ଦୁର୍ନୀତି

ବିଦାୟୀ ବିପିଏମ୍ ଙ୍କୁ ସୁନାମୁଦି ଉପହାର  !

Email :

କାହିଁକି ଏ ଅଯାଚିତ ଅନୁକମ୍ପା  ?

କଣ୍ଟାବାଞ୍ଜି  :  ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ର ଓ ଏଲ୍ ଏମ୍ ବନାମ ଓଡିଶା ଜୀବିକା ମିଶନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ସମ୍ପର୍କରେ ଗତ କିଛିଦିନ ହେଲା ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି । ନିକଟରେ ସରକାର ଏହି ଯୋଜନାର ଜିଲ୍ଲା ଅଧିକାରୀ ବା  ଡିପିଏମ୍ ଓ ବ୍ଲକ୍ ଅଧିକାରୀ ବା ବିପିଏମ୍ ମାନଙ୍କର ଅନ୍ୟତ୍ର ବଦଳି କରିଛନ୍ତି । କିନ୍ତୁ ବିଏଲସିଙ୍କ ବଦଳି ଫାଇଲ୍ କୁ ଚପାଇ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ଏସବୁ ମଧ୍ୟରେ ବଙ୍ଗୋମୁଣ୍ଡା ଓ ଏଲ୍ ଏମ୍ ରେ ବ୍ୟାପକ ଅନିୟମିତତା , ଦୁର୍ନୀତି ହୋଇଥିବା ପ୍ରକାଶ ପାଇ ଚର୍ଚ୍ଚା ହୋଇଆସୁଛି ।  ଏପରିକି ଏହି ବ୍ଲକ୍ ର ବିପିଏମ୍ ଓ ବିଏଲସିଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ପ୍ରକାଶ ପାଇଥିଲା ।  ଏବେ ବିପିଏମ୍ ବିଜୟ ବେହେରାଙ୍କର ଅନୁଗୁଳ ଛେଣ୍ଡିପଦାକୁ ବଦଳି ହୋଇଛି । ଗତ ୨୩ ତାରିଖରେ ତାଙ୍କର ଫେୟାର୍ ଉଏଲ୍ ବା ବିଦାୟ ସକାଶେ ସ୍ଥାନୀୟ ରାଣୀପୁର- ଝରିଏଲ୍ ଠାରେ ଏକ ବିଦାୟକାଳୀନ ଭୋଜିର ଆୟୋଜନ କରାଯାଇଥିଲା ।  ଅଭିଯୋଗ ଅନୁଯାୟୀ , ଏଥିପାଇଁ ପ୍ରାୟ ୨୦୦ ସିଆରପି ମେମ୍ବର , ପଞ୍ଚାୟତ ଜିଏଲଏଫ୍ କର୍ମକର୍ତ୍ତୀ , ବ୍ୟାଙ୍କ ମିତ୍ର , ପ୍ରାଣୀମିତ୍ର , କୃଷିମିତ୍ର ଓ ଏମ୍ ବିକେ ମାନଙ୍କ ତରଫରୁ ଜଣକା ୫୦୦ଟଙ୍କା ଲେଖାଏଁ ଚାନ୍ଦା ( ? ) ଆଦାୟ କରାଯାଇ ବିଦାୟୀ ବିପିଏମ୍ ଙ୍କୁ ଏକ ସୁନାମୁଦି ଓ ଅନ୍ୟାନ୍ୟ ଉପହାର ଦିଆଯାଇଥିବା ପ୍ରକାଶ । ବିଦାୟୀ ବିପିସି ମଧ୍ୟ ଯୋଗ ଦେଇଥିଲେ । ଏହାର ଆୟୋଜନ ବିଏଲସି ସତ୍ୟପ୍ରିୟ ବେହେରାଙ୍କ ଦ୍ବାରା କରାଯାଇଥିବା ଶୁଣିବାକୁ ମିଳୁଛି । ତେବେ ସେ ଏହାକୁ ଅସ୍ବୀକାର କରନ୍ତି ।  ‘ଏଥିପାଇଁ ଲକ୍ଷାଧିକ ଟଙ୍କା ଅବୈଧ ଆଦାୟ କାହିଁକି ? ‘ ବୋଲି ଚର୍ଚ୍ଚା ହେଉଛି ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , କିଛିବର୍ଷତଳେ ଏଠାକାର ବିବଦମାନ ବିଏଲସିଙ୍କ ବିବାହ ଉପଲକ୍ଷେ ମଧ୍ୟ ଉପରୋକ୍ତ ସମସ୍ତଙ୍କ ଠାରୁ ଜଣପିଛା ୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । ଅବଶ୍ୟ ଏଭଳି ଅଭିଯୋଗକୁ ସମ୍ପୃକ୍ତ ପକ୍ଷରୁ ଅସ୍ବୀକାର କରାଯାଇଛି । 

ଯଦି ଏହା ସତ୍ୟ ହୋଇଥାଏ , ଏତେଟଙ୍କାର ଉପହାର ଓ ଭୁରିଭୋଜନ ବାବଦକୁ କେଉଁଠୁ ଏହି ଲକ୍ଷାଧିକ ଟଙ୍କା ଆସିଲା ଓ କାହିଁକି ଜଣେ ବିପିଏମ୍ ଙ୍କ ପାଇଁ ଖର୍ଚ୍ଚ କରାଗଲା , ଏଥିରେ ସନ୍ଦେହ ସୃଷ୍ଟି ହୋଇଛି ।  ଏହାପୂର୍ବରୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଜିଲ୍ଲାର ଭାରପ୍ରାପ୍ତ ଡିପିଏମ୍ ଥିବା ଡିପିସି ସୁମନ ଦ୍ବିବେଦୀଙ୍କର କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଯାଇଛି । ସେମାନଙ୍କ ପାଇଁ  ବିଦାୟକାଳୀନ ଭୋଜି ଓ ଉପହାର ଇତ୍ୟାଦି ପାଇଁ ମଧ୍ୟ ଏଭଳି ଚାନ୍ଦା କରାଯାଇ ଖର୍ଚ୍ଚବାର୍ଚ୍ଚ ହୋଇଛି କି ନାହିଁ , ତଦନ୍ତସାପେକ୍ଷ । ଏଥିସହିତ ବିଗତ ଦିନର ଏହି ବ୍ଲକ୍ ତଥା ଜିଲ୍ଲାର ଓଏଲଏମରେ କ’ଣ ଚାଲିଥିଲା , ଏହାର ମଧ୍ୟ ଏକ ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।  ଏଥିରୁ ଏହିପରି ଯୋଜନାରେ ଅଧିକାରୀମାନେ ଅନୁଚିତ ଅନୁକମ୍ପା ଦେଉଥିବାରୁ ତାଙ୍କୁ ଏଭଳି ମୂଲ୍ୟବାନ୍ ଉପହାର ପ୍ରଦାନ କରାଯାଇଥିବା ସ୍ଥାନୀୟ ଲୋକଙ୍କ ଆଲୋଚନାରୁ ପ୍ରକାଶ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଏହି ଯୋଜନା ମାଧ୍ୟମରେ ସରକାର ଗ୍ରାମୀଣ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଯେଉଁସବୁ  ପ୍ରକଳ୍ପ ବା ଋଣଦେଇ କୋଟି କୋଟି ଟଙ୍କାର ଖର୍ଚ୍ଚ କରିଆସୁଛନ୍ତି , ସେଥିରେ ଉକ୍ତ ଅଧିକାରୀଙ୍କ ଠାରୁ ଅନୁଚିତ ଅନୁକମ୍ପା ପାଇ ଆସୁଥିବାରୁ ଏପରି ଅଯାଚିତ ବ୍ୟୟ କରାଯାଉଛି  ?  ଏଣୁ ସଂପ୍ରତି ଜିଲାରେ ଜଣେ ନୂତନ ଡିପିଏମ୍ ତଥା ରାଜ୍ୟରେ ଜଣେ ନୂତନ ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ଯୋଗଦେଇଛନ୍ତି ଓ ନୂଆ ସରକାରର ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ଏହି ବିଭାଗର ମନ୍ତ୍ରୀ ଥିବାରୁ ଏହି ଅଭିଯୋଗର ଏକ ଉଚ୍ଚସ୍ତରୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post