ଫାଶୀଦଣ୍ଡ ସତ୍ତ୍ୱେ ନାରୀଧର୍ଷଣ ବୃଦ୍ଧିର କାରଣ
ସରକାରଙ୍କ ମଦନୀତି ନା ଆଇନଶୃଙ୍ଖଳା ପ୍ରତି ଅପରାଧୀଙ୍କ ବେଖାତିର୍ ?
ରାଉରକେଲା : ପୁଣି ରାଜ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ଗତ ୨୧ ତାରିଖରେ ସ୍ଥାନୀୟ ବିର୍ସାମୁଣ୍ଡା ଛକ ନିକଟରେ ୨ ଜଣ ନାବାଳିକାଙ୍କୁ ୭ ଜଣ ମଦ୍ୟପ ଅଭିଯୁକ୍ତ ଅଟୋ ଓ ପିକ୍ ଅପ୍ ଚାଳକ ସନ୍ଧ୍ୟାବେଳେ ଜନଗହଳିପୂର୍ଣ ଛକରୁ ଟେକିନେଇ ଶହେ ମିଟର ଦୂରରେ ସାଙ୍ଗମାନଙ୍କୁ ଡକାହକା ହୋଇ ରାତି ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଗଣଦୁଷ୍କର୍ମ କରି ଗୁରୁତର କରିବା ଘଟଣା ଇସ୍ପାତ ନଗରୀରେ ଆଲୋଡନ ସୃଷ୍ଟି କରିଛି । ଯଦିଓ ପରଦିନ ସକାଳେ ପରିବାରଲୋକଙ୍କ ଏତଲାକ୍ରମେ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗକ୍ରମେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା , ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?
ରାଜ୍ୟରେ ସରକାରୀ ରାଜସ୍ୱ ବୃଦ୍ଧି ସକାଶେ ଦୀର୍ଘଦିନ ଧରି କରାଯାଇ ଆସୁଥିବା ମଦନିଷେଧ ଦାବିକୁ ଭ୍ରୂକ୍ଷେପ ନ କରି ନୂଆ ସରକାର ମଧ୍ୟ ନୂତନ ଅବକାରୀ ନୀତି ବନାମ ମଦନୀତି କରି ମଦଦୋକାନ , ମଦଭାଟି ଓ ନୈଶବାର୍ ଗୁଡିକୁ ପ୍ରୋତ୍ସାହନ ଯୋଗାଇବା ଓ ରାଜ୍ୟରେ ରାଜ୍ୟପାଳଙ୍କ ପୁଅ ଜଣେ କର୍ତ୍ତବ୍ୟରତ ସୁରକ୍ଷାଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀ ଙ୍କୁ ମାଡମାରି ଲହୁଲୁହାଣ କରିବା ପରେ ମଧ୍ୟ ପୁଲିସ୍ ବା ସରକାର କର୍ଣ୍ଣପାତ ନ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳାର ଘୋର ଅଭାବ ସ୍ବରୂପ ନିକଟରେ ରାଜଧାନୀରେ ନୈଶବାର୍ ରେ ମାତାଲ୍ ନାଚ ପରେ ରାସ୍ତା ଉପରେ ଅଧରାତିରେ ସାଇପ୍ରୋଫାଇଲ୍ ମିଲିଟାରୀ ଅଧିକାରୀ – ଉଚ୍ଚଶିକ୍ଷିତା ଯୁବତୀ ଓ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭଣଜା ଝଟପଟା ଝଗଡା ଲାଗିଲା ସହ ଥାନାକୁ ଅଭିଯୋଗ କରିବାକୁ ଯାଇ ଅଭିଯୋଗକାରିଣୀ ଆଇନଛାତ୍ରୀ କୁହାଯାଉଥିବା ଯୁବକଙ୍କ ଉଦ୍ଦଣ୍ଡ କାର୍ଯ୍ୟକଳାପ ଫଳରେ ଥାନାଧିକାରୀଙ୍କ ଦ୍ବାରା ଜଣେ ଅଭିଯୋଗ କରିବାକୁ ଯାଇଥିବା ମହିଳାଙ୍କୁ ଅମାନବୀୟ ଆକ୍ରମଣ ବନାମ ନିୟନ୍ତ୍ରଣ କରି ହାତର ହାଡଭାଙ୍ଗିଦେବା ପରି ବିଶୃଙ୍ଖଳା ରାଜ୍ୟବ୍ୟାପି ପ୍ରତିକ୍ରିୟା ସୃଷ୍ଟି କରିଛି ; ସେହି ରାଜ୍ୟର ଏଭଳି ଲଜ୍ଜ୍ୟାଜନକ ଦୁର୍ଭାଗ୍ୟଜନକ ଘଟଣା ପାଇଁ ସରକାର ଦାୟୀ ହେବେନାହିଁ କାହିଁକି ବୋଲି ଜନସାଧାରଣ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ?
ରାଜସ୍ୱ ପାଇଁ ମଦ ବିକ୍ରିହେଉ । ମଦ୍ୟପାନ କରି ଲୋକେ ଉତ୍ପାତ କରନ୍ତୁ । ରାତିରେ ଓ ସହର ,ବଜାର , ସମୁଦ୍ରକୂଳ ବେଳାଭୂଇଁ , ଯାନିଯାତ୍ରା , ନିର୍ବାଚନ ସମୟରେ ଖୁଲମ୍ ଖୁଲ୍ଲା ମଦର ବନ୍ୟା ବହିଯାଉ , ମଦ ସହିତ ଗଞ୍ଜେଇ , ନିଶାବଟିକା , କଫସିରପ୍ ଆଦି ନିଶାଡ୍ରଗ୍ସ ବ୍ୟବହାର ବଢୁ ଓ ମୋବାଇଲ୍ ରେ ଅଶ୍ଳୀଳ ଦୃଶ୍ୟର ପ୍ରସାରଣ ବ୍ୟାପକ ହେଉଥାଉ , ସଂସ୍କୃତି ନାଁ’ରେ ଅଶ୍ଳୀଳନାଚ ଚାଲୁ ଓ ଅନ୍ୟାନ୍ୟ କ୍ଷେତ୍ରରେ ଯୌନ ବ୍ୟଭିଚାର ବ୍ୟାପୁଥାଉ , ଏଥିଯୋଗୁଁ ସମାଜରେ ଦୁଷ୍କର୍ମ , ବ୍ୟଭିଚାର ଘଟୁ ଓ ମାମଲାରେ ଅଭିଯୁକ୍ତ ଗିରଫ ହୋଇ ଦଣ୍ଡ ପାଉ ଓ ଆଇନଅଦାଲତରୁ ସହଜରେ ମୁକୁଳି ଯାଉଥାଉ ; ଏହା ସାଧାରଣତଃ ସ୍ବାଭାବିକ୍ ଘଟଣା ? ତେବେ ଏଥିରେ ଏହାକୁ ନିଷିଦ୍ଧ ବା ବ୍ୟାନ୍ କରିବାକୁ ସରକାରଙ୍କର କିଛି ଦାୟିତ୍ୱ ଥାଏ କି ?
ଆଉ କେବେ ଏ ସମ୍ପର୍କରେ ଆମେ ବା ସରକାର ସଚେତନ ହେବେ ?
ଅପରତଃ ଦୁଷ୍କର୍ମ ପାଇଁ ଦେଶରେ ନ୍ୟାୟିକ ଆଇନକୁ ସଂଶୋଧନ କରାଯାଇ ଦୋଷୀଙ୍କୁ ଫାଶୀ ବା ମୃତ୍ୟୁଦଣ୍ଡ ଦିଆଯାଉଥିଲେ ହେଁ କାହିଁକି ଉତ୍ସୃଙ୍ଖଳ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଭୟ ସଂଚାର ହେଉନାହିଁ , ତର୍ଜମା ସାପେକ୍ଷ । କୁହାଯାଉଛି ଯେ ବିଶେଷକରି ଓଡିଶାରେ ଅପରାଧୀଙ୍କର ପୁଲିସ୍ ବା ନ୍ୟାୟିକବ୍ୟବସ୍ଥାର ଅବନତି ଓ ଅପବ୍ଯବହାର ନିମନ୍ତେ ଏହା ବୃଦ୍ଧି ପାଉଛି । ଏହା ସତ୍ୟ କି ?