ଫ୍ରିଜ୍ ରେ ମୃତଦେହକୁ ଭରିଥିଲା ୫୯ ଖଣ୍ଡ କରି
ବେଙ୍ଗାଲୁରୁରେ ପ୍ରେମିକାକୁ ମାରି ଓଡିଶାରେ ଆତ୍ମହତ୍ୟା
ଭଦ୍ରକ : ପରକୀୟା ଅବୈଧ ପ୍ରେମ ଓ ସନ୍ଦେହର ପରିଣତି ଯେ କେତେ ଭୟଙ୍କର ହୋଇପାରେ , ବେଙ୍ଗାଲୁରୁର ମହାଲକ୍ଷ୍ମୀ ନୃଶଂସ ହତ୍ୟାକାଣ୍ଡ ଏହାର ଜ୍ବଳନ୍ତଉଦାହରଣ । ନେପାଳରୁ ଆସି ପରକୀୟା ସନ୍ଦେହରେ ସ୍ବାମୀ – ସ୍ତ୍ରୀଙ୍କର ଝଗଡାରୁ ଅନ୍ୟତ୍ର ରହୁଥିବା ଓ ପରବର୍ତ୍ତୀକାଳରେ ଜଣେ ଓଡିଆ ଯୁବକ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଏକାକିନୀ ରହୁଛଥିବା ଜଣେ ସପିଂମଲ୍ ର ମହିଳା କର୍ମଚାରୀଙ୍କର ମୃତଦେହର ପୋକ ଲାଗିଯାଇଥିବା ଖଣ୍ଡଖଣ୍ଡ ମୃତଦେହ ଗତ ୨୧ ତାରିଖରେ ରହୁଥିବା ଭଡାଘରର ଫ୍ରିଜ୍ ରୁ ମିଳିବାପରେ ପୁଲିସ୍ ତଦନ୍ତରେ ଏଥିରେ ତାଙ୍କ ସହ ପ୍ରେମସମ୍ପର୍କ ରହିଥିବା ଓଡିଶାର ମୁକ୍ତି ରଞ୍ଜନ ରାୟର ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଥିଲା ।
ତେଣୁ ଘରକୁ ପଳାଇ ଆସିଥିବା ଅଭିଯୁକ୍ତକୁ ଧରିବାକୁ କର୍ଣ୍ଣାଟକ ପୁଲିସ୍ ର ୪ ଟି ଟିମ୍ ତାର ଘର ଭଦ୍ରକର ଧୂଷୁରୀ ଥାନାନ୍ତର୍ଗତ ଆଖଣ୍ଡଳମଣି ପୀଠ ନିକଟସ୍ଥ ଭୂଇଁପୁରରେ ପହଞ୍ଚିଥିଲା । ତେବେ ଘରେ ମାଆକୁ ନିଜ ଭୁଲ୍ ସ୍ବୀକାର କରି ଅଭିଯୁକ୍ତ ପୁଲିସ୍ ତାକୁ ଗିରଫ କରିବା ପୂର୍ବରୁ ପଳାଇଯାଇ ରାସ୍ତାକଡରେ ସ୍କୁଟିରଖି ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରକାଶ । ଏ ସମ୍ପର୍କରେ ଭଦ୍ରକ ପୁଲିସକୁ ଅଭିଯୁକ୍ତର ସ୍ବୀକାରୋକ୍ତି ଲେଖାଥିବା ଏକ ଡାଏରୀ ଓ ସୁଇସାଇଡାଲ୍ ନୋଟ୍ ମିଳିଛି ।
କୌଣସି କାରଣରୁ ମୁକ୍ତିକାନ୍ତ ପ୍ରେମିକା ମହାଲକ୍ଷ୍ମୀଙ୍କୁ ତଣ୍ଟିଚିପି ହତ୍ୟାକଲା ପରେ ତାଙ୍କ ମୃତଦେହକୁ ୫୯ ଖଣ୍ଡ କରି କାଟି ଫ୍ରିଜ୍ ଭିତରେ ରଖିଥିବା ଚରମ ନୃଶଂସତାର ନମୁନା । ଏଣୁ ପରକୀୟା ପ୍ରେମର ସନ୍ଦେହ ଓ ପରିଣତି ଯେ କେତେ ବିଭତ୍ସ ଓ ଭୟଙ୍କର ଏଇ ଅପରାଧଘଟଣାରୁ ସ୍ପଷ୍ଟ । ଓଡିଶାରେ ଗାଁ’ରେ ଗରିବ ମୂଲ ଲାଗୁଥିବା ବୃଦ୍ଧ ବୃଦ୍ଧା ମାଆବାପ ଓ ଭାଇଙ୍କୁ ପୋଷିବାକୁ ବିଦେଶକୁ ଯାଇ କାମଦାମ କରି ରୋଜଗାର କରୁଥିବା ପୁଅର ଏଭଳି ପରସ୍ତ୍ରୀ ସହ ଅବୈଧ ପ୍ରେମ ଓ ଝଗଡାର ପରିଣତି ଅତ୍ୟନ୍ତ କରୁଣ ହୋଇଥିବା ବେଳେ ଅପରପକ୍ଷରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପରକୀୟା ସନ୍ଦେହକୁ ନେଇ ଛଡାଛଡି ପରେ ଅନ୍ୟଯୁବକ ସହ ପରକୀୟା ପ୍ରେମରୁ ଉଭୟଙ୍କର ପ୍ରାଣହାନୀ ସହ ଏକ ଛୋଟଛୁଆଟି ମାତୃହୀନା ହୋଇପଡିବା ଦୁଃଖର ବିଷୟ । ଛୁଆଟି ତା’ ବାପ ହେମନ୍ତ ଦାସ ନିକଟରେ ରହିଥିବା ପ୍ରକାଶ ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।