ଅଭିଯୁକ୍ତ ୪ବର୍ଷ ତଳେ ଜେଲ୍ ଯାଇଥିଲା
ବଲାଙ୍ଗୀର : ବେଆଇନ୍ ଭାବରେ ଅନ୍ ଲାଇନ୍ ରେ ଗେମିଂ ଆପ୍ ଖୋଲି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଏବେ ବଲାଙ୍ଗିର ସାଇବର ଥାନା ପୁଲିସ ଦ୍ବାରା ସଇଁତଳା ଥାନା ଅନ୍ତର୍ଗତ ପାଇକସମରା ଗ୍ରାମର ଜଣେ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଛିନୁ ମଲ୍ଲିକଙ୍କ ପୁଅ ଚିନୁ ଓରଫ ଲକ୍ଷେଶ୍ବର ମଲ୍ଲିକ ( ୨୭ ) ଗାଁ’ରେ ଏକ ସିଏସ୍ ସି ସେଣ୍ଟରରେ ୟୁ ଟ୍ୟୁବ୍ ରୁ ଶିଖି ଏକ ୱେବ୍ ସାଇଟ୍ ଖୋଲିବା ସହ ସେଥିରେ ବେଆଇନ ଭାବେ ଏକ ଆପ୍ viprummyapp.com ଏବଂ ନିଜ ମୋବାଇଲ ନ୦ 8456868671 ରେ ଟେଲିଗ୍ରାମ୍ ଚ୍ୟାନେଲ୍ ଖୋଲି ଲୋକଙ୍କୁ ମିଛ ପ୍ରଲୋଭନ ଦେଖାଇ ଜୁଆ ଖେଳାଇ ଠକୁଥିବା ପ୍ରକାଶ । ଏହି ଆପ୍ ରେ ୫୦ ଟି ଗେମ୍ ରହିଥିବା ପ୍ରକାଶ ।
ଲୋକଙ୍କ ଅଭିଯୋଗ କ୍ରମେ ଉକ୍ତ ଠକଯୁବକକୁ ପୁଲିସ ଗିରଫ କରିବା ପରେ ଗତ ୧୨ ତାରିଖରେ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ଏହା ପ୍ରକାଶ କରିଛନ୍ତି । ଏହି କୋଟିପତି ଠକଅଭିଯୁକ୍ତଠାରୁ ଏକ ମହିନ୍ଦ୍ରା ଥାର୍ ଚାରିଚକିଆ ଗାଡି , ପିକଅପ୍ , ବୁଲେଟ୍ ମଟରସାଇକେଲ୍ , କେଟିଏମ୍ ବାଇକ୍ , ସ୍କୁଟି ଆଦି ଯାନବାହନ ଓ ନଗଦ ୭ ଲକ୍ଷ ୫ ହଜାର ଟଙ୍କା , ୧୪ ଟି ହାଇ ଆଡଭାନ୍ସଡ ମୋବାଇଲ ଫୋନ୍ , ୪ ଟି ଲାପ୍ ଟପ୍ , ୨ ଟି ସ୍ବିପ୍ ମେସିନ୍ , ଚେକ୍ ବହି , ଡେବିଟ୍ କାର୍ଡ , କ୍ରେଡିଟ୍ କାର୍ଡ, ପାନ୍ କାର୍ଡ ଇତ୍ୟାଦି ଜବତ କରାଯିବା ସହ ତା’ର ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କାକୁ ଫ୍ରିଜ୍ କରାଯାଇଥିବା ପୁଲିସ ସୂଚନାରୁ ପ୍ରକାଶ । ଏହା ସହିତ ତା’ର ଏକ ଆଲିଶାନ୍ କୋଠା ରହିଥିବା ମଧ୍ୟ ଜଣାଯାଇଛି । ଏହି ଅନ୍ଯାୟୋପାର୍ଜିତ ଆଗରୁ ସେମାନଙ୍କ ମାସକୁ ୧୫ ଲକ୍ଷ ଟଙ୍କାର କମିସନ୍ ପାଉଥିବା ପ୍ରକାଶ ।
୬ ମାସତଳର ଏତଲାରେ ପୁଣି ଗିରଫ
ପ୍ରକାଶଯୋଗ୍ୟ ଯେ , ଏହି ଯୁବକ ଜଣକ ଗତ ୨୦୨୧ ରେ ଜନୈକା ଅଙ୍ଗନବାଡି ଯୁବତୀଙ୍କ ସମ୍ପର୍କରେ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ସମ୍ବଲପୁର ପୁଲିସ ଦ୍ବାରା ଏକ ସାଇବର୍ ମାମଲାରେ ମଧ୍ଯ ଗିରଫ ହୋଇଥିବା ଏହି ଏତଲାରେ ଦର୍ଶାଯାଇଛି ।
ଉକ୍ତ ଯୁବକଙ୍କ ଦ୍ବାରା ଠକେଇର ଶିକାର ହେବାପରେ ତାଙ୍କ ଗ୍ରାମର ଜଣେ ଫେକ୍ ପ୍ରମାଣପତ୍ରରେ ଚାକିରୀ କରୁଥିବା ସ୍କୁଲ ଶିକ୍ଷକଙ୍କ ସମ୍ପର୍କରେ ପଚରାଉଚୁରା କଲାବେଳେ ତାଙ୍କ ସୂତ୍ରରୁ ତା’ ସମ୍ପର୍କରେ ପ୍ରଥମେ ଏହି ସୂଚନା ମିଳିଥିଲା । ଉକ୍ତ ଅଞ୍ଚଳର ଦୁଇଜଣ ବ୍ଯକ୍ତି ମଧ୍ଯ ତା’ ବିରୋଧରେ ପୁଲିସକୁ ଅଭିଯୋଗ କରିବାକୁ ଆସିଥିଲେ ହେଁ , ଭୟବଶତଃ ଏତଲା ନଦେବାରୁ ବିଶିଷ୍ଟ ସୂଚନାକର୍ମୀ ନୀଳମଣି ଯୋଷୀ ଏହି ଠକେଇ ବିରୋଧରେ ପ୍ରଥମେ ବଲାଙ୍ଗୀର ସାଇବର ଥାନାରେ ମୌଖିକ ଭାବରେ ଅଭିଯୋଗ ଜଣାଇଥିଲେ । ପୁଲିସ ନ ଶୁଣିବାରୁ ସେ ଗତ ୭ । ସେପ୍ଟେମ୍ବର। ୨୦୨୪ ତାରିଖରେ ଏକ ଲିଖିତ ଏତଲା ଦେଇଥିଲେ । ଆହୁରି ମଧ୍ଯ ସେ ପୂର୍ବତନ ଏସ୍ ପି ଋଷିକେଶ ଖିଲାଟେଶ୍ୱର ଭେଟି ଏହି ଏତଲା ସମ୍ପର୍କରେ ଜଣାଇବା ପରେ ବି ପୁଲିସ କୌଣସି କାରଣରୁ ନୀରବତା ଅବଲମ୍ବନ କରିବାରୁ ସେ ଯାଇ ଡିଜିଙ୍କୁ ଭେଟି ଅଭିଯୋଗ କରିଥିବା ଓ ଏହି ନୂତନ ସରକାର ଆସିବା ପରେ ସେ ଆଉଥରେ ଡିଜି ଓ ନୂତନ ଏସ୍ ପିଙ୍କୁ ଜଣାଇବାରୁ ଡିଡିଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଏସ୍ ପି ସେହି ଏତଲାକ୍ରମେ ମାମଲା ଋଜୁ କରି ଭୁବନେଶ୍ଵରରୁ ଆସି ତଦନ୍ତ କରିଥିବା ସାଇବର ଟିମ୍ ସହାୟତାରେ ବଲାଙ୍ଗୀର ପୁଲିସ ଅଭିଯୁକ୍ତକୁ ଗିରଫ କରି ଉପରୋକ୍ତ ଜବତ କରିଥିବା ଏତଲାକାରୀଙ୍କ ଠାରୁ ପ୍ରକାଶ ।

ଆହୁରି ମଧ୍ଯ, ଉକ୍ତ ଅଭିଯୁକ୍ତ ଜଣକ କିଛିବର୍ଷ ଆଗରୁ ୪ / ୫ ଜଣ ଯୁବକଙ୍କ ସହ ଗୁଜୁରାଟ ଯାଇ ଏଭଳି ଧନ୍ଦା ଶିଖିଆସି ସମ୍ବଲପୁରରେ ଏଭଳି ସାଇବର ଠକେଇ କରୁଥିବା ଓ ଏହି ଅଭିଯୁକ୍ତ ଜଣକ ଗାଁକୁ ଆସି ଏଠାରେ ଏକ ସି ଏସ୍ ସି ସେଣ୍ଟର ଖୋଲି ଏହା ଚଳାଇଥିବା ବେଳେ ବଲାଙ୍ଗୀର ସହର ସମେତ ଜିଲ୍ଲାର ଅନ୍ଯାନ୍ଯ ସ୍ଥାନରେ ତା’ର ସହଯୋଗୀମାନେ ଥିବାର ଅନୁମାନ କରାଯାଏ । ସେହିପରି ସମ୍ବଲପୁରରେ ମଧ୍ଯ ତା’ର ଗୁଜୁରାଟ ଯାଇଥିବା ଠକବନ୍ଧୁମାନେ ଅନୁରୂପ ଠକେଇ ଚଳାଇଥିବା ଏହି ସୂତ୍ରରୁ ପ୍ରକାଶ ।
ତେବେ ଆଶ୍ଚର୍ଯ୍ୟର କଥା , ଏଭଳି ଏକ କୋଟି କୋଟିର ଠକେଇ ଅଭିଯୋଗର ଏତଲାକୁ ପୁଲିସ ପ୍ରାୟ ଛଅମାସ ଧରି ମାମଲା ଋଜୁ ନକରି ପକାଇ ରଖିବା ମୂଳରେ କେଉଁ କାରଣ ଥିଲା ? – ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି !
ସର୍ବୋପରି ଏଇ ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି , ସେମାନଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉଛି ତ ?