ଜିଲ୍ଲା

ସରକାରଙ୍କ ଞ୍ଜାତସାରରେ କାରଖାନାର ନିୟମ ଉଲଙ୍ଘନ

Email :

ପ୍ରଦୂଷଣର ବଳୟରେ ଗ୍ରାମବାସୀ

ଖୋଲାଖୋଲି ଶ୍ରମିକଶୋଷଣ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମ ଜଙ୍ଗଲ ଠାରେ ସ୍ଥାପିତ ଏକ ଘରୋଇ ଇଥାନଲ୍ କାରଖାନାରେ ଖୋଲାଖୋଲି ଯାବତୀୟ ନିୟମର ଉଲଙ୍ଘନ କରାଯାଇ ଆସୁଥିବା ଦେଖାଯାଇଛି । ଏପରିକି ଦିଲ୍ଲୀର ଜଣେ ମାରୱାଡି ଘରୋଇ ଉଦ୍ୟୋଗରେ ଏହି କାରଖାନାର ସ୍ଥାପନ କରିଥିବା ବେଳେ କାରଖାନାର ସମ୍ମୁଖ କାନ୍ଥରେ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଏହାକୁ ଏକ ସରକାରୀ ଉଦ୍ୟୋଗ ବୋଲି ଭ୍ରମ ସୃଷ୍ଟିର ଧୃଷ୍ଟତା କରିଥିବା ଆଶ୍ଚର୍ଯ୍ୟଜନକ ! ଏଠାରେ MASH BIO- FUELS PVT. LTD ନାମକ ଏହି ଇଥାନଲ୍ ଘରୋଇ କାରଖାନାଟିକୁ ତତ୍କାଳୀନ ସ୍ଥାନୀୟ ସୋନପୁର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ଯା ଦାସଙ୍କ ଉପସ୍ଥି ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗତ ତା ୧ ମାର୍ଚ୍ଚ ୨୦୨୪ ରେ ଉଦ୍ଘାଟନ କରାଯାଇଥିବାର ଦ୍ବିତୀୟବାର ନାମଫଳକ ଲଗାଯାଇଥିଲେ ହେଁ , ଏହାପୂର୍ବରୁ ଗତ ତା ୨୦ । ୫ । ୨୦୨୨ ରେ ମଧ୍ଯ ସେହି ବିଧାୟକ- ମନ୍ତ୍ରୀଙ୍କ ଦ୍ବାରା ତତ୍କାଳୀନ ଜିଲ୍ଲାପାଳ ମିସେସ୍ ନରବଣେଙ୍କ ସମୟରେ ଉଦ୍ଘାଟିତ ହୋଇଥିବାର ଆଉ ଏକ ପୁରୁଣା ନାମଫଳକ ଲାଗିଥିବାରୁ ଦ୍ବନ୍ଦ ସୃଷ୍ଟି କରୁଛି । ସେ ଯାହାହେଉ , ପ୍ରାୟ ୫୦ / ୫୨ ଏକର ଜଙ୍ଗଲ ଜମିରେ କୁହାଯାଉଥିବା ପ୍ରାୟ ୨୪୨ କୋଟିଟଙ୍କାରେ ସ୍ଥାପିତ ଏହି ମଦ , ପ୍ରସାଧନ ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ଯାନ୍ଯ ପଦାର୍ଥ ପାଇଁ ମକା , ଚାଉଳଖୁଦ , ଗହମ ଓ ଅନ୍ଯାନ୍ଯ କଞ୍ଚାମାଲରୁ ଉତ୍ପାଦନ କରାଯାଉଥିବା ଏହି ରାସାୟନିକ ଦ୍ରବ୍ଯ ଇଥାନଲ୍ କାରଖାନାରୁ ନିର୍ଗତ ଭୀଷଣ ଦୁର୍ଗନ୍ଧ , ଧୂଳି , ପଚାପାଣି ଇତ୍ୟାଦିର ବର୍ଜିତ ବସ୍ତୁ ପାଇଁ ପାଣିମୋରା ଓ ଆଖପାଖର ପରିବେଶ ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି । ବାରମ୍ବାର ଅଭିଯୋଗ ପ୍ରକାଶ ସତ୍ତ୍ବେ ପ୍ରଦୂଷଣ ବୋର୍ଡ , ପ୍ରଶାସନ କିମ୍ବା ସରକାରଙ୍କର ନିଦ ଭାଙ୍ଗୁନାହିଁ ! କାରଖାନାମାଲିକ ଉତ୍କୋଚ ଦେଇ ସମସ୍ତଙ୍କର ମୁହଁ ବନ୍ଦ କରିଦେଇଛି ।

ଏହାସହିତ ଆଉ ଯେଉଁ ଅଭିଯୋଗ ବା ସମସ୍ୟା ରହିଛି , ତାହାହେଲା , ଏଠାରେ କାମ କରୁଥିବା ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକଙ୍କର ସୁରକ୍ଷା ଓ ଅଞ୍ଚଳର ଚାଷୀମାନଙ୍କ ପାଇଁ ସରକାରଙ୍କ ଡିଲରମାନଙ୍କ ଜରିଆରେ ଯୋଗାଣ କରାଯାଉଥିବା କୃଷି ଉପଯୋଗୀ ୟୁରିଆ ସାରର ଏହି କାରଖାନାର ବ୍ୟବହାର ନିମନ୍ତେ କଳବଜାରରୁ କିଣିଆଣିବାର ଦୁର୍ନୀତି ଅଭିଯୋଗ । ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ , ଏହି କାରଖାନାର ଜଣେ ସ୍ଥାନୀୟ ପରିଚାଳକଙ୍କ ସମ୍ପର୍କୀୟଙ୍କ ଦ୍ବାରା ଏହା ନିୟମିତ ଚାଲିଛି । ଏଣୁ ବର୍ଷ ବର୍ଷ ଧରି ଚାଲିଥିବା ଚାଷୀମାନଙ୍କ ପାଇଁ ଏହି ସରକାରୀ ସାରର କଳାବଜାର ସମ୍ପର୍କରେ ସତରେ ସରକାର ଜାଣନ୍ତି ନାହିଁ ?

ଶ୍ରମିକଙ୍କ ସୁରକ୍ଷା କ୍ଷେତ୍ରରେ ଏହି କାରଖାନାରେ କୌଣସିପ୍ରକାର ବ୍ୟବସ୍ଥା ନଥିବା ଦେଖାଯାଇଛି । ଗତ ୧୨ ତାରିଖରେ ଏହି କାରଖାନାରେ ନିକଟସ୍ଥ ଅରଖପଦର ଗ୍ରାମର ଅଟୁ ମହାକୁର ( ୨୪ ) ନାମକ ଜଣେ ବିବାହିତ ଯୁବଶ୍ରମିକଙ୍କର ମେସିନ୍ ରେ ଲାଗଯାଇ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ମର୍ମନ୍ତୁଦ ମୃତ୍ଯୁ ହୋଇଯାଇଥିଲା । ଏହି ଦାୟିତ୍ବ ହୀନତା ନିମନ୍ତେ ଆଖପାଖର ଶତାଧିକ ଗ୍ରାମବାସୀ କାରଖାନା ଉପରେ ଆକ୍ରମଣ କରି ମାଡପିଟ ଓ ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ତରଭା ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜ୍ଜୁ କରାଯାଇ ତଦନ୍ତ ହୋଇଥିବା ସହ ମୃତ ଶ୍ରମିକଙ୍କ ପରିବାର କୁ କାରଖାନା ତରଫରୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିବା ପ୍ରକାଶ ।
ଏହି କାରଖାନାର ମାଲିକ ଅନୀଲ କାନୋଡିଆ ଏଠାରେ ରହନ୍ତିନାହିଁ । ମଝିରେ ମଝିରେ ଆସନ୍ତି ଓ କର୍ମଚାରୀଙ୍କ ଦ୍ବାରା କାରଖାନାର ପରିଚାଳନା କରୁଥିବାରୁ ଏଭଳି ନିୟମ ବା ଗୁରୁତର ସମସ୍ହାର ସମାଧାନ. ହୋଇପାରୁନାହିଁ ।

ସବୁଠାରୁ ବିଡମ୍ବନାର ବିଷୟ ଯେ , ବର୍ଷ ବର୍ଷ ଧରି ଗତ ସରକାରଙ୍କ ଅମଳରୁ ଚଳିତ ନୂଆ ସରକାରଙ୍କୁ କାରଖାନା ମାଲିକ ପକେଟ୍ ରେ ପୁରାଇ ରଖିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Related Post