ଅପରାଧ

ଭିସେରା ପ୍ରସଙ୍ଗ

Email :

ବହୁ ନରହତ୍ୟାଅପରାଧ  ଅପ୍ରମାଣିତ

ସୋନପୁର / ଝାରସୁଗୁଡା :  କୌଣସି ହତ୍ୟାମାମଲାରେ ଶବବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇ ନପାରିଲେ , ମୃତଦେହର ହୃତ୍ ପିଣ୍ଡ ଓ ଫୁସ୍ ଫୁସ୍ ଆଦି ର କିୟଦଂଶକୁ ଅଧିକ ଫରେନସିକ୍ ପରୀକ୍ଷା ପାଇଁ ସ୍ବତନ୍ତ୍ର ପରୀକ୍ଷାଗାରକୁ ସଂରକ୍ଷିତ କରି ପଠାଯାଇଥାଏ । ଏହାକୁ ଭିସେରା କୁହାଯାଏ ।  ଆମରାଜ୍ୟର ରସୁଲଗଡ ଫରେନସିକ୍ ଲବୋରେଟରୀରେ ଏପରି ଏକ ପରୀକ୍ଷଣାଗାର ରହିଛି । ରାଜ୍ୟର ବିଭିନ୍ନ ଥାନାରୁ ଏଠାକୁ ଉପରୋକ୍ତ ସାମ୍ପଲ୍ ପଠାଯାଉଛି । କିନ୍ତୁ ବର୍ଷ ବର୍ଷ ଧରି ଏହାର ପରୀକ୍ଷାରେ ଅହେତୁକ ବିଳମ୍ବ ଓ ଅନ୍ୟାନ୍ୟ ଅନିୟମିତତାର କାରଣ ଯୋଗୁଁ ଏହି ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିବାରୁ ଏଭଳି ପ୍ରକ୍ରିୟା ବିଫଳ ପ୍ରମାଣିତ ହେଉଛି । 

ତେବେ ଏଥିରେ ସବୁଠାରୁ ଗୁରୁତର ଅଭିଯୋଗ ଏହା ଯେ , ଜାଣିଶୁଣି  ତଦନ୍ତକୁ ବାଟବଣା କରିବାକୁ ଓ ପ୍ରମାଣନଷ୍ଟ କରିବା ଉଦ୍ଦେଶ୍ୟରେ ଭିସେରା ସଂରକ୍ଷଣ ବେଳେ ସ୍ପେସିମେନ୍ ସାମ୍ପଲ୍ ର ହେରଫେର , ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଓ ଠିକ୍ ସମୟରେ ନ ପଠାଇ ଅହେତୁକ କାଳକ୍ଷେପଣ କରାଯାଉଥିବା  ଜଣାଯାଇଛି ।  ଏପରିକି ସିଧା ପରୀକ୍ଷାଗାରରେ ମଧ୍ୟ ଏହି ରିପୋର୍ଟକୁ ଏପଟ ସେପଟ କରିବାରେ  ପୁଲିସ୍ ଖେଳ ଖେଳୁଥିବା ଅଭିଯୋଗ ପ୍ରକାଶ ପାଇଛି ।  ନରହତ୍ୟା ପରି ଗୁରୁତର ଅପରାଧର ଆସାମୀଙ୍କୁ ଉତ୍କୋଚ ଖାଇ ଏଭଳି ସୁରକ୍ଷା ଦେଉଥିବା ଅଭିଯୋଗର ଇଙ୍ଗିତ ପ୍ରତି ସରକାର ଏଯାବତ୍ ଦୃଷ୍ଟି ଦେଇ ନଥିବା ଆଶ୍ଚର୍ଯ୍ୟଜନକ  !

ସଦ୍ୟତମ ଉଦାହରଣ ସ୍ୱରୂପ , ଏଠାରେ ଦୁଇଟି ମାମଲାର ଉଲ୍ଲେଖ କରାଯାଇପାରେ । ଗୋଟିଏ ହେଲା ଗତ ୨୨ । ୧୧ । ୨୦୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଥାନାରେ ଲୋକନାଥ ନାଏକ ହତ୍ୟା ମାମଲା ଓ ଅନ୍ୟଟି ଝାରସୁଗୁଡା ଥାନାର ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ରୋଷେଇୟା ଲଳିତ ସାହୁ ସନ୍ଦେହଜନକ ହତ୍ୟା ମାମଲା ।

ସୋନପୁରର ଉକ୍ତ ହତ୍ୟାମାମଲାରେ ତଦନ୍ତରେ ଅନ୍ୟାନ୍ୟ ବହୁ ଦିଗରେ (ଜ୍ଞାତସାରରେ ?) ଗୁରୁତର ତ୍ରୁଟିବିଚ୍ୟୁତି ରହିଥିବା ସହ ତାଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ଦେବାରେ ମାସ ମାସ ଧରି ଅହେତୁକ କାଳକ୍ଷେପଣ  ଓ  ଭିସେରା ପଠାଇବାରେ ଅହେତୁକ କାଳକ୍ଷେପଣ ସହ ଏହି ରିପୋର୍ଟ ଅଦ୍ୟାବଧି ନ ଆସିବାରୁ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ ।  ନଦୀର ସ୍ବଳ୍ପ ଆବଦ୍ଧ ପାଣିରୁ ଉଦ୍ଧାର ହୋଇଥିବା ମୃତଦେହକୁ ଶବବ୍ୟବଚ୍ଛେଦ କରିଥିବା ଡାକ୍ତର ଡାଏଟମ୍ ଟେଷ୍ଟ କରି ତାହା ପାଣିରେ ବୁଡିଯାଇ ମୃତ୍ୟୁ ହୋଇ ନଥିବାର ପ୍ରକାଶ କରିଛନ୍ତି । ଆଜିକାଲି କହି କହି ଶେଷରେ ପ୍ରାୟ ୬/୭ ମାସ ପରେ ବାରମ୍ବାର ଗୁହାରୀ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ୍ ଏହା ପଠାଇଥିଲା ।  ଏବେ ବାରମ୍ବାର ଗୁହାରୀ ସତ୍ତ୍ୱେ ଏକାଧିକ ଏସ୍ ପି ଙ୍କ ବଦଳି ହେଲାପରେ  ପୁଲିସ୍ ପକ୍ଷରୁ ଏହି ରିପୋର୍ଟ ଆସିବା ଦିଗରେ ଆଶ୍ଚର୍ଯ୍ୟଜନକ ଅବହେଳାର କାରଣ ଅସ୍ପଷ୍ଟ । ଏହା ସହିତ ଶବବ୍ୟବଚ୍ଛେଦ ରିପୋର୍ଟରେ ଭିତର ମାଡରେ ଲିଭର୍ ଫାଟି ଯିବାରୁ ମୃତ୍ୟୁ ହୋଇଥିବା ଅନୌପଚାରିକ ଭାବେ ଶବବ୍ୟବଚ୍ଛେଦକାରୀ ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।

ସେହିପରି ଲଳିତ ସାହୁ ସନ୍ଦେହଜନକ ମୃତ୍ୟୁ ଓ ଏବେ ଦୁଇବର୍ଷ ପରେ ତଦନ୍ତରେ ଅସନ୍ତୁଷ୍ଟ ମୃତକର ବାପାଙ୍କ ଡିଜିଙ୍କୁ ଅଭିଯୋଗକ୍ରମେ ପୁନଃତଦନ୍ତ ଆରମ୍ଭ ହୋଇଥିବା ବେଳେ , ଉକ୍ତ ସନ୍ଦେହଜନକ ହତ୍ୟାଅଭିଯୋଗ ମାମଲାରେ ପ୍ରଥମ ତଦନ୍ତରେ ବହୁ ତ୍ରୁଟି ରହିଥିବା ପୁଲିସ୍ ସ୍ବୀକାର କରିଥିବା ସହ ସଂରକ୍ଷିତ ତାଙ୍କର ଭିସେରା ସାମ୍ପଲ୍ ଝାରସୁଗୁଡା ଶବବ୍ୟବଚ୍ଛେଦ ଗୃହରୁ ଚୋରି ହୋଇ ଯାଇଥିବା , ଉକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣନଷ୍ଟ ଉଦ୍ଦେଶ୍ୟର ଚୋରିମାମଲା ଋଜୁ ବା ଉପଯୁକ୍ତ ତଦନ୍ତ କରାଯାଇ ନଥିବା ଏବଂ ଏହା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ତଥା କିଛିମାସ ପରେ ପୁଲିସ୍ ଦ୍ବାରା ଗୁଳିମରାଯାଇ ହତ୍ୟାର ଶିକାର ହୋଇଥିବା ବହୁଚର୍ଚ୍ଚିତ ନବ ଦାସ ହତ୍ୟାମାମଲାର ସଂଯୋଗ ସନ୍ଦେହ ଉଠୁଥିବାରୁ ଏହି ଭିସେରା ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହୋଇପାରିବାର ସମ୍ଭାବନା ସତ୍ତ୍ବେ , ଏଭଳି ଦାୟିତ୍ୱହୀନତା ପଛରେ ପୁଲିସ୍ ର ଖେଳ କଥା ଏବେ।ଗଣମାଧ୍ୟମରେ ପ୍ରକାଶ ପାଇବା ଇତ୍ୟାଦି ଆହୁରି ସନ୍ଦେହ ସୃଷ୍ଟି କରିଛି ।

ଏଣୁ  ଶବବ୍ୟବଚ୍ଛେଦ ଓ ଭିସେରା ପରି ଫରେନସିକ୍ ପରୀକ୍ଷଣ ପ୍ରତି ସରକାରଙ୍କ ସତର୍କଦୃଷ୍ଟି ରହିବା ନିତାନ୍ତଜରୁରୀ ହୋଇପଡିଛି ।  ଆହୁରିମଧ୍ୟ ଅନେକତଃ  ବହୁ ସାମ୍ପଲ୍ ନଷ୍ଟ ହୋଇଯାଉଥିବା ପରି ଖବର କିଛିଦିନ ତଳେ ପ୍ରକାଶ ପାଇଥିଲା । ଏଣୁ ସେଠାକୁ ସାମ୍ପଲ୍ ପଠାଉଥିବା ପୁଲିସ୍ ଅଧିକାରୀ ଏବଂ ସେହି ଲୋବୋରେଟରୀ , ତାହାର ଛୋଟ ଜଗୁଆଳୀଠାରୁ ତଳିଆ କର୍ମଚାରୀ , ଅଧିକାରୀ ଓ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଉଥରେ  ସେମାନଙ୍କ ଚରିତ୍ର  ଓ  କାର୍ଯ୍ୟକଳାପର ତର୍ଜମାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *

Related Post