୍କ ବିବାହ ବେଳେ ଉପହାର ଆଳରେ ପ୍ରତି ପଞ୍ଚାୟତ କର୍ମକର୍ତ୍ତୀ , ଏସ୍ଏଚଜିର ମହିଳାସଭ୍ୟାଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ  ଆଦାୟ କରିବା ସହ ବହୁ ଦୁର୍ନୀତି ସମ୍ପର୍କରେ ତାଙ୍କ ବିରୋଧରେ ଘନ ଘନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଅବଗତ ଥିଲେ ।

ତେଣୁ ଉକ୍ତ ବିଏଲସି ଆହୁରି ପ୍ରତିଶୋଧ ପରାୟଣ ହୋଇପଡି ଜିପିଏଲଏଫଙ୍କୁ ହାତବାରିସୀ କରି କେତେକ ସିଆରପି ମେମ୍ବରଙ୍କୁ ଦୋଷତ୍ରୁଟି ବାହାର କରି ନୋଟିସ୍ ଦେଇ ବାହାର କରିଦେବାର ଷଡଯନ୍ତ୍ର କରିବା ସହିତ ଉକ୍ତ ଏମବିକେଙ୍କୁ ମଧ୍ୟ ନୋଟିସ୍ ପଠାଇବା ଆଦି ଉପରିସ୍ଥ ଅଧିକାରୀଙ୍କୁ ଧରି ଚକ୍ରାନ୍ତ ଚଳାଇବା ଇତ୍ୟାଦି ଅଭିଯୋଗ କରାଯାଇଛି ।  ଉକ୍ତ ଏମବିକେଙ୍କ ପକ୍ଷରୁ ମଧ୍ୟ ଉକ୍ତ ବିଏଲସିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସୂଚନା ମିଳିଛି । ତଥାପି ସାଙ୍ଗରେ ଅନ୍ୟ ବିଏଲସିଙ୍କୁ ମିଶାଇ ଉକ୍ତ ସ୍ଥାନୀୟ ଅଭିଯୁକ୍ତ ବିଏଲସି ଜଣକ ସେହିଠାରେ ଗାଦିମାଡି ରହିବାରେ ସଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି। ନୂତନ ବିପିଏମ , ଜିଲ୍ଲାପାଳ ଓ ଓଏଲଏମର ରାଜ୍ୟ ନିର୍ଦ୍ଦେଶକ ଏହାର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post