ଜିଲ୍ଲା

ସରକାରଙ୍କ କଥା ମାନୁନାହାଁନ୍ତି ମିଲର୍ସ  !

Email :

ଚାନ୍ଦା ଫ୍ୟାକ୍ଟର୍ କି ?

କଥନୀ ଓ କରନୀ ଭିତରେ ଫରକ୍

ବରଗଡ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟର ଇ ନ୍ ପୁ ଟ୍ ପ୍ରଦାନର ମାତ୍ର ୩ ଦିନ ପରେ ବରଗଡରେ ସୃଷ୍ଟି ହୋଇଛି ଧାନକିଣାରେ ଅଭାବନୀୟ ପରିସ୍ଥିତି । ଗତକାଲି ମଣ୍ଡିରୁ ମିଲର୍ସ ଧାନ ନ ଉଠାଇବାରୁ ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ତାଙ୍କ ଅଫିସ୍ ରେ ତାଲା ପକାଇ ଦେଇଛନ୍ତି । ମିଲର୍ସ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମିଲର୍ସମାନେ କଟନୀ ଛଟନୀ ଦାବି କରି ଧାନ ଉଠାଉ ନଥିବାର ଅଭିଯୋଗ କରାଯାଇଛି । ମଣ୍ଡିରେ ପ୍ରାୟ ୫ ହଜାର କ୍ବିଣ୍ଟାଲ୍ ଧାନ ଗଦା ହୋଇ ରହିଥିବା ପ୍ରକାଶ ।

ଉଲ୍ଲେଖନୀୟ ଯେ , ଗତ ୮ ତାରିଖରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ ଚଳିତବର୍ଷର ନୂଆକରି ସରକାର ବୃଦ୍ଧି କରିଥିବା ଧାନର ଆରଏସପିର ଇନ୍ ପୁଟ୍ ପ୍ରଦାନ ବରଗଡ ଜିଲ୍ଲା ସୋହେଲା ବ୍ଲକ୍ ର ଇଚ୍ଛାପାଲି ପଡିଆରେ , ଯେଉଁଠି ଗତ ୨୦୧୫ରେ ଗତ ସରକାରଙ୍କ ଅମଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଧାନର କ୍ବିଣ୍ଟାଲ୍ ପ୍ରତି ୧୦୦ ଟଙ୍କାର ବୋନସ୍ । ଏହା ସହିତ ଏହି ସରକାର ଏଣୁଏଣିକି ଆଦୌ କଟନୀଛଟନୀ ହେବନାହିଁ ବୋଲି ଆଗରୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଚାଷୀଙ୍କୁ ଏଫ୍ ଏ କ୍ୟୁ ଧାନ ଆଣିବାକୁ କୁହାଯାଇଥିଲା । କିନ୍ତୁ ଚାଷୀମାନେ ଯେଉଁ ଧାନ ଆଣିଥିଲେ , ତହିଁରୁ କଟନୀ ଛଟନୀ ଦାବି କରି ଉଠାଉ ନଥିଲେ ମିଲର୍ସ। ଶୁଣିବାକୁ ମିଳିଛି , କୁଆଡେ କ୍ବିଣ୍ଟାଲ୍ ପିଛା ୧୫ କେଜି ପର୍ଯ୍ୟନ୍ତ ବି କଟନିଛଟନୀ କରାଯିବାକୁ ଅଡି ବସିଥିଲେ ମିଲର୍ସ ।

ସେଇ ସଭା ପାଇଁ ଜିଲ୍ଲାରେ ପ୍ରତିମିଲ୍ ରୁ ୫ ଲକ୍ଷ ହିସାବରେ ଏକ କୋଟି ଟଙ୍କାର ଚାନ୍ଦା ସଂଗ୍ରହର ଖବର ପ୍ରକାଶ ପାଇଥିବା ସହ କଷ୍ଟମମିଲିଂ ଚାର୍ଜ ବୃଦ୍ଧି ପାଇଁ ୧୦ କୋଟିର ସରକାରୀ ତୋଫା ଚର୍ଚ୍ଚା ବି। ଏହା ସତ୍ୟ କି ?

ଏଥିରୁ ଜଣାପଡୁଛି ଯେ ସରକାରଙ୍କୁ ଚାନ୍ଦା ଦେଇଥିବା ମିଲର୍ସ ଏତେ କଟନୀ ଛଟନୀ କଟକଣାକୁ ମାନିବେ କାହିଁକି  ?  ଏଥିରେ ଅଡୁଆ ସୃଷ୍ଟିହୋଇଛି ଯୋଗାଣ ବିଭାଗ ଉପରେ ।  ବିଭାଗ ଉପାୟ ବାହାର କରିଛି ଗ୍ରେନ୍ ଆନାଲାଇଜର ଆଳ ଧରି । ତେଣୁ ଫିଡକି ଯାଇଛନ୍ତି ଚାଷୀ !

ତେବେ ଖାଲି ବରଗଡରେ ନୁହେଁ , ଏଭଳି ଅଭାବନୀୟ ପରିସ୍ଥିତି ବି ସୃଷ୍ଟି ହୋଇଛି ନୂଆପଡା ଜିଲ୍ଲାରେ । ଖଡିଆଳରେ ଏସିଏସଓ ଙ୍କୁ ଚାଷୀମାନେ ଘେରାଉ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଅନେକତ୍ର ବି ଏଭଳି ପ୍ରତିକ୍ରିୟା ।

ସର୍ବୋପରି ଭିତ୍ତିଭୂମି , ଅଭିଜ୍ଞତା ଓ ଉପଯୁକ୍ତ ପରିଚାଳନା ଅଭାବରୁ ଅତିବାହାପିଆ ଘୋଷଣା ଶେଷରେ ସରକାରଙ୍କୁ ଅପଦସ୍ତ କରୁଥିବା କୁହାଯାଉଛି । ଲୋକେ ଅଭିଯୋଗ କରିଛନ୍ତି , ସରକାରଙ୍କ କଥନୀ ଓ କରନୀ ଭିତରେ ଫରକ୍ ରହୁଛି ।

Leave a Reply

Your email address will not be published. Required fields are marked *

Related Post