ଜିଲ୍ଲା

‘ଶହେଟି ନୀରବପକ୍ଷୀଙ୍କ ମଧ୍ୟରୁ ଗୋଟିଏ ପକ୍ଷୀର କାକଳୀ ହିଁ ସଫଳତା ‘

Email :

ବଲାଙ୍ଗୀର ବହିହାଟ ଉଦ୍ ଯାପିତ

ବଲାଙ୍ଗୀର  :  ଜିଲ୍ଲା ଲେଖକ ପରିଷଦର ୧୭ତମ ବଲାଙ୍ଗୀର ବହିହାଟ- ୨୦୨୫ ଉଦ୍ ଯାପିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଚଳିତ ବହିହାଟର ମୁଖ୍ୟସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ ଶ୍ରୀକର ମିଶ୍ର । ସାହିତ୍ୟ ଆଲୋଚନାରେ ଶ୍ରୋତା କମ୍ ହେଉଥିବା ପରିପ୍ରେକ୍ଷୀରେ ସାଂକେତିକ ଭାବେ ଉଦାହରଣ ଦେବା ଛଳରେ  ସେ ତାଙ୍କର ଉଦ୍ ବୋଧନରେ କହିଥିଲେ ଯେ , ଗୋଟିଏ ସ୍ଥାନରେ ଅସଂଖ୍ୟ ପକ୍ଷୀ ଥିଲେ ବି ଯଦି ସେମାନେ ନୀରବ ରହିଥାନ୍ତି , ତାହା ମୂଲ୍ୟହୀନ ଓ  ଗୋଟିଏ ବି ପକ୍ଷୀର କାକଳୀ ଶୁଭୁଥାଏ , ତାହା ହିଁ ପ୍ରକୃତ ସଫଳତା । ତେଣୁ  ଏଥରର ବଲାଙ୍ଗୀର ବହିହାଟକୁ ସଫଳ ହୋଇଛି ବୋଲି କୁହାଯିବ । ବଲାଙ୍ଗୀର ବହିହାଟ ନିଆରା । ଅନ୍ୟାନ୍ୟ ସ୍ଥାନର ପୁସ୍ତକମେଳା ଗୁଡିକଠାରୁ ଆମ ବଲାଙ୍ଗୀର ବହିହାଟରେ କୌଣସିଥିର ଅନୁକରଣ ନାହିଁ ।

ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପସଭାପତି ମୁରଲୀଧାରୀ ପତି, ସମ୍ପାଦକ କପିଳେଶ୍ବର ଖମାରୀ , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , ସହ ସମ୍ପାଦକ ରଘୁନନ୍ଦନ ସିଂ , ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ନୋମିନୀ ଦୀନେଶ ଶର୍ମା , ପୂବର୍ତନ ସମ୍ପାଦକ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଅଭିଭାଷଣ ଦେଇଥିଲେ । ସଂଯୋଜନା କରିଥିଲେ ସଭ୍ୟ ତଥା କଳାକାର ଧୀରେନ୍ଦ୍ର ନାରାୟଣ ସିଂହଦେଓ , ସ୍ବାଗତଭାଷଣ ଦେଇଥିଲେ ସଭ୍ୟା ତଥା କଣ୍ଠଶିଳ୍ପୀ ଓ କବୟତ୍ରୀ ଉଷାରାଣୀ ବାରିକ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭ୍ୟା ଅନୁପ୍ରିୟା ମିଶ୍ର ।

ଏହି ଅବସରରେ ବିଶିଷ୍ଟ ନାଟ୍ଯଗୁରୁ ସ୍ବର୍ଗତଃ କୃତ୍ତିବାସ ମେହେରଙ୍କୁ ମରଣୋତ୍ତର ସମ୍ମାନ , ମହିଳାଜ୍ୟୋତିଷ ମିତାଲି ମଧୁମିତା ମିଶ୍ରଙ୍କୁ ବିଶେଷ ସମ୍ମାନ ଓ ଚଳିତବର୍ଷର ‘ ବହିହାଟ ସମ୍ମାନ ‘ ସୁଲେଖିକା ଡା ମଞ୍ଜୁବାଳା ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଅଭିନେତା ହିମାଂଶୁ ଖମାରୀ । ଧନ୍ୟବାଦ ଦେଇଥିଲେ ଧୀରେନ୍ଦ୍ରନାରାୟଣ ସିଂହଦେଓ ।

ଉଲ୍ଲେଖନୀୟ ଯେ , ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଗତ ଫେବୃଆରୀ ୨୪ ତାରିଖରୁ ଦୀର୍ଘ ୧୦ ଦିନ ବ୍ୟାପି ଅନୁଷ୍ଠିତ ଜିଲ୍ଲା ଲେଖକ ପରିଷଦର ୧୭ ତମ ବଲାଙ୍ଗୀର ବହିହାଟ – ୨୦୨୫ ଉଦଘାଟିତ ହୋଇଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଗଳ୍ପ ଆଲୋଚନା , କବିତା ଆଲୋଚନା , କୋଶଳୀସାହିତ୍ୟ ଆଲୋଚନା , ବଲାଙ୍ଗୀରର ସମସ୍ୟା , କୁଇଜ୍ , ହାସ୍ୟବ୍ୟଙ୍ଗ ଓ ସମ୍ବର୍ଦ୍ଧନାପର୍ବ ଇତ୍ୟାଦି କରାଯାଇଥିଲା। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ‘ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ‘ ସହଯୋଗକ୍ରମେ ଏହି ଆୟୋଜନ କରାଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ଅଧିକାରୀ ଓ କେତେକ କୁଚକ୍ରୀଗୋଷ୍ଠୀର ଷଡଯନ୍ତ୍ର ସତ୍ତ୍ୱେ ଏହାର ସଫଳତା ନିମନ୍ତେ ପରିଷଦ ପକ୍ଷରୁ ପୁସ୍ତକପ୍ରେମୀ ଓ ସାରସ୍ବତପ୍ରେମୀଙ୍କ ସମାବେଶ ନିମନ୍ତେ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥରର ବହିହାଟରେ ସେପରି କୌଣସି ରାଜନେତା ବା ବାହାରର ଅତିଥିଙ୍କୁ ଡକାଯାଇ ନଥିଲା । ତେବେ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ବହିହାଟକୁ ଉଦ୍ ଘାଟନ କରି ଫିତା କାଟିଥିଲେ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ଦିନେ ଅଳ୍ପସମୟ ପାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଦିନଟିଏ ଏହି ପୁସ୍ତକମେଳାରେ ଆସି ଯୋଗଦେଇଥିବା ‘ପଶ୍ଚିମା’ର ପ୍ରକାଶକ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ତେବେ ପୂର୍ବରୁ ପଡିଆ ବୁକ୍ କରିଥିଲେ ହେଁ , ଗତ ଦିନିବର୍ଷ ଧରି ଜାଣିଶୁଣି ସୁଯୋଗ ଦିଆଯାଉ ନଥିବା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଏଥରର ବହିହାଟ ପାଇଁ ଭଡା ନେଇ ମଧ୍ୟ ସମାନ ପଡିଆରେ ମିଶନଶକ୍ତିର ସୁଭଦ୍ରା ଶକ୍ତି ମେଳାକୁ ପୁରାଇ ବହିହାଟକୁ ଭଣ୍ଡୁର କରିବାକୁ ପ୍ରବଳ ପ୍ରତିବନ୍ଧକ ସୃଷ୍ଟି କରିଥିବାରୁ ନିମନ୍ତ୍ରିତ ବକ୍ତା , ଅତିଥି , ମୁଖ୍ୟ ଅତିଥି ,ଆଲୋଚକ , ଆୟୋଜକ ଓ ଉପସ୍ଥିତ ଜନସାଧାରଣଙ୍କ ପକ୍ଷରୁ ପ୍ରବଳ ବିଷୋଦଗାର କରାଯାଇଥିଲା । ଏପରିକି ତାଙ୍କୁ ମଧ୍ୟ ଦିନେ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇ ଥିଲେ ହେଁ , ସେ ନ ଆସି ଓଲଟି ତୀବ୍ର ଅସହିଷ୍ଣୁତାରେ ଜିଲ୍ଲା ସଂସ୍କୃତି ଅଧିକାରୀ ପରିଷଦର ସହସମ୍ପାଦକଙ୍କୁ ଅଫିସ୍ କୁ ଡକାଇ ସଂସ୍କୃତିମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସରକାରୀ ଅନୁଦାନ ବନ୍ଦ କରିଦେବାକୁ ଧମକ ଦେଇଥିଲେ । ସେହିପରି ସମ୍ଭବତଃ ତାଙ୍କ ଅପପ୍ରୋଚନାରେ ପଡି ପରିଷଦର ପେଟ୍ରନ୍ ରହିଥିବା ଓ ମୁଖ୍ୟଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିବା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲବାର ମଧ୍ୟ ସେଇଠି ସୁଭଦ୍ରା ଶକ୍ତି ମେଳାକୁ ଆସୁଥିଲେ ହେଁ , ବହିହାଟକୁ ଆସିଲେ ନାହିଁ । ଏହା ଜିଲ୍ଲାବ୍ୟାପି ତୀବ୍ର ସମାଲୋଚନା ପ୍ରକାଶ ପାଇଛି ।

ଅପରପକ୍ଷରେ ସୁଭଦ୍ରା ଶକ୍ତି ମେଳାରେ ଚରମ ଅବ୍ୟବସ୍ଥା ଓ ମହିଳାଙ୍କ ଅନୁପସ୍ଥିତିକୁ ବହିହାଟ ବହୁମାତ୍ରାରେ ଉତ୍ସବମୁଖର କରିଥିବାରୁ ଜିଲ୍ଲା ପରିଷଦର ମୁଖ୍ୟନିର୍ବାହୀ ବନାମ ପ୍ରକଳ୍ପ ନିର୍ଦ୍ଦେଶକ ଆଉ ଦିନଟିଏ ବହିହାଟକୁ ବଢାଇବାକୁ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିବା ବେଳେ ଉକ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଖବର ପାଇ ଏହା ବଢାଇବାକୁ ଆଗତୁରା ମନାକରିଦେଇଥିଲେ । ଜଣେ ମଦ୍ୟପ ଦଲାଲ୍ କୁ ହାତବାରିସୀ କରି ଗତ କିଛିବର୍ଷ ଧରି ଉକ୍ତ ଅଧିକାରୀ ଦୁଇଥରର ଲୋକଉତ୍ସବର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଅଯଥା ଖର୍ଚ୍ଚବୃଦ୍ଧିର ମିଥ୍ୟା ଅଟକଳ , ପୂର୍ବବର୍ଷର ଜିଲ୍ଲା ପୁସ୍ତକମେଳାର ୪ ,ଲକ୍ଷ ଟଙ୍କା ଇତ୍ୟାଦି ଏହି ଦଲାଲ୍ ର ମାଧ୍ୟମରେ ସରକାରୀ ଅନୁଦାନର ବାଟମାରଣା କରିଚାଲିଥିବା ଅଭିଯୋଗ ହେଉଛି। ଏଥର ମଧ୍ୟ ଜିଲ୍ଲା ପ୍ରଶାସନର କେତେକ ଅଧିକାରୀଙ୍କୁ ହାତକରି ଏହି ଦଲାଲ୍ ଓ ଜିଲ୍ଲାର ବାସିନ୍ଦା ଉକ୍ତ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କାର ବଦଖର୍ଚ୍ଚ କରି ପ୍ରଚୁର ହାତଚିକ୍କଣ କରି ସୁଭଦ୍ରା ଶକ୍ତି।ମେଳାକୁ ଭଣ୍ଡୁର କରିଦେଇଥିବା ଜନସାଧାରଣଙ୍କ ମଧ୍ୟରେ ସମାଲୋଚନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Related Post