ଦୁର୍ନୀତି

ପାଣିମୋରା ଇଥାନଲ୍ କାରଖାନାର ୟୁରିଆ କଳାବଜାର !

Email :

ମ୍ୟାନେଜରଙ୍କ ସମ୍ପର୍କୀୟଙ୍କ ଦ୍ବାରା ଚାଷୀଙ୍କ ସାର ଯୋଗାଣ

ସୋନପୁର : ତରଭା ବ୍ଲକ୍ ର ପାଣିମୋରା ଇଥାନଲ୍ କାରଖାନା ବା ମାସ୍ ବାଇ ଓ ଫୁଏଲ୍ ଲିଃ .ଘରୋଇ ସ୍ପିରିଟ୍ କାରଖାନାର ନିୟମ ଉଲଂଘନ ଓ ଅନିୟମିତତା ସମ୍ପର୍କରେ ଯାହା ଜନଅଭିଯୋଗ ପ୍ରକାଶ ପାଇଲେ ବି ସମ୍ପୃକ୍ତ ବିଭାଗ , ପ୍ରଶାସନ ଓ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି ! ଲୋକେ କହୁଛନ୍ତି ଜିଲ୍ଲାର ଏହି ଅଭ୍ୟନ୍ତର ଗ୍ରାମାଞ୍ଚଳରେ ଦିଲ୍ଲୀର ଏକ ମାରୁଆଡି ଶିଳ୍ପପତିଙ୍କର ଦୃଷ୍ଟି ଆଢୁଆଳରେ ଥିବା ଏହି କାରଖାନାର ଯାବତୀୟ ବେଆଇନ୍ କାର୍ଯ୍ୟକଳାପ , ନିୟମ ଉଲଂଘନ ଓ ଅନିୟମିତତାକୁ ସରକାର ନଜର୍ ଅନ୍ଦାଜ୍ କରିବା ମୂଳରେ ଗତ ସରକାରଙ୍କ ଠାରୁ ଚଳିତ ସରକାରର ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀଙ୍କ ଛତ୍ରଛାୟା ରହିଆସିଛି । ଗୋଟିଏ କଥାରେ କହିଲେ , କାରଖାନାର ମାଲିକ ଏ ସମସ୍ତଙ୍କୁ ପକେଟ୍ ରେ ପୁରାଇ ରଖିଛି !

ଏହି କାରଖାନାର ପୂତିଗନ୍ଧମୟ ପରିବେଶ ଓ ନାକଫଟା ଦୁର୍ଗନ୍ଧ ପାଣିମୋରା ଗ୍ରାମ ସମେତ ଆଖପାଖ ଗ୍ରାମଗୁଡିକୁ ଅସହ୍ୟ , ରୋଗଗ୍ରସ୍ତ କରି ରଖିଛି । ଆଣ୍ଠୁଏ ଧୂଳି ଧୂଆଁ କାଦୁଅରେ ତିନି/ ଚାରିଶହ ମହିଳା ଓ ପୁରୁଷ ଶ୍ରମିକଙ୍କର ସ୍ବାସ୍ଥ୍ୟ ଓ ଜୀବନ ଉପରେ ଗୁରୁତର କ୍ଷତି ହେଉଛି । ସ୍ଥଳବିଶେଷରେ ମେସିନ୍ ରେ ପଡି ଶ୍ରମିକଙ୍କ ପ୍ରାଣହାନୀ ଘଟି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି । ସବୁଠାରୁ ଗୁରୁତର ଅଭିଯୋଗ ହେଲା , ଚାଷୀମାନଙ୍କ ପାଇଁ ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ଡିଲରମାନଙ୍କ ଠାରୁ ଏହି କାରଖାନାର ପାଇଁ ୟୁରିଆ ସାର କଳାବଜାରରେ କିଣି ନିଆଯାଇ ଗହମ , ଖୁଦ ଆଦି ପଚାଯିବାରେ ବ୍ଯବହାର କରାଯାଉଛି । ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ , କାରଖାନାର ଜଣେ ସ୍ଥାନୀୟ ପରିଚାଳକଙ୍କ ସମ୍ପର୍କୀୟ ଏହି ବେଆଇନ ୟୁରିଆ ଯୋଗାଉଛନ୍ତି ! ଏହା ସତ୍ଯ ହେଲେ , ସାଂଘାତିକ୍ !

Leave a Reply

Your email address will not be published. Required fields are marked *

Related Post