ସମସ୍ୟାର ନିରାକରଣରେ ସରକାରଙ୍କ ଅସାମର୍ଥ୍ୟ ?
ଭୁବନେଶ୍ବର : ଏବେ ଚର୍ଚ୍ଚା ଜୋର୍ ଧରିଛି କମ୍ପ୍ୟୁଟର ଦୋକାନ ବା ସାଇବର କେଫେରେ ନିଯୁକ୍ତି ଦୁର୍ନୀତିର ଅଭିଯୋଗ । ରାଜଧାନୀ ଭୁବନେଶ୍ଵର ହେଉ ବା ବୌଦ୍ଧଆଦି ଜିଲ୍ଲାର ଦହ୍ୟା ; ସଂପ୍ରତି ଚାଲିଥିବା ଆର୍ ଆଇ , ଏ ଆର୍ ଆଇ ଓ ଅମୀନ୍ ଚାକିରୀ ପାଇଁ ଅନ୍ ଲାଇନ୍ ପରୀକ୍ଷାରେ ଜାଲିଆତି , ଠକେଇ ଓ ଟଙ୍କା କାରବାର ହୋଇ ନିଯୁକ୍ତି ବିକ୍ରିର ଗୁରୁତର ଅଭିଯୋଗ ପ୍ରକାଶ ପାଇଛି । ଏହା ପୂର୍ବରୁ ଓଏସ୍ ଏସ୍ ଏସ୍ ସି ର ଫରେଷ୍ଟର ଇତ୍ୟାଦିର ପରୀକ୍ଷାରେ କମ୍ପ୍ୟୁଟର ମାଉସ୍ ହଲାଇଦେଲେ ପାସ୍ ବୋଲି ଅଭିଯୋଗ ପ୍ରକାଶ ପାଇଥିଲା । ତେବେ କେବଳ ଏଇସବୁ ଚାକିରୀ ପାଇଁ ପରୀକ୍ଷାରେ ନୁହେଁ , ଅନେକଦିନରୁ ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅନ୍ ଲାଇନ୍ ଏକ୍ ଜାମ୍ ରେ ଅନିୟମିତତାର ଅଭିଯୋଗ ହୋଇଆସୁଛି । କାରଣ ସ୍ବରୂପ କୁହାଯାଉଛି ଯେ ସରକାର ଏତେ ସଂଖ୍ୟକ ଚାକିରୀ ଆଶାୟୀଙ୍କୁ ସମ୍ଭାଳି ନପାରି ଏସବୁ ସାଇବର ସଂସ୍ଥାଗୁଡିକୁ ଠିକା ଦେଇଥିବା ଓ ଏହାର ଠିକା ନେଇଥିବା ଏଯାବତ୍ ୪ ଟି କମ୍ପାନୀର ପୂର୍ବଦୁର୍ନୀତିରେ ଜଡିତ ଅଭିଯୋଗ ସତ୍ତ୍ୱେ ଯଥେଷ୍ଟ ଭିତ୍ତିଭୂମି ନ ଥିବାରୁ ସରକାର ଏଭଳି ବିକଳ୍ପ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ସେ ଯାହାହେଉ , ଏଥିରେ ଉଠୁଥିବା ଜାଲିଆତି , ଠକେଇ ଓ ଉତ୍କୋଚ କାରବାର ବିରୁଦ୍ଧରେ ସାଇବର ଅପରାଧ ରୋକିବାକୁ ସରକାର ପଦକ୍ଷେପ ନେବା ଆବଶ୍ୟକ । କିନ୍ତୁ ସରକାରଙ୍କ ଆଇ ଟି ବା ସାଇବର ବୈଷୟିକ ବିଭାଗଟି ଏ ଦିଗରେ ପଦକ୍ଷେପ ନେଉ ନଥିବା ବା ଏଭଳି ଅପରାଧକୁ ଧରିବାକୁ ସମର୍ଥ ନଥିବା କୁହାଯାଉଛି ।
ସରକାରୀ ଚାକିରୀ ବା ଦୁର୍ନୀତିର ସୁଯୋଗ ରହିଥିବା ଆର ଆଇ , ଅମୀନ ଚାକିରୀ ପରି ଦୁଧିଆଳୀ ବିଭାଗର ଚାକିରୀ ପାଇଁ ଅଧିକ ଭିଡ ହେଉଛି । ଏଥକୁ ଆଉଟ୍ ସୋର୍ସିଂ ବା ଏଭଳି ଅ ନ୍ ଲା ଇ ନ୍ ଏ କ୍ ଜା ମ୍ ଏଭଳି ଅପରାଧ କରିବାକୁ ଦୁର୍ନୀତିଖୋର୍ ଓ ଅସାଧୁ ଦଲାଲ୍ ଙ୍କୁ ସୁଯୋଗ ଦେଉଛି । ସରକାରୀ ଅଧିକାରୀମାନେ ଏହି ପରୀକ୍ଷା ପରିଚାଳନା ଦାୟିତ୍ବରେ ରହୁଥିଲେ ହେଁ , ହୁଏତ ସେମାନେ ଅର୍ଥଲୋଭରେ ଏହି ଦୁର୍ନୀତିରେ ଜଡିତ ହୋଇପଡୁଛନ୍ତି ବା ଅଯଥାରେ ଲୋକଙ୍କ ଭୁଲ୍ ବୁଝାମଣାର ଶିକାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହାର ଫାଇଦା ନେଇ ଦଲାଲ୍ ମାନେ ଗୋଟିଏ ଗୋଟିଏ ଚାକିରୀ ପାଇଁ ଲକ୍ଷାଧିକ ଟଙ୍କାର ହାତସଫେଇ କରୁଛନ୍ତି ।
ଏହାର ପରିଚାଳନାର ସବୁଠାରୁ ବଡ ତ୍ରୁଟି ହେଉଛି , ଏକକାଳୀନ ଏତେସଂଖ୍ୟକ ପଦବୀ ପାଇଁ ପରୀକ୍ଷା କରାଇବା ଓ ଉପଯୁକ୍ତ ସଂସ୍ଥାଗୁଡିକୁ ଏଥିପାଇଁ ଅନୁମତି ଦେଉ ନଥିବା । ଫଳତଃ ରାସ୍ତାକଡର ଯା’ଚ୍ଛାତା ଦୋକାନ , ଷ୍ଟଲ୍ ବା କମ୍ପ୍ୟୁଟର କେନ୍ଦ୍ରରେ ଶହ ଶହ ବା ହଜାର ହଜାର ପ୍ରାର୍ଥୀଙ୍କର ପରୀକ୍ଷା ଚାଲିଛି । ଏଥିରେ ଲୋକଙ୍କ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ ।
ଏଣୁ ଅନ୍ତତଃ ଓଡିଶା ସରକାର ଏ ଦିଗରେ ଏହା ରୋକିବାକୁ ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ଜନସାଧାରଣଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।
