ଗୋଟିଏ ନୁହେଁ , ଦୁଇମାସର ବିଲ୍ ର ଟଙ୍କା ?
ଲୋଇସିଂହା : କେବଳ ସୁବର୍ଣ୍ଣପୁର ଜିଲ୍ଲାର ଅଙ୍ଗନବାଡି ଛତୁଆ ୟୁନିଟ୍ ଏସ୍ ଏଚ୍ ଜି ଗୁଡିକରୁ ବା ବଲାଙ୍ଗୀର ଜିଲ୍ଲାର ପୁଇଁତଳା କି ଅନ୍ୟାନ୍ୟ ଛତୁଆୟୁନିଟ୍ ରୁ ନୁହେଁ , ଲୋଇସିଂହା ଶିଶୁ ବିକାଶ ପ୍ରକଳ୍ପର ଛତୁଆୟୁନିଟ୍ ଏସ୍ ଏଚ୍ ଜିରୁ ମଧ୍ୟ ସାଂସଦ ସଙ୍ଗୀତା ସିଂହଦେଓ ଗୋଟିଏ ମାସିକ ବିଲ୍ ବଟି ନେଇଥିବା ପ୍ରକାଶ । ତେବେ ଗୋଟିଏ ମାସର ନୁହେଁ , ଦୁଇମାସର ପୁରା ବିଲ୍ ର ଟଙ୍କା ଓ ଏପରିକି ଅନ୍ୟାନ୍ୟ ଏପରି ଏସ୍ ଏଚ୍ ଜି ମହିଳା ୟୁନିଟ୍ ରୁ ୧୫ ଲକ୍ଷ ଟଙ୍କା ସେ ନେଇଥିବା ଏହି ଗୋଷ୍ଠୀର ମହିଳାଙ୍କ ସୂତ୍ରରୁ ପ୍ରକାଶ । ନୋମିନୀ ବା ଅନୁଗତ ଲୋକଙ୍କ ଜରିଆରେ ତାଙ୍କ ପାଟଣାଗଡ ଖମାରର ବାସଭବନକୁ ଡକାଇ ନେଇ ଧମକଚମକ ଦେଇ ଖୋଦ୍ ସାଂସଦ ଏହି ନଗଦଟଙ୍କାର ବଟି ନେଇଥିବା ଉକ୍ତ ଗୋଷ୍ଠୀର ମହିଳାମାନେ ପ୍ରକାଶ କରିଛନ୍ତି ।

ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ୍ ରେ ରହିଛି ୨ ଟି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ମହିଳା ୟୁନିଟ୍ । ଏହା ହେଲା ଲୋଇସିଂହା ବ୍ଲକ୍ ପଛପଟ ଶିଶୁ ବିକାଶ ପ୍ରକଳ୍ପର ଅଫିସ୍ ସମ୍ମୁଖରେ ଥିବା ୧୦ ଜଣିଆ ‘ପଲ୍ଲବୀ’ ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅଛନ୍ତି ପ୍ରେମଶୀଳା ନାଗ । ଦୀର୍ଘବର୍ଷ ଧରି ଏଠାରେ ଏହି ଛତୁଆ ପ୍ରସ୍ତୁତକାରୀ ଅଙ୍ଗନବାଡି ଶିଶୁଖାଦ୍ୟ ଚାଲିଛି । ଜିଲ୍ଲାର ପ୍ରଥମ ଛତୁଆ ପ୍ରସ୍ତୁତକାରୀ ୟୁନିଟ୍ ଏଇଟି । ପ୍ରଥମେ ପ୍ରଥମେ ଏହାର କ୍ବାଲିଟି ନିମନ୍ତେ କୁଆଡେ ହର୍ଲିକ୍ସ କମ୍ପାନୀ ଏହାର ଛତୁଆକୁ ଫର୍ମୁଲା ନକଲ ଅଭିଯୋଗ କରି କେସ୍ କରିଥିବା କୁହାଯାଏ । ପ୍ରକଳ୍ପର ମୋଟ ୧୦ ଟି ସେକ୍ଟରର ୧୮୭ ଟି ଅଙ୍ଗନବାଡି କେନ୍ଦ୍ରକୁ ୯ ଟି ଏହି ଏସ୍ଏଚ୍ ଜି ପ୍ରତିମାସ ଯୋଗାଉଛି ।ଏହାର ମାସିକ ବିଲ୍ ପ୍ରାୟ ୫ ଲକ୍ଷ ଟଙ୍କା । ଅନ୍ୟ ଗୋଟିଏ ସେକ୍ଟରର ଛତୁଆ ଯୋଗାଉଛି ବୁରୋମୁଣ୍ଡାର ‘ସୁଭଦ୍ରା’ ଏସ୍ ଏଚ୍ ଜି ମହିଳା ୟୁନିଟ୍। ଏହାର ସଭାନେତ୍ରୀ ଅଛନ୍ତି ଜୟନ୍ତୀ ସାହୁ ଓ ସମ୍ପାଦିକା ଚନ୍ଦନତୁଲା ସାହୁ । ପୂର୍ବତନ ଜିଲ୍ଲାପାଳ ଏହି ଏସ୍ ଏଚ୍ ଜିକୁ ୨ ଟି ସେକ୍ଟରରେ ଛତୁଆ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଯାଇ ଥିଲେ ହେଁ , ତାହା କାହା ଚାପରେ କେଜାଣି ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ ।
ତେବେ ସାଂସଦ ସୁବର୍ଣ୍ଣପୁର ଜିଲ୍ଲା ସମେତ ବଲାଙ୍ଗୀର ଜିଲ୍ଲାର ଏଭଳି ଛତୁଆୟୁନିଟ୍ ଗୁଡିକରୁ ବଟି ନେଉଥିବା ପରିପ୍ରେକ୍ଷୀରେ ପଚାରିବାରୁ ସେମାନେ ଏହାକୁ ସ୍ବୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ କର୍ମକର୍ତ୍ତୀ କହିଥିଲେ ଯେ ସାଂସଦ ସେମାନଙ୍କୁ ଖମାରକୁ ଡକାଇ ନେଇ ପ୍ରଥମେ ‘ କୌନସା ପାର୍ଟି ହୈ ? ‘ ବୋଲି ପଚାରି ‘ ମୈ ଯୋ ପୁଚ୍ଛତୀ ହୁଁ , ଉତନା ବୋଲୋ ‘ ବୋଲି ଧମକାଇଥିଲେ । କୌଣସି ପାର୍ଟି ନୁହେଁ , ଆମେ ମହିଳାମାନେ ଏହା କରୁଛୁଁ ‘ ବୋଲି କହିବା ସତ୍ତ୍ୱେ ସେ ଟଙ୍କା ଦେଇଯିବାକୁ ଆଦେଶ ଦେଇଥିଲେ । ଛତୁଆ ଦେବାର ସରକାରୀ ଅନୁମତି କଟିଯିବା ଭୟରେ ଓ ସମସ୍ତେ ଯେତେବେଳେ ଦେଉଛନ୍ତି , ଆମେ ମଧ୍ୟ ଦେଇଛୁଁ ‘ ବୋଲି ସେମାନେ କହିଛନ୍ତି । ତେବେ କେତେଟଙ୍କା ଦେଇଛ ? ‘ ର ଉତ୍ତରରେ ସେମାନେ ନୀରବତା ଅବଲମ୍ବନ କରିଥିବା ବେଳେ , ‘ଏହା ଗୋଟିଏ ମାସର ନୁହେଁ , ଦୁଇମାସର ଓ ୧୨/୧୩ ନୁହେଁ, ୧୫ ଲକ୍ଷ ପର୍ଯ୍ଯନ୍ତ ନେଇଛନ୍ତି’ ବୋଲି ପ୍ରକାଶ କରିଛନ୍ତି ।
ତେବେ ଏ ସମ୍ପର୍କରେ ସିଡିପିଓ ଗାୟତ୍ରୀ ବାରିକ ଉତ୍ତର ଦେଇଛନ୍ତି । ହେଲେ ମୁଁ ସେସବୁ ରାଜନୀତି ଭିତରେ ପଶିନାହିଁ ‘ ବୋଲି ସଫେଇ ଦେଇଥିଲେ । ଅପରପକ୍ଷରେ ସାଂସଦଙ୍କୁ ଯୋଗାଯୋଗ ସତ୍ତ୍ୱେ ତାଙ୍କର ଉତ୍ତର ମିଳିପାରୁନାହିଁ । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କର ମଧ୍ୟ ଉଦ୍ୟମ ସତ୍ତ୍ୱେ ମତାମତ ମିଳିପାରିନାହିଁ । ତେବେ ଲୋଇସିଂହା ବିଡିଓ ଅକ୍ଷୟ ପାଣି ଓଡୁ ଏଭଳି ପ୍ରଶ୍ନକୁ ଚତୁରତାର ସହ ଏଡାଇ ଯାଇଥିଲେ । ଏସମ୍ପର୍କରେ କିଛିଦିନ ପୂର୍ବରୁ ବଲାଙ୍ଗୀର ସଦର ବ୍ଲକ୍ ର ସିଡିପିଓ ସୁଭାଷିନୀ ଦାସ ଓ ନବାଗତା ଡିଏସଡବ୍ଲୁଓ ସୁଷମା ମହାପାତ୍ରଙ୍କୁ ମଧ୍ୟ ପଚାରିବାରୁ ସେମାନେ ନଜାଣିଥିଲା ପରି ଏ ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ତେବେ ଉଭୟ ଜିଲ୍ଲାର କେତେକ ସିଡିପିଓ ଏହା ପରୋକ୍ଷରେ ସ୍ବୀକାର କରିଛନ୍ତି ।ତେବେ ସାଂସଦଙ୍କର ଏହି ଛତୁଆରୁ ବଟି ନେଇଥିବା କଥା ଲୋକଙ୍କର ଚର୍ଚ୍ଚାରେ ରହିଛି ।

ଏଣୁ ଏହି ଏସ୍ ଏଚ୍ ଜି ମାନେ ଏହା ଭରଣା କରିବେ ଓ ଏଥିରେ ଉକ୍ତ ଶିଶୁଖାଦ୍ୟ ନିମ୍ନମାନର ହେଲେ , କିଏ ଦାୟୀ ହେବ ବୋଲି ପ୍ରଶ୍ନ କରାଯାଇଛି ।
Haribandhu Bariha
ଲଜ୍ଜ୍ୟା ର କଥା