ଦିଲ୍ଲୀରୁ ଦୌଲତାବାଗ୍ !
ସମ୍ବଲପୁର : ସରକାରୀ ଅବହେଳା , ପ୍ରଶାସନିକ ବିଫଳତା , କୋଶଳ ରାଜ୍ଯ ଗଠନ ଦାବି ଇତ୍ୟାଦି ରାଜ୍ଯର ମୌଳିକ ଓ ଚରମ ସମସ୍ୟାଗୁଡ଼ିକ ଉପରୁ ଲୋକଙ୍କର ନଜର ହଟାଇବାକୁ ମୁଖ୍ଯମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଜନଶୁଣାଣୀର କାର୍ଯ୍ୟକ୍ରମକୁ କେତେକ ଦ୍ବିତୀୟରାଜଧାନୀ ଆଖ୍ୟା ଦେବା ରାଜନୈତିକ ତେଲମରା ପ୍ରଚାର ବା ତାମସା ବୋଲି ସମାଲୋଚନା ପ୍ରକାଶ କରିଛନ୍ତି । ପ୍ରକାରାନ୍ତରେ ଆଞ୍ଚଳିକ ବିଭେଦ ବା ସ୍ବତନ୍ତ୍ର ରାଜ୍ଯ ଗଠନ ଦାବିକୁ ତାଳି ପକାଇବାକୁ ନୂତନ ଡବଲଇଞ୍ଜିନ ସରକାରଙ୍କର ଏହା ଅଠାଯୋଡା ଅଭିଯାନ ବୋଲି ମଧ୍ଯ କଟାକ୍ଷ କରାଯାଇଛି ।

ସେ ଯାହାହେଉ, ଇତିହାସର ମୋଗଲ ଅମଳର ବାଇଆ ସମ୍ରାଟ୍ ମହମ୍ମଦ ତୋଗଲକଙ୍କ ଦିଲ୍ଲୀରୁ ଦୌଲତାବାଗ ରାଜଧାନୀ ସ୍ଥାନାନ୍ତରୀକରଣ କରି ଲୋକହସା ହେଲାପରି ଇଏ ମଧ୍ଯ ମୋହନ ସରକାରଙ୍କ ଏକ ତାମସା ବୋଲି କେତେକ ମହଲରୁ ସମାଲୋଚନା ପ୍ରକାଶ ପାଇଛି । ହୁଏତ ସରକାରଙ୍କୁ ପରାମର୍ଶ ଦିଆଯାଇଛି ଯେ , ଏହାଦ୍ୱାରା ପଶ୍ଚିମଓଡିଶାବାସୀଙ୍କ ମନରେ ଓଡ଼ିଶାସରକାରଙ୍କ ପ୍ରତି ସପକ୍ଷ ଭାବନା ସୃଷ୍ଟି ହେବ !
ଏହି ଶାସନମୁଖ୍ୟଙ୍କ ମହାଅଭିଯୋଗ ଶୁଣାଣୀ ଫଳରେ ସରକାର ଯାହା ସଫଳତା ସାଉଁଟନ୍ତୁ ନା କାହିଁକି , ଏ ସମ୍ପର୍କିତ ଗଣମାଧ୍ୟମର ପ୍ରକାଶିତ ଖବରକୁ ଅନୁଧ୍ୟାନ କଲେ , ଏହି ଜନଶୁଣାଣୀକୁ ପୂର୍ବ ଓଡିଶା ଓ ଦକ୍ଷିଣଓଡିଶାରୁ ଆସିଥିବା ଅଭିଯୋଗକାରୀଙ୍କର ଉପସ୍ଥିତିରୁ ପ୍ରମାଣିତ ହେଲା ଯେ ଏହା କେବଳ ସମ୍ବଲପୁର ବା ପଶ୍ଚିମଓଡିଶାରେ ସୀମାବଦ୍ଧ ରହି ନଥିଲା । ଦ୍ବିତୀୟତଃ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପଠାଯାଇଥିବା ବିଡା ବିଡା ଅଭିଯୋଗପତ୍ର ଗୁଡିକୁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଉନାହିଁ ଓ ଏଭଳି ସରକାରୀ ପ୍ରାୟୋଜିତ ପ୍ରଚାରଧର୍ମୀ ମୁଖ୍ଯମନ୍ତ୍ରୀଙ୍କ ଶିବିରଶୁଣାଣୀ ପ୍ରକୃତପକ୍ଷେ ଲୋକଙ୍କର ସମସ୍ୟାଗୁଡ଼ିକ ସମାଧାନରେ ସହାୟକ ହେଉନାହିଁ !
ଏତଦ୍ ବ୍ୟତୀତ ମୁଖ୍ଯମନ୍ତ୍ରୀଙ୍କ ଗୋଚରକୁ ଗଣମାଧ୍ୟମ,ଅଭିଯୋଗ ପ୍ରକୋଷ୍ଠର ପଞ୍ଜୀକରଣ ଓ ଅନ୍ଯାନ୍ଯ ମାଧ୍ୟମରେ ଅଣାଯାଉଥିବା ରାଜ୍ଯର ବିଭିନ୍ନ ଜିଲ୍ଲାର ସମସ୍ୟା ଓ ସମ୍ବେଦନଶୀଳ ଅଭିଯୋଗ ଗୁଡିକର ସମାଧାନ ହେଉନାହିଁ ।
ସେଗୁଡିକ ମଧ୍ଯରେ କ୍ଷମତାସୀନ ସରକାରୀଦଳର ସାଂସଦ ଓ ମନ୍ତ୍ରୀଙ୍କ ଚାଉଳକଳ ଓ ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ରୁ ଖୋଲାଖୋଲି ରାଜତଣ୍ଡ ଅସୁଲି , ଗତ ଖରିଫ୍ ଧାନବିକ୍ରି ମଣ୍ଡିରେ ପେକ୍ସଗୁଡିକର ବ୍ୟାପକ ମିଥ୍ୟାଖର୍ଦ୍ଦି , ଉପମୁଖ୍ୟମନ୍ତ୍ରୀଙ୍କ ଅନୁଗତ ସମିତିସଭ୍ଯର ଅବାଧ ଗୁଣ୍ଡାଗର୍ଦ୍ଦି ସ୍ବରୂପ ଫଲ୍ସବିଲ୍ କରିବାକୁ ବନ୍ଧୁକ ଧରି ସରକାରୀ ଅଫିସ ରେ ପଶି କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ମାଡ ପରେ ଓ ଘରୁ ଘୋଷାଡି ଆଣି ରାସ୍ତାରେ , ଥାନା ସମ୍ମୁଖରେ ରକ୍ତାକ୍ତ କରି ପିଟି ପିଟି ଅପହରଣ କରିବା ପରେ ଥାନାଧିକାରୀ ଏତଲା ନ ରଖିବା ଏବଂ ଓଲଟି ଉକ୍ତ ପୀଡିତ ଜେଇଙ୍କ ବିରୁଦ୍ଧରେ ମିଥ୍ୟାମାମଲା ଋଜୁ କରାଯିବାରୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପଞ୍ଜୀକରଣ କରିବା ସତ୍ତ୍ବେ ଓ ଏ ବିଷୟରେ ବିଧାନସଭାରେ ଉପସ୍ଥାପିତ ହେବା ପରେ ବି ଉପମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାରେ ଥିବାରୁ ଅଭିଯୁକ୍ତକୁ ପୁଲିସ ଗିରଫ ନ କରିବା ଫଳରେ ଶେଷରେ ଉକ୍ତ କନିଷ୍ଠଯନ୍ତ୍ରୀ ଚାକିରୀ ଛାଡିଦେବା , ରାଜ୍ଯରେ ଅଙ୍ଗତସ୍କରୀ ପାଇଁ ଶିଶୁଚୋରୀ ଓ ବାରମ୍ବାର ଆନ୍ତଃରାଜ୍ୟ ଶିଶୁବିକ୍ରି ମାମଲା ଘଟୁଥିବା ଓ ପୂର୍ବ ସରକାର ଅନୁରୂପ ଅନ୍ଯାନ୍ଯ ପିସି , ଲାଞ୍ଚ , ଦୁର୍ନୀତି ଜାରୀ ରହିଥିବା , ସରକାର ଗଠନର ଦଶମାସ ପରେ ବି ବହୁ ବିଭାଗର ସଂସ୍କାର ନ ହେବା ଇତ୍ୟାଦି ସମ୍ପର୍କରେ ସରକାର ନୀରବଦ୍ରଷ୍ଟା !
ଏଣୁ ଏପରି ମୁଖିଆଙ୍କ ଏ ପଶ୍ଚିମାଦରବାର ଲୋକଙ୍କର କୋଉକାମକୁ ? ‘ ବୋଲି କୁହାଯାଉଛି ।