ଦୁର୍ନୀତି

ଓଏସସିଏସର ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ବୃଦ୍ଧି

Email :

ବିଭାଗର ଯାବତୀୟ ଅନିୟମିତତା ସେମାନଙ୍କ ହାତରେ !

ବଲାଙ୍ଗୀର : ସଂପ୍ରତି ଓଡିଶା ରାଜ୍ଯ ଯୋଗାଣ ନିଗମର ଆଉଟ୍ ସୋର୍ସିଂ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ସମୟସୀମା ଆଉ ୩ ମାସ ବୃଦ୍ଧି ପାଇଥିବାର ନିର୍ଦ୍ଦେଶ ଆସିଛି । ଏହି ଉପାୟରେ କର୍ମଚାରୀଙ୍କ ଅଭାବ ଆଳରେ ଥର ଥର କରି ସେମାନଙ୍କ ଅସ୍ଥାୟୀ ନିଯୁକ୍ତିର ସଂପ୍ରସାରଣ ମୂଳରେ କ’ଣ ରହିଛି , ତଦନ୍ତ ସାପେକ୍ଷ । ଅଭିଯୋଗ ଅନୁଯାୟୀ , ବଲାଙ୍ଗୀର ଯୋଗାଣ ବିଭାଗର ନିଗମ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଦେଖିବାକୁ ମିଳୁଥିବା ଦୀର୍ଘ ପ୍ରାୟ ୨୫ ବର୍ଷକାଳ ନିୟୋଜିତ ପିଅନ କୁହାଯାଉଥିବା ୪ର୍ଥ ଶ୍ରେଣୀୟ ଉକ୍ତ କର୍ମଚାରୀଙ୍କୁ ଏହି ନିଯୁକ୍ତି ସଂପ୍ରସାରଣର ଅନ୍ତର୍ଭୁକ୍ତ କରାଯାଇଛି । ଏମାନେ ବିଭାଗର ଅଧିକାରୀଙ୍କ ପାଇଁ ଓ ନାଁ’ରେ ମିଲର୍ସଙ୍କ ଠାରୁ ବର୍ଷ ବର୍ଷ ଧରି ଲାଞ୍ଚ ସଂଗ୍ରହ କରି ଓ ଅନ୍ଯାନ୍ଯ ଉପାୟରେ ମଣ୍ଡି , ଗୋଦାମ ଇତ୍ୟାଦିରୁ ବଟି ଖାଇ କୋଟିପତି ପାଲଟି ଯାଇଛନ୍ତି । ଫଳରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାଁନ୍ତି । ଏଣୁ ଏମାନେ ଗାଦୀ ଛାଡିବାକୁ ନାରାଜ୍ ଓ ଧରାଧରି କରି ଏକପ୍ରକାର ସ୍ଥାୟୀଭାବରେ ରହିଆସୁଛନ୍ତି ।

ଗତ ୩୦ । ୮ । ୨୦୨୫ ତାରିଖର ଓଏସସିଏସସି- ଇଏସଟିଟି- ୦୦୧୫-୨୦୨୨ / ୧୧୮୧୪ ନମ୍ବର ଚିଠି ଅନୁଯାୟୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ ( ଆଡମିନ୍ ) ଶ୍ରୀମତୀ ପ୍ରଣେତା ପ୍ରିୟଦର୍ଶିନୀ ରାଉତ ଓ ଏସ ଜିଆର ଏ ( ଏସ ବି ) ଙ୍କ ଠାରୁ ଭୁବନେଶ୍ବର ବରମୁଣ୍ଡା , ରୁଚିକାମାର୍କେଟ୍ ସ୍ଥିତ ମେସର୍ସ କେୟାର ସିକ୍ୟୁରିଟି ଆଣ୍ଡ୍ ଆଲାଏଡ ସର୍ଭିସେସ୍ ନାମକ ସଂସ୍ଥାକୁ ଗତ ୨୦୧୮ , ୨୦୨୪ ଓ ୨୦୨୫ ରୁ ପ୍ରଦତ୍ତ ୫ଟି କାର୍ଯ୍ୟାଦେଶର ଚଳିତବର୍ଷର ୧। ୯। ୨୦୨୫ ତାରିଖରୁ ୩୦ ।୧୧ ।୨୦୨୫ ତାରିଖ ପର୍ଯ୍ୟନ୍ତ ଏହି ପୁନଃ ୩ ମାସିଆ ସଂପ୍ରସାରଣ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ଏହାପଛରେ ନିୟମିତ ଲକ୍ଷାଧିକ ଟଙ୍କାର କାରବାର ହୋଇଆସୁଥିବା ଅଭିଯୋଗରୁ ପ୍ରକାଶ । ଏଣୁ ସରକାରଙ୍କ ଦ୍ବାରା ଏହି ଭିତିରିଆ ନିୟମିତ ଦୁର୍ନୀତିର ଏକ ଭିଜିଲାନ୍ସ ତଦନ୍ତନିର୍ଦ୍ଦେଶ ଦିଆଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଏ ।

Leave a Reply

Your email address will not be published. Required fields are marked *

Related Post