ଦୁର୍ନୀତି

ଉପମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷାନୁଷ୍ଠାନ ଦୁର୍ନୀତି

Email :

କଲେଜ ଗେଟ୍ ରେ ତାଲାପକାଇ ଆନ୍ଦୋଳନ

ପାଟଣାଗଡ  : ପାଟଣାଗଡ ଉପଖଣ୍ଡର ଧୂମାଭଟା ବୀଣାପାଣି ଯୁକ୍ତତିନି କଲେଜରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀ , ଅଭିଭାବକ ଓ ସ୍ଥାନୀୟ ଲୋକେ ଗେଟ୍ ରେ ତାଲାପକାଇ ଆନ୍ଦୋଳନ କରିଥିଲେ ।  ଏଥିସହ ଅଧ୍ୟକ୍ଷା ମମତା ସେନାପତିଙ୍କ ବିରୋଧରେ ଦୁର୍ବ୍ଯବହାର ଅଭିଯୋଗ କରାଯାଇ ତାଙ୍କର ବହିଷ୍କାର ଦାବି ସହିତ ତାଙ୍କ ସ୍ବାମୀ ଯୁକ୍ତଦୁଇ ମାଧ୍ୟମିକ ସ୍କୁଲ୍ ର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ବିରୁଦ୍ଧରେ ମଧ୍ୟ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି ।  ଆରମ୍ଭରୁ ଏହି ସ୍କୁଲ୍ ବନାମ କଲେଜରେ ଏହି ସ୍ବାମୀ-ସ୍ତ୍ରୀ ଦୁହେଁ ଛାତ୍ରଛାତ୍ରୀଙ୍କ ଆଡମିଶନ୍ , ଫିଜ୍ ,ପରୀକ୍ଷା , ପରୀକ୍ଷାଫଳ , ନିର୍ମାଣ , ଅଧ୍ୟାପକ / ଅଧ୍ୟାପିକାଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟରେ ବ୍ୟାପକ ଅନିୟମିତତା କରିଆସୁଥିବା ଅଭିଯୋଗ ସହିତ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ ଇତ୍ୟାଦି କରୁଥିବାରୁ ଏହି ଆନ୍ଦୋଳନ କରାଯାଇଥିବା ପ୍ରକାଶ । ତେବେ ଘଟଣାସ୍ଥଳରେ ତହସିଲଦାର ଓ ଉପଜିଲ୍ଲାପାଳ ପହଞ୍ଚି ସମାଧାନର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି ।  ତେବେ ଏହି ଶିକ୍ଷାନୁଷ୍ଠାନରେ ଏଭଳି ବିବାଦୀୟ ପରିସ୍ଥିତି ଓ ଆନ୍ଦୋଳନ ନୂଆ ନୁହେଁ । ଆରମ୍ଭରୁ ଏହା ଚାଲିଆସୁଛି । ଅଭିଯୋଗରୁ ପ୍ରକାଶ ଯେ ମୁଖ୍ୟତଃ ଏହି ଯୁକ୍ତଦୁଇ ଓ ଯୁକ୍ତତିନି ସ୍କୁଲ୍ ବନାମ କଲେଜରେ ଅଧ୍ୟକ୍ଷ/ ଅଧ୍ୟକ୍ଷା ରହିଥିବା ସ୍ବାମୀ-ସ୍ତ୍ରୀଙ୍କ ଦୁର୍ନୀତି ଓ ଅନିୟମିତତା ବିରୁଦ୍ଧରେ  ବହୁବାର ଲୋକେ ସ୍ବରୋତ୍ତଳନ କରିଆସୁଥିଲେ ହେଁ , କମିଟିରେ ରହିଥିବା ଗ୍ରାମବାସୀଙ୍କ ସରଳତାର ଫାଇଦା ନେଇ ଏବଂ ଉପରିସ୍ଥ କର୍ତ୍ତୃପକ୍ଷ ତଥା ରାଜନୈତିକ ପ୍ରଭାବ ବ୍ୟବହାର କରି ଏହି ପତିପତ୍ନୀ ପ୍ରିନ୍‌ସ୍‌ପାଲ୍‌ଙ୍କ ଧୂର୍ତ୍ତତା ଯୋଗୁଁ  କୌଣସି ପ୍ରକୃତ ତଦନ୍ତ ସୁଦ୍ଧା ହେଉନାହିଁ। ଏହା ଜିଲ୍ଲାର କଳା , ବିଜ୍ଞାନ , ବାଣିଜ୍ୟ ଓ ସମସ୍ତ ସବ୍ ଜେକ୍ଟର ଏକମାତ୍ର ଗ୍ରାମୀଣ ସ୍କୁଲ୍+ କଲେଜ ହୋଇଥିବାରୁ ଟଙ୍କା ଦେଇ ପିଲାଙ୍କୁ ଅନାୟାସରେ ପାସ୍ କରାଇବା ବା ଡିଭିଜନ୍ ହାସଲ କରିବାର ଏଇଟି ସୁବିଧାଜନକ ଶିକ୍ଷାନୁଷ୍ଠାନ । ଏଣୁ  ଆଖପାଖ ସମେତ ଦୂରଦୂରାନ୍ତରରୁ ଲୋକେ ଏହା ଉପରେ ନିର୍ଭର କରିଥା’ନ୍ତି । ଏଣୁ ଏହି ଦମ୍ପତି ଏଥିରୁ ପ୍ରଚୁର ଅନ୍ୟାୟୋପାର୍ଜନ କରି କୋଟିପତି ପାଲଟି ଗଲେଣି । ଟଙ୍କା ବଳରେ ସମସ୍ତଙ୍କୁ ହାତମୁଠାରେ ରଖି ଆସିଛନ୍ତି । ଅଞ୍ଚଳର ଶିକ୍ଷାଗତ ସୁବିଧା ନିମନ୍ତେ ଜନସାଧାରଣ ମୁହଁବନ୍ଦ କରି ରହିଆସିଥିବା ସେମାନଙ୍କୁ ସୁହାଇଛି ।  ସଂପ୍ରତି ଉକ୍ତ ପ୍ରିନ୍‌ସ୍‌ପାଲ୍‌ ଦମ୍ପତି ପାଟଣାଗଡ ସହରରେ ବହୁମୂଲ୍ଯ ଜାଗବାଡି କିଣି ତିନିମହଲା କୋଠା , ଗାଡି ଇତ୍ୟାଦି ସମ୍ପତ୍ତି କରିଥିବା ଦେଖାଯାଇଛି । 

ଦଶନ୍ଧି ଦଶନ୍ଧି ଧରି ଅନିୟମିତତା : ୧୦ କୋଟିରୁ ଉର୍ଦ୍ଧ୍ବ ଦୁର୍ନୀତି  !

ପୂର୍ବରୁ ଏହି  ଯୁକ୍ତଦୁଇ ଶିକ୍ଷାନୁଷ୍ଠାନର ସଭାପତି ସ୍ଥାନୀୟ ବିଧାୟକ ରହିଥିଲେ । ଏବେ ସେ ଉପମୁଖ୍ଯମନ୍ତ୍ରୀ । ଏବେ ପାଟଣାଗଡ ଉପଜିଲ୍ଲାପାଳ ସଭାପତି ରହିଛନ୍ତି । ତେବେ ଯୁକ୍ତତିନି କଲେଜ ନିମନ୍ତେ ସେଠାରୁ ପ୍ରାୟ ୩ କିମି ଦୂରସ୍ଥ ଜଡଜଡ ମୌଜାରେ ଜମିଜାଗା ଥିବା ସତ୍ତ୍ବେ ଏମାନେ ପ୍ରଭାବ ବିସ୍ତାର କରି ଯୁକ୍ତଦୁଇ ସ୍କୁଲ୍ ପରିସରରେ ଯୁକ୍ତତିନି କଲେଜ ସ୍ଥାପନ କରିଛନ୍ତି ।

ଅଭିଯୋଗ ଅନୁଯାୟୀ , ଏହି ଉଭୟ ଅଭିଯୁକ୍ତ ପ୍ରିନ୍‌ସ୍‌ପାଲ୍‌ ଦମ୍ପତିଙ୍କ ବିରୁଦ୍ଧରେ ୧୦ କୋଟିରୁ ଉର୍ଦ୍ଧ୍ବ ଆର୍ଥିକ ଅନିୟମିତତାର ଅଭିଯୋଗ କରାଯାଇଛି । ପ୍ରତ୍ୟେକ ପରୀକ୍ଷାରେ ଟଙ୍କା ଉତ୍କୋଚ ନିଆଯାଇ ପିଲାଙ୍କୁ ଫାଷ୍ଟ ଡିଭିଜନ୍ ରେ ଉତ୍ତୀର୍ଣ୍ଣ କରାଇ ଦିଆଯିବା ଏକ ପରମ୍ପରାରେ ପରିଣତ ହୋଇଛି ।  ଏପରିକି ଗତ କିଛିବର୍ଷ ତଳେ ଜଣେ ଥାନାବାବୁଙ୍କ ପୁଅକୁ ଫାଷ୍ଟ୍ ଡିଭିଜନରେ ପାସ୍ କରାଇଦେଇ ଏହି ଦମ୍ପତି ଗ୍ରାମର ୩୦ ଜଣ ଲୋକଙ୍କ ବିରୋଧରେ ମାମଲା ଋଜୁ ପୂର୍ବକ ଗିରଫ କରି ହଇରାଣ କରିଦେଇଥିବା ଅଭିଯୋଗ ପ୍ରକାଶ ପାଇଛି । ଏଣୁ ତାଙ୍କ ହାତରେ ପୁଲିସ୍, ପ୍ରଶାସନ ଓ ରାଜନେତା ରହିଆସିଥିବାରୁ ସେମାନେ ନିରଙ୍କୁଶ ହୋଇ ପଡିଥିବା କୁହାଯାଉଛି ।

ଏହି ସ୍କୁଲ୍ ବନାମ କଲେଜ ପରିସରରେ ଦୁଇଟି ନାଗ- ନାଗୁଣୀ ନାଟ କରି ନାଗରିକଙ୍କୁ ନୟାନ୍ତ କରୁଥିବା କୁହାଯାଉଛି । ସରକାର ଦୃଷ୍ଟି ଦିଅନ୍ତୁ !

Leave a Reply

Your email address will not be published. Required fields are marked *

Related Post