କ୍ରମାଗତ ସ୍ବାସ୍ଥ୍ୟମନ୍ତ୍ରୀ ପଶ୍ଚିମଓଡିଶାର
ସମ୍ବଲପୁର : ଗତ ସରକାରଙ୍କ ଅମଳରେ ସରକାରୀ ମୁଖ୍ୟ ଡାକ୍ତରଖାନାରେ ଏମ୍ ଆର୍ ଆଇ ସୁବିଧା ଉପଲବ୍ଧ କରାଯାଇଥିଲା । କିନ୍ତୁ ଆଞ୍ଚଳିକ ବୈଷମ୍ୟ ଯୋଗୁୁଁ ରାଜ୍ୟର ୬ ଟି ଜିଲ୍ଲା କଟକ , ପୁରୀ , ମୟୂରଭଞ୍ଜ , ଅନଗୁଳ , ବାଲେଶ୍ବର ଓ ଭୁବନେଶ୍ବରରେ ଏହି ସହଭାଗୀତା ( ପିପିପି ମୋଡ୍ ରେ ) ଏହା ଯୋଗାଇ ଦିଆଯାଇଥିବା ସତ୍ତ୍ୱେ ପଶ୍ଚିମଓଡିଶାରେ ଏହି ମାଗଣା ସେବା ଯୋଗାଇ ଦିଆଯାଇ ନଥିଲା ବୋଲି କୁହାଯାଉଛି । ଏପରିକି ଭୀମସାରରେ ମଧ୍ୟ ଏହି ସୁବିଧା ନାହିଁ । ଏବେ ଡାକ୍ତରଖାନା ବାହାରେ ଥିବା ବୁର୍ଲାର ଏକ ଘରୋଇ ନର୍ସିଂହୋମ୍ ସହ ଚୁକ୍ତି କରାଯାଇଥିବା ପ୍ରକାଶ । ସେଠାରେ ସମ୍ପୃକ୍ତ ନର୍ସିଂହୋମ୍ ର ଅଳ୍ପ କେଇଜଣ ରୋଗୀଙ୍କ ପରୀକ୍ଷା ପରେ ଅନ୍ୟମାନଙ୍କୁ ଫେରାଇ ଦିଆଯାଉଛି । ପ୍ରତି ଏମଆରଆଇ ପରୀକ୍ଷା ପାଇଁ ୨୫୦୦ରୁ ୩୦୦୦ ଟଙ୍କା ଖର୍ଚ୍ଚ ହେଉଛି । ରୋଗୀ ଓ ସେମାନଙ୍କ ଅଭିଭାବକମାନେ ଘରୋଇ କ୍ଲିନିକ୍ କୁ ଦୌଡି ଦୌଡି ଖର୍ଚ୍ଚାନ୍ତ ହେଉଛନ୍ତି ।
ଆହୁରି ମଧ୍ୟ , ପଶ୍ଚିମଓଡିଶାର ମୁଖ୍ୟ ଚିକିତ୍ସାଳୟରୁ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାରେ ଦଶନ୍ଧି ଦଶନ୍ଧି ଧରି ସରକାରୀ ସ୍ବାସ୍ଥ୍ୟସେବା ବସ୍ତୁତଃ ଅର୍ଥଖୋର୍ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଅବୈଧ ଉପାର୍ଜନର ମାଧ୍ୟମ ପାଲଟିଛି । ଏହା ସହିତ ଅନଭିଜ୍ଞ ଡାକ୍ତରଙ୍କୁ ଧରି ଚାଲିଛି ସ୍ବାସ୍ଥ୍ୟସେବା । ସବୁଠି ଚିକିତ୍ସା ବିପର୍ଯ୍ୟସ୍ତ । ମୁରବୀବିହୀନ ଏଇ ସରକାରୀ ସ୍ବାସ୍ଥ୍ୟସେବା ପଶ୍ଚିମଓଡିଶାରେ ଘରୋଇ ହାସପାତାଳ ବେପାରକୁ ସୁହାଇଛି । ଯେଉଁଠି ଯେତେ ଗୁରୁତର ଅଭିଯୋଗ ପ୍ରକାଶ ପାଇଲେ ବି , କେହି ଶୁଣିବାକୁ ନାହାଁନ୍ତି ! ଏପରିକି ଏବର ସ୍ବାସ୍ଥ୍ୟମନ୍ତ୍ରୀ ନିଜଜିଲ୍ଲାରେ ତାଙ୍କ ସମୟରେ ଘଟିଥିବା ଏକ ଘରୋଇ ହାସପାତାଳର ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପ୍ରସୂତୀମହିଳାଙ୍କ ପ୍ରାଣହାନୀ ଅଭିଯୋଗ ଓ ଭୀମଭୋଇ ମେଡିକାଲ କଲେଜ ହାସପାତାଳର ଯାବତୀୟ ଅନିୟମିତତାର ତଦନ୍ତ ପ୍ରତି ଉଦାସୀନ ରହୁଆସିଛନ୍ତି ।
ସମ୍ବଲପୁର , ବରଗଡ , ବଲାଙ୍ଗୀର , କଳାହାଣ୍ଡି ଆଦି ଜିଲ୍ଲାର ରୋଗୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି ଗତ ସରକାରଙ୍କ ଅମଳରୁ ନୂଆ ସରକାରର ଶହେଦିନ ପୂରଣ ପରେ ବି ଏ ଦିଗରେ ପଦକ୍ଷେପ ନିଆଯାଇ ନଥିବା ପ୍ରକାଶ ।
ଅଥଚ ଗତ ସରକାରଙ୍କ ଅମଳରୁ ଅଦ୍ୟାବଧି ଅଧିକାଂଶ ସ୍ବାସ୍ଥ୍ୟମନ୍ତ୍ରୀ ପଶ୍ଚିମଓଡିଶାର । ନବ ଦାସଙ୍କ ଠାରୁ ନିରଞ୍ଜନ ପୂଜାରୀ ଓ ଏବର ଡା ମୁକେଶ ମହାଲିଙ୍ଗଙ୍କ ପର୍ଯ୍ୟନ୍ତ ସ୍ବାସ୍ଥ୍ୟମନ୍ତ୍ରୀ ରହି ଆସିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବି ଏହି ସୁବିଧା ଉପଲବ୍ଧ ନାହିଁ । ଏଣୁ ଲୋକେ କହୁଛନ୍ତି : ଲୋକେ କହୁଛନ୍ତି : ‘ ବେଲ ପାଚିଲେ କୁଆର କି ଯାଏ ? ‘


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।