ଦୁର୍ନୀତି

ଟୋକନ୍ ବାହାରର ବଳକାଧାନକୁ ଚାଷୀ ବିକୁଛି ଖୋଲାବଜାରରେ

Email :

କେହି ମାନୁନାହାଁନ୍ତି  !

ମ .ରାମପୁର  :  ଗତବର୍ଷର ଶେଷଦିନ ସୁଦ୍ଧା ବି ସରକାରୀ ଘୋଷଣା ସତ୍ତ୍ୱେ ମଣ୍ଡିରେ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିନାହିଁ  ! ଗ୍ରେନ୍ ଆନାଲାଇଜର ବା ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଇ ପାରିନାହିଁ । ଗତ ଡିସେମ୍ବର ୩୦ ତାରିଖରେ କଳାହାଣ୍ଡିଜିଲ୍ଲାର ମଦନପୁର- ରାମପୁରର ରାମପୁର ପେକ୍ସର ମଣ୍ଡିରେ ଯାଇ ଦେଖିଲାବେଳକୁ ସେଠାରେ ୫ ରୁ ୬ କେଜି କଟନୀ ଛଟନୀ ଚାଲିଥିବା ଓ ଧାନଭିଜିଥିବା ଆଳରେ ବିନା ଖାତାରେ ଦର୍ଶାଯାଇ ଚାଷୀଙ୍କ ଧାନ ଫେରାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ମଣ୍ଡିରେ ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନେ ଅଦ୍ୟାବଧି ଏହି ମଣ୍ଡିରେ କୌଣସି ଘୋଷିତବ୍ୟବସ୍ଥା ବା ଉପକରଣ ଯୋଗାଇ ଦିଆଯାଇ ନଥିବା ଓ କିଛି ନୂଆ ନୁହେଁ , ପୂର୍ବପରି ଧାନକିଣା ଚାଲିଥିବା ପ୍ରକାଶ କରିଛନ୍ତି । ପେକ୍ସ ସମ୍ପାଦକ ଲବକାନ୍ତ ସା ମଧ୍ୟ ପ୍ରକାରାନ୍ତରେ ଅନିୟମିତତାକୁ ସ୍ବୀକାର କରିଥିବା ସହିତ ଏଠାରେ ବଡ ବଡ ପ୍ରଭାବଶାଳୀ ଚାଷୀଙ୍କ ନାଁ’ରେ ସବୁ ଚାଲିଛି ବୋଲି ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି । 

ତେବେ ପେକ୍ସ ଓ ମଣ୍ଡିରେ ମୁଖ୍ୟତଃ ଧନୀ ଓ ମାରୁଆଡି ଶ୍ରେଣୀର ଚାଷୀ ଓ ଦଲାଲ୍ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଜଣେ ଏହି ଶ୍ରେଣୀର ଯୁବଚାଷୀ କହିଥିଲେ ଯେ ଟୋକନ୍ ବାହାରେ ବଳକା ରହିଯାଉଥିବା ଧାନକୁ ଚାଷୀ ଖୋଲାବଜାରରେ କୁଇଣ୍ଟାଲ୍ ପିଛା ୨୪ ଶହ ଟଙ୍କାରେ ବିକୁଛି ।’ ଏଣୁ ଆଉ ଧାନ ମିଳୁନାହିଁ । ଯଦିଓ ରାଜ୍ୟର ଇନପୁଟ୍ ୮୦୦ ଟଙ୍କାକୁ ମିଶାଇ ଚାଷୀଙ୍କୁ ସରକାର କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଦେଉଛନ୍ତି , ଏଣୁ ଚାଷୀ ଓ ମିଲର୍ସଙ୍କ ସହ ପେକ୍ସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ମୁଖ୍ୟତଃ ଦଲାଲ୍ ମାନେ ଏତଦ୍ ଦ୍ୱାରା ଫାଇଦା ମାରି ନେଉଥିବା ବେଳେ ଗରିବ ବା ସାଧାରଣ ବର୍ଗର ଚାଷୀ କଟନୀ ଛଟନୀର ଶିକାର ହୋଇ ଓ ଠିକ୍ ସମୟରେ ତା’ର କଷ୍ଟୋପାର୍ଜିତ ଫସଲକୁ ମଣ୍ଡିରେ ବିକି ନପାରି ଅବହେଳିତ ହେଉଛି । ଆପାତତଃ କଳାହାଣ୍ଡି ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରେ ଏଭଳି ଚିତ୍ର ଲକ୍ଷ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post