ଥାନାଭିତରେ ମଦପିଇ ଯୁବତୀଙ୍କ ହଙ୍ଗାମା ସ୍ପୃହଣୀୟ ?
କେତେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ ?
ଭୁବନେଶ୍ବର : ଭରତପୁର ଥାନାର ମେଜରଙ୍କ ବାନ୍ଧବୀଙ୍କୁ ପୁଲିସ୍ ର ମାଡ ଓ ପୁଲିସ୍ ର ଯୌନ ନିର୍ଯାତନା ଅଭିଯୋଗ ମାମଲାଟି ସମଗ୍ର ରାଜ୍ୟରେ , ଦେଶବ୍ଯାପି ଓ ଆନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଯାଇଛି । ସଂପ୍ରତି ଏହା ମିଡିଆ ହାଇଲାଇଟ୍ ର ଗରମମସଲା ହୋଇଥିବା ସହିତ ରାଜନୈତିକ ପ୍ରସଙ୍ଗ ମଧ୍ୟ ହୋଇଗଲାଣି । ଏଥିରେ ସରକାର ତୁରନ୍ତ ପଦକ୍ଷେପ ସ୍ୱରୂପ ବର୍ଣ୍ଣିତ ଅଭିଯୁକ୍ତ ଭରତପୁର ଥାନାର ଆଇଆଇସିଙ୍କ ସମେତ ୩ ଜଣ ମହିଳା ପୁଲିସ୍ ଅଧିକାରୀ ଓ ଜଣେ କନେଷ୍ଟବଳଙ୍କୁ ମିଶାଇ ୫ ଜଣ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନିଲମ୍ଵିତ କରିଦେଇଛନ୍ତି ।

ଏହାସହ ଏହି ଘଟଣା ପୂର୍ବରୁ ଚନ୍ଦକା ରାସ୍ତାରେ ଝଗଡା ହୋଇଥିବା ୭ ଜଣ ତଥାକଥିତ ରୋଡ୍ ରୋମିଓ ବନାମ ଇଞିଜିନିୟରିଂ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ସେମାନଙ୍କୁ କୋର୍ଟରୁ ସଙ୍ଗେ ସଙ୍ଗେ ଜାମିନ୍ ମିଳିବା ସହିତ ଏଇ ଅଭିଯୋଗ ମାମଲାଟିର ଥାନାରେ ସମାଧାନ କରାଯାଇ ପାରିଥା’ନ୍ତା କହି କୋର୍ଟ ପୁଲିସ୍ ର ସେମାନଙ୍କୁ କୋର୍ଟଚାଲାଣ କରାଯିବାକୁ ନାପସନ୍ଦ କରିଥିବା ପ୍ରକାଶ ।ଏହାସହିତ ଏଇ ଘଟଣାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ନୂତନ ସରକାରଙ୍କ ଏଭଳି ତତ୍ପରତାରୁ କି ଅର୍ଥ ବାହାରୁଛି , ଅନୁଭବର ବିଷୟ । ତେବେ ବିରୋଧୀଦଳ ଓ ସେମାନଙ୍କ ସମର୍ଥକଙ୍କ ପକ୍ଷରୁ ଆଉ ପାଦେ ଆଗକୁ ଯାଇ ଏହାକୁ ମଣିପୁର ମହିଳାହିଂସାର ଦ୍ବିତୀୟ ଘଟଣା ବୋଲି ବି କହିଲେଣି ! ତେଣୁ ଏଇ ଏକପାଖିଆ ମାତିପଡିଥିବା ଲହରର ବିପକ୍ଷରେ ଯାଇ ପ୍ରକୃତସତ୍ୟ ଆଡକୁ ସଙ୍କେତ କରିବାରେ ଯଥେଷ୍ଟ ରିସ୍କ ରହିଛି ।

ତଥାପି ଏଇ ସମସ୍ତ ଘଟଣାବଳୀକୁ ପ୍ରସାରିତ ଖବର ଓ ଭିଡିଓ ଇତ୍ୟାଦି ଦେଖିଲା ପରେ ଜନସାଧାରଣଙ୍କ ନିରପେକ୍ଷ ମତକୁ ପ୍ରତିଫଳନ କରି ଏଇ ମାମଲାଟିର ତର୍ଜମା କରିବାର ଗୁରୁଦାୟିତ୍ବ ଆମର ।
ଗତ ୧୪ ତାରିଖ ରାତିରେ ଚନ୍ଦକା ରୋଡ୍ ର ମଝିରାସ୍ତାରେ ମଦ୍ୟପାନ କରି ଜଣେ ଯୁବତୀ ଅଙ୍କିତା ପ୍ରଧାନ ଓ ତାଙ୍କର ପୁରୁଷବନ୍ଧୁ ଜଣେ ମିଲିଟାରୀ ଅଧିକାରୀ ହାବିଲଦାର ମେଜର ଗୁରୁବଂଶ ସିଂଙ୍କ ସହ ୭ ଜଣ ଯୁବକଙ୍କର ଚଳନ୍ତା ରାସ୍ତାରେ ଝଗଡା ପରେ ଉକ୍ତ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଯାଇ ଥାନାଭିତରେ ଯେଭଳି ହଙ୍ଗାମା କଲେ , ତା’ର ଭିଡିଓ ଦେଖିଲେ କ’ଣ ଅର୍ଥ ବାହାରୁଛି ? ପରେ ସେଠାରେ ଆଇଆଇସି ଦୀନକୃଷ୍ଣ ମିଶ୍ର ପହଞ୍ଚି ଉପସ୍ଥିତ ମହିଳା ପୁଲିସ୍ ଙ୍କ ସହ ତାଙ୍କୁ ନିୟନ୍ତ୍ରଣ କଲା ଭିତରେ ସେ ଚିତ୍କାର କରି ମୋବାଇଲ୍ ରେ ଥାନାର ଭିଡିଓ କରିବା ଓ ତାଙ୍କୁ ଧରିବାରୁ ପୁଲିସ୍ ହାତକୁ କାମୁଡିବା ଇତ୍ୟାଦି ପରେ ତାଙ୍କୁ ଗିରଫ କରାଯାଇ ପାରିଥିବା ପ୍ରକାଶ । ତା’ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇ କୋର୍ଟ ଫରୁଆଡ୍ କରାଯାଇଥିଲା । ଏଥିରେ ଥାନାର ୩ ଜଣ ମହିଳା ପୁଲିସ୍ ସହ ଅନ୍ୟାନ୍ୟ ଅଧସ୍ତନ ପୁଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ଆଇଆଇସିଙ୍କ ଦ୍ବାରା ଗିରଫ ଅଭିଯୁକ୍ତାଙ୍କୁ ଯୌନଉତ୍ପୀଡନ କରାଯାଇଥିବା ସମ୍ଭବ କି ?
ଏହା ବାହାରେ ପରେ କିଛିଦିନ ପରେ ଗତ ୧୯ ତାରିଖରେ ଚିକିତ୍ସାଧୀନା ପୀଡିତାମହିଳାଙ୍କର ଗଣମାଧ୍ୟମରେ କାନ୍ଦି କାନ୍ଦି ପୁଲିସ୍ ବିରୁଦ୍ଧରେ ମାଡଗାଳି ସହ ତାଙ୍କୁ ବାନ୍ଧିପକାଇ ଦୁଷ୍କର୍ମ ଉଦ୍ୟମ କରିବାର ଗୁରୁତର ଅଭିଯୋଗ ପରେ ମାମଲାଟିକୁ ଅତ୍ୟନ୍ତ ସମ୍ବେଦନଶୀଳ ଢଙ୍ଗରେ ପ୍ରଚାର କରାଯାଇ ଶେଷରେ ଏଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଏହା ବିରୋଧରେ ଓଡିଶା ପୁଲିସ୍ ଅଫିସର୍ସ ସଂଘ ଏଭଳି ପକ୍ଷପାତ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି । ସଂଘ ସିଧାସଳଖ ଏଥିରେ ଭରତପୁର ଥାନାପୁଲିସ୍ ର କିଛି ଭୁଲ୍ ନଥିବା କହି ଉକ୍ତ କାର୍ଯ୍ୟାନୁଷ୍ଠାନର ତୁରନ୍ତ ପ୍ରତିକାର ଦାବି କରିଛି । ଅପରପଟେ ମିଲିଟାରୀ ବିଭାଗରୁ ମଧ୍ୟ ତାଙ୍କ ମେଜର ବା ତାଙ୍କ ପୀଡିତାବାନ୍ଧବୀଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଅଭିଯୋଗ ଅନୁଯାୟୀ ଥାନା ଭିତରେ ପୁଲିସ୍ ଜଣେ ମହିଳାଙ୍କୁ ମାଡ ଓ ନିର୍ଯାତନା ଏବଂ ଯୌନ ଧର୍ଷଣ କରିବାକୁ ଉଦ୍ୟମ କରିବା ନିହାତି ନିନ୍ଦନୀୟ ଓ ଘୋର ଆପତ୍ତିଜନକ । ତେବେ ଏହି ଅଭିଯୋଗରେ କେତେ ସତ୍ୟତା ରହିଛି , ଏହାର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଜରୁରୀ । ଏଇ ଘଟଣାଟିକୁ ଚାଞ୍ଚଲ୍ୟକର ଢଙ୍ଗରେ ପ୍ରଚାର କରାଯାଇ ଆହୁରି ସମ୍ବେଦନଶୀଳ କରାଯାଇଥିବା ଓ ସର୍ବୋପରି ହଠାତ୍ ସରକାର ବିରୋଧୀଙ୍କ ଭୟରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଯିବା ପୁଲିସ୍ ର ଛବି ମଳିନ ଓ ଲୋକଙ୍କର ପୁଲିସ୍ ପ୍ରତି ଥିବା ଆସ୍ଥାକୁ ଦୁର୍ବଳ କରୁନାହିଁ କି ? ବାର୍ ରେ ଓ ଚଳନ୍ତାଗାଡି ଭିତରେ ମଦପିଇ ଉତ୍ପାତ କରିବା ସହ ଦଳେ ଯୁବକଙ୍କ ସାଙ୍ଗରେ ଲଢିପଡିବାର ଚିତ୍ର କ’ଣ ସଙ୍କେତ ଦିଏ ? ସେ ମେଜର ହୁଅନ୍ତୁ ବା ତାଙ୍କ ବାକ୍ ଦତ୍ତା ବାନ୍ଧବୀ ବା ଯିଏ ହୁଅନ୍ତୁ , ରାତିଅଧରେ ମଝିରାସ୍ତାରେ ଏଭଳି ଝଗଡା କରି ବିପଦକୁ ଡାକିବା ସହ ଶେଷରେ ଥାନାରେ ହଙ୍ଗାମା କରି ଯଦି ପୁଲିସ୍ ର ମାଡଗାଳିର ଶିକାର ହେଲେ , ଏଥିରେ ପ୍ରଥମେ କାହାର ଦୋଷ ଥିଲା ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ଘଟଣାରେ ଉଭୟ ଦେଶର ସାମରିକ କର୍ମଚାରୀ , ପୁଲିସ୍ ଓ ଛାତ୍ରସମାଜର ଭାବମୂର୍ତ୍ତିରେ ଆଞ୍ଚ୍ ଆସିଥିବା ନିମନ୍ତେ କାହାକୁ ପ୍ରଥମେ ଦାୟୀ କରାଯିବ ?
ଅନ୍ୟପକ୍ଷରେ ଏଇ ଅପ୍ରୀତିକର ଘଟଣାର ମୂଳକାରଣ ରାତିରେ ବାର୍ ରେ ମହିଳାଙ୍କ ସହ ମଦ୍ୟପାନ ପରେ ରାସ୍ତାରେ ଉନ୍ମତ୍ତ ହେଲାପରେ ଅନ୍ୟମାନଙ୍କୁ ଟିଜିଂ ପାଇଁ ପ୍ରଭୋକ୍ କରିବା ସହ ଥାନାରେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀଙ୍କ ସହ ବିଶୃଙ୍ଖଳା ସୃଷ୍ଟି କରି ମିଛ ଅତିରଞ୍ଜିତ ଅଭିଯୋଗ ମିଡିଆ ଆଗରେ ପ୍ରକାଶ କରି ସାଧାରଣ ଜନତା ଓ ସମାଜରେ ଭୁଲ୍ ସଂଦେଶ ପ୍ରଚାରପ୍ରସାର କରିବା ନିମନ୍ତେ କାହିଁକି ଉକ୍ତ ଅଭିଯୋଗକାରିଣୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଦାୟୀ କରା ନଯିବ ବୋଲି ଜନମତ ମଧ୍ୟ ପ୍ରକାଶ ପାଉଛି । ଏଇ ଦୁର୍ଭାଗ୍ୟଜନକ ଘଟଣା କିଛିବର୍ଷ ପୂର୍ବର ସେଇ ସହର ଉପକଣ୍ଠର ବାରଙ୍ଗ ଅଞ୍ଚଳରେ ଅଞ୍ଜନା ମିଶ୍ର ଗଣଧର୍ଷଣ ମାମଲାକୁ ମନେପକାଇ ଦିଏ । ଯେଉଁଥିରେ ତତ୍କାଳୀନ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ସରକାରର ପତନ ହୋଇଯାଇଥିଲା ।

ଏଣୁ ସରକାର ରାଜ୍ୟରେ ବା ରାଜଧାନୀରେ ନୈଶମଦ୍ୟପାନାଳୟ ଖୋଲାଯିବା , ସଭ୍ୟଶିକ୍ଷିତ ମହିଳାମାନେ ତାଙ୍କ ପୁରୁଷବନ୍ଧୁଙ୍କ ସହ ରାତିଅଧରେ ଗାଡି ଧରି ନିଶାସକ୍ତ ହୋଇ ବୁଲିବା ଓ ରାସ୍ତା ଏବଂ ଥାନାରେ ଯାଇ ହଙ୍ଗାମା କରିବା ପ୍ରତି କି ପଦକ୍ଷେପ ନେବାକଥା ଚିନ୍ତା କରିବା ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।
ଏସବୁ ସତ୍ତ୍ବେ ମହିଳାଙ୍କ ପ୍ରତି ହିଂସା ସର୍ବାଦୌ ବର୍ଜନୀୟ ଓ କର୍ତ୍ତବ୍ୟରତ ପୁଲିସ୍ ର ସଂଯମତା ଅତ୍ୟନ୍ତ ଜରୁରୀ । ଏହାକୁ ବହୁଚର୍ଚ୍ଚିତ ଅପରାଧ ମାମଲାକୁ ଚପାଇ ଦେବାର ଅଭିଯୁକ୍ତ ପୂର୍ବତନ ରାଜ୍ୟ ସରକାର ବା ଅନ୍ୟାନ୍ୟ ସ୍ଥିତିବଞ୍ଚାଇବାକୁ ଚିଁ ଚପଟ୍ କରୁଥିବା ବିରୋଧୀଦଳମାନେ ଏକ ରାଜନୈତିକ ପ୍ରସଙ୍ଗ କରିବା ଅନୁଚିତ୍ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଥାନାଗୁଡ଼ିକରେ ଅବସ୍ଥାପିତ ପୁଲିସ୍ କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚରଣ ଓ ଉତ୍କୋଚଖୋର୍ ଏବଂ ନିଆଁଗିଳାପ୍ରବୃତ୍ତିର ଏହା ଏକ ପାପଜନିତ ଆକସ୍ମିକ ଆକାଶ ଚଡକ ବୋଲି ମଧ୍ୟ କେତେକ ମୃଦୁକଟାକ୍ଷ କରିଛନ୍ତି । ଝଗଡା କରିଥିବା ଯୁବକମାନେ କଥା କଟାକଟି ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ଉଚ୍ଚାରଣ କରିଥିବା ଓ ତାଙ୍କ ମଧ୍ୟରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଭଣଜା ଥିବା ଏବଂ ପୀଡିତା ଯୁବତୀ ଜଣକ ଜଣେ ମିଲିଟାରୀ ରିଟାୟାର୍ଡ ବ୍ରିଗେଡିୟରଙ୍କ ଝିଅ ହୋଇଥିବାରୁ ଏଇ ହାଇପ୍ରୋଫାଇଲ୍ ମାମଲାଟି ଏତେ ହାଇଲାଇଟ୍ ହେଉଥିବା କୁହାଯାଉଛି ।

ଅପରତଃ ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବିରୁଦ୍ଧରେ ତାଙ୍କ ପୂର୍ବ ଷ୍ଟେସନରେ ବହୁ ଅଭିଯୋଗ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସର୍ବୋପରି ଅଭିଯୁକ୍ତ ରୋଡ୍ ରୋମିଓଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଭଣଜା ରହିଥିବା ଜାଣି ପୁଲିସ୍ ପୀଡିତାଙ୍କ ଏଫ ଆଇ ଆର ରଖି ନଥିବା ଓ ଏଇ କାରଣରୁ ଅଭିଯୋଗକାରିଣୀ ଉତ୍ କ୍ଷିପ୍ତା ହୋଇ ଉଠିଥିବା ଏକ ସୂତ୍ରରୁ ପ୍ରକାଶ । ସରକାର କ୍ଷମତା ହରାଇବାର ଓ ସ୍ଥିତି ସମ୍ଭାଳି ପାରିବାର ଭୟ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ହାତରେ ରଖିଥିବା ଗୃହବିଭାଗ ବନାମ ପୁଲିସ୍ ର ଭାବମୂର୍ତ୍ତିରେ ଆଞ୍ଚ୍ ନ ଆସିବା ପ୍ରତି ସଚେତନ ହୋଇ ଏତେଶୀଘ୍ର ତରବରିଆ ପକ୍ଷପାତ ଗ୍ରହଣ କରିବା ଠିକ୍ ହୋଇନାହିଁ ବୋଲି ଜନମତରୁ ପ୍ରକାଶ ।
ଏଣୁ ଏଥିରେ ଉଭୟପକ୍ଷର ଭୁଲ୍ ରହିଥିବା ଅପ୍ରିୟସତ୍ୟ । ଥାନାରେ ଦୀର୍ଘ ଛଅମାସ କାଳ ସିସିଟିଭି ନଥିବା ବ୍ୟବସ୍ଥାର ଗୁରୁତର ତ୍ରୁଟି । ଯଦି ରାଜଧାନୀରେ ଏଭଳି ବିଶୃଙ୍ଖଳା ଘଟୁଛି , ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ସରକାର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାର କିପରି ପରିଚାଳନା କରିବେ , ଚିନ୍ତାର ବିଷୟ ! ଏଭଳି ଅସାଧୁ ଅଧିକାରୀମାନେ ଏଇ ଦୁର୍ଭାଗ୍ୟଜନକ ଘଟଣାରୁ କିଛି ଶିକ୍ଷା କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି । ସେ ଯାହାହେଉ , ରାସ୍ତାରେ ତଥାକଥିତ ରୋଡ୍ ରୋମିଓ ବା ଛାତ୍ରମାନଙ୍କର ରାତିରେ ଗାଡି ଅଟକାଇ ଜଣେ ଯୁବତୀ ଓ ତାଙ୍କ ଭାବୀସ୍ବ।ମୀ ଜଣେ ସାମରିକ ଅଧିକାରୀଙ୍କ ସହ ଝଗଡ଼ା କରିବା , ଥାନାରେ ପୁଲିସ୍ ମାଡରେ ଅଭିଯୋଗକାରିଣୀଙ୍କ ଦେହରେ ଆଘାତ ଓ ହାତର ହାଡଭାଙ୍ଗିବା ଇତ୍ୟାଦି ମଧ୍ୟ ଆପରାଧିକ ପର୍ଯ୍ୟାୟରେ ଯାଉଛି । ଏପଟେ ଭୁବନେଶ୍ବର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଏକାଠି ହେଲେ ଶତାଧିକ ପୋଲିସ କର୍ମଚାରୀ। ଭରତପୁର କାଣ୍ଡରେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରିଛନ୍ତି ସମସ୍ତେ। ଏମାନେ ସମସ୍ତେ କମିଶନରେଟ୍ ପୋଲିସରେ କାର୍ଯ୍ୟରତ କର୍ମଚାରୀ । ତେବେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପୀଡିତାଙ୍କର ଲାଏ ଡିଟେକସନ୍ କରାଯାଇପାରେ ବୋଲି ପ୍ରକାଶ । ପୀଡିତା ଅଙ୍କିତାଙ୍କ ସହ କ୍ରାଇମବ୍ରାଞ୍ଚ ଜେରା କରୁଥିବା ତାଙ୍କ ପୁରୁଷବନ୍ଧୁ ଗୁରୁବଂଶ ସିଂ ମେଜର ନା କ୍ୟାପଟେନ୍ ? ପୁଣି ସେଇ ବୋଥ୍ରା ! ‘ ଦେଖ ଏବେ କି ଗପ ତିଆରି ହେବ’ ବୋଲି ଲୋକେ ଆଲୋଚନା କରୁଛନ୍ତି ।