ଜିଲ୍ଲା

ପୁଣି ଗନ୍ଧମାର୍ଦ୍ଦନ ଖୋଳିବା ନେଇ ସନ୍ଦେହ ଓ ପ୍ରତିକ୍ରିୟା

Email :

ଏବେ ସିଧା ମୈଦାନକୁ ଓହ୍ଲାଇଲେ ସାଂସଦ

ବଲାଙ୍ଗୀର : ଗଲା କିଛିଦିନ ଧରି ଗନ୍ଧମାର୍ଦ୍ଦନର ପାଦଦେଶ ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଆଦାନୀ କମ୍ପାନୀର ସୁନ୍ଦରଗଡ ଜିଲ୍ଲାରେ ଖଣିଖୋଳାର କ୍ଷତିପୂର୍ତି ଆଳରେ ବ୍ୟାପକ ଜମିକିଣାକୁ ନେଇ ଗନ୍ଧମାର୍ଦ୍ଦନ ତାଡିବା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଗାଁ ରେ ଆନ୍ଦୋଳନ ଜାରୀ ରହିଥିବା ବେଳେ , ଲୋକେ ଏଥିପାଇଁ ମୁଖ୍ଯତଃ କେନ୍ଦ୍ର ଓ ରାଜ୍ଯର ଡବଲ୍ ଇଞ୍ଜିନ୍ ବିଜେପି ସରକାର ବନାମ ବଲାଙ୍ଗୀରର ବିଜେପି ସାଂସଦ ସଙ୍ଗୀତା ସିଂହଦେଓ , ତାଙ୍କ ସ୍ବାମୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସେପାଖର ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଆକ୍ଷେପ କରୁଛନ୍ତି । ଏହାକୁ ନେଇ ଏହି ନୂଆ ସରକାର ତାଙ୍କ ପ୍ରଥମ ବିଧାନ ସଭାର ଅଧିବେଶନରେ ଖଣିମନ୍ତ୍ରୀ ଏହିସସବୁ ଜିଲ୍ଲାରେ ଥିବା ଖଣିଜ ସମ୍ପଦର ଏକ ବିସ୍ତୃତ ତାଲିକା ପ୍ରକାଶ କରିଥିଲା ବେଳେ ଗନ୍ଧମାର୍ଦ୍ଦନରେ ଖଣିଖୋଳା ହେବନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସଫେଇ ଦେଇଥିଲେ ଓ ବାରମ୍ବାର ବରଗଡ ସାଂସଦ ପାର୍ଲାମେଣ୍ଟ ଆଗରେ ମଧ୍ଯ ଗନ୍ଧମାର୍ଦ୍ଦନରେ ଗୋଟିଏ ଇଞ୍ଚ ଖୋଳା ଯିବନାହିଁ ବୋଲି ଦିଲ୍ଲୀରୁ ଓ ବରଗଡରେ ଗଣମାଧ୍ୟମରେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଉଲ୍ଲେଖଯୋଗ୍ଯ ଯେ , ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ବିରୋଧ କରି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଖପ୍ରାଖୋଲ ତହସିଲ ଅଫିସ୍ ପରିସରରେ ଦୀର୍ଘ ୫୫ ଦିନ ଧରି ଓ ଏବେ ପାଇକମାଳ ବ୍ଲକ ଅଫିସ ଆଗରେ ମାସେ ହେଲାଣି ଆନ୍ଦୋଳନ ଜାରୀ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ମତଲବ ପ୍ରକାଶ

ଏତିକିବେଳେ ଗତ ୨ ତାରିଖରେ ବଲାଙ୍ଗୀରରେ ସାମ୍ବାଦିକ ଭବନରେ ବୁଦ୍ଧିଜୀବୀ ସମାବେଶ ଆଳରେ ସାମ୍ବାଦିକ ସମ୍ମିଳନୀ କରି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଜିଲ୍ଲାର କେତେକ ସ୍ଥାନରେ କମ୍ପାନୀର ଖଣି ଖନନ ପାଇଁ ଜନମତ ଲୋଡିବା ନିଆଁରେ ଘିଅ ଢାଳିଲା ପରି ହୋଇଛି । ଅବଶ୍ଯ ସେ ଗନ୍ଧମାର୍ଦ୍ଦନ ନାଁ ଉଠାଇ ନଥିଲେ ବି ଏହାର ଅର୍ଥ ବୁଝିବାରେ ଲୋକଙ୍କର ବାକି ରହିନାହିଁ ! ଆଦାନୀ , ଅମ୍ବାନୀ ଓ ଜିନ୍ଦଲ ପରି ଆସିବାକୁ ସେ ସୂଚନା ଦେବା ସହ ବକ୍ସାଇଟ, ମାଙ୍ଗାନିଜ୍ , ଗ୍ରାଫାଇଟ ଓ ଚୂନପଥର ଆଦି ପ୍ରଚୁର ପରିମାଣ ରେ ଗଚ୍ଛିତ ଅଛି ବୋଲି କହିଥିଲେ । ଖଣିଖୋଳା ନ ହେଲେ ସରକାରଙ୍କୁ କିପରି ରାଜସ୍ବ ମିଳିବ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ କିପରି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପଞ୍ଚାୟତିରାଜ ତଥା ପାନୀୟଜଳ ବିଭାଗର ମନ୍ତ୍ରୀ ଓ ଅନ୍ଯାନ୍ଯ ଭାଜପା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଅପରପକ୍ଷରେ ଏଥରର ଏହି କେନ୍ଦ୍ର ଓ ରାଜ୍ଯର ତଥାକଥିତ ଡବଲ ଇଞ୍ଜିନ୍ ସରକାରଙ୍କ ଅସଲ ଉଦ୍ଦେଶ୍ଯ ରାଜ୍ଯର ଖଣିଜସମ୍ପଦକୁ ଲୁଟ୍ କରି ଓଡ଼ିଶାକୁ ଖୋଳ କରିଦେବା ବୋଲି ଅଭିଯୋଗ ପ୍ରକାଶ ପାଇଛି । ଅତୀତରୁ ଏଯାବତ୍ ପାଞ୍ଚ ପାଞ୍ଚ ଥର ନିର୍ବାଚିତ ହୋଇ ଏ ଲୋକ ପ୍ରତିନିଧିମାନେ କ’ଣ କରୁଥିଲେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ?

Leave a Reply

Your email address will not be published. Required fields are marked *

Related Post